ଯାଜପୁରରେ ବଦଳିଲା ଦୋକାନ ବଜାର ଖୋଲିବା ସମୟ, ଦିନକୁ ଦୁଇଥର ଖୋଲାରହିବ ବଜାର

Published By : Prameya-News7 Bureau | March 30, 2020 IST

ଯାଜପୁର ୩୦।୦୩: ସାରାଦେଶରେ କରୋନା ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ତେବେ ଲକ ଡାଉନ୍ ପାଇଁ ଯାଜପୁରରେ ପରିବର୍ତ୍ତନ ହେଲା ଦୋକାନ ବଜାର ଖୋଲିବାର ସମୟ । ଆଜିଠାରୁ ଏହାକୁ ଲାଗୁ କରିଛି ଜିଲ୍ଲା ପ୍ରଶାସନ ।

{"id":246150,"sizeSlug":"large"}

ପୂର୍ବରୁ ସକାଳ ୭ରୁ ଦିନ ୧୧ ଟା ଏବଂ ଅପରାହ୍ନ ୩ ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା ବଜାର । ଏଣିକି  ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ । ଉପର ବେଳା ବଜାର ଖୋଲା ରହିବ ନାହିଁ । ବଜାରରେ ଲୋକଙ୍କ ଗହଳି ଯୋଗୁ ସାମାଜିକ ଦୂରତା ବଜାୟ ରହୁନାହିଁ । ତେଣୁ ଦିନକୁ ୨ ବେଳା ବଜାର ନଖୋଲିବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ କାମ ନଥାଇ ଅଯଥାରେ ଗାଡି ଧରି ବାହାରିଲେ ଗାଡି ସିଜ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.