ଆସନ୍ତାକାଲିଠୁ ଗଡିବ ଟ୍ରେନ୍, କେଉଁ କେଉଁ ଷ୍ଟେସନରେ ଅଟକିବ ? ରେଲଓ୍ଵ ଜାରି କଲା ପୂରା ଲିଷ୍ଟ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧।୦୫: ଲମ୍ବା ସମୟ ପରେ ଆସନ୍ତକାଲି ଅର୍ଥାତ ମେ ୧୨ରୁ ପୁଣି ଥରେ ଭାରତୀୟ ରେଳ ସେବା ଆରମ୍ଭ ହେଉଛି। କାଲି ରାଜଧାନୀ ନୂଆଦିଲ୍ଲୀରୁ  ୧୫ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଏହା ସହିତ ଶ୍ରମ ଦିବସରୁ ଆରମ୍ଭ କରାଯାଇଥିବା ସ୍ଵତନ୍ତ୍ର ଟ୍ରେନ୍‌ର ସଞ୍ଚାଳନ ମଧ୍ୟ ଜାରି ରହିବ। ୧୫ ସହରକୁ ଆରମ୍ଭ ହେଉଥିବା ସ୍ଵତନ୍ତ୍ର ଟ୍ରେନ୍ ପାଇଁ ଆଜି ସନ୍ଧ୍ୟାରୁ ବୁକିଂ ଆରମ୍ଭ ହେବ। ଟ୍ରେନ୍ ଚଳାଚଳ ନେଇ ରେଲଓ୍ଵେ ପକ୍ଷରୁ ଟାଇମ୍ ଟେବୁଲ ଜାରି କରାଯାଇଛି। ଟ୍ରେନ୍ କେତେ ବେଳେ କେଉଁ ଷ୍ଟେସନରୁ ବାହାରିବ ଏବଂ  କେଉଁ ଷ୍ଟେସନରେ କେତେ ବେଳେ ପହଞ୍ଚିବ ତାର ସବିଶେଷ ତଥ୍ୟ ଦିଆଯାଇଛି।

ରେଲଓ୍ଵେ ପକ୍ଷରୁ ଜାରି ଟାଇମ୍ ଟେବୁଲ୍ ଅନୁଯାୟୀ ଦିଲ୍ଲୀରୁ ଭୁବନେଶ୍ଵର ପାଇଁ ଟ୍ରେନ୍ ନିତିଦିନ ଚାଲିବ। ଆସନ୍ତାକାଲି ଭୁବନେଶ୍ଵରରୁ ଟ୍ରେନ୍ ସକାଳ ୯ଟା ୩୦ରୁ ଛାଡିବ ଏବଂ ତା ପରବର୍ତ୍ତୀ ଦିନ ୧୦ଟା ୪୫ରେ ଦିଲ୍ଲୀରେ ପହଁଞ୍ଚିବ। ସେହି ପରି ନୂଆଦିଲ୍ଲୀରୁ ଟ୍ରେନ୍ ୫ଟା ୫ରୁ ଯାତ୍ରା ଆରମ୍ଭ କରି ତା ପର ଦିନ ଭୁବନେଶ୍ଵରରେ ସନ୍ଧ୍ୟା ୫ଟା ୨୫ରେ ପହଁଞ୍ଚିବ।

ଟ୍ରେନ୍ ଭୁବନେଶ୍ଵରୁ  ଯାତ୍ରା ସମୟରେ ହିଜିଲି(ଖଡଗପୁର), ମୁରି ବୋକାରୋ ଷ୍ଟିଲ୍ ସିଟି, ଗୟା, ଦିନ ଦୟାଲ ଉପାଧ୍ୟାୟ ଜଙ୍ଗସନ, କାନପୁର ସେଣ୍ଟ୍ରାଲ ଷ୍ଟେସନରେ ଅଟକିବ। ସେହି ପରି ଦିଲ୍ଲୀରୁ ଭୁବନେଶ୍ଵର ଆସୁଥିବା ଟ୍ରେନ ଉପରୋକ୍ତ ଷ୍ଟେସନରେ ଅଟକିବ।  

ଏହା ମଧ୍ୟ ଧ୍ୟାନ ଦିଅନ୍ତୁ…

ଯେଉଁ ଷ୍ଟେସନ ଉପରେ ରେଡ୍ ମାର୍କ ଦିଆଯାଇଛି, ସେଠାରେ ଟ୍ରେନ୍ ଅଟକିବ ନାହିଁ।

ସମସ୍ତ ଟ୍ରେନ୍‌କୁ ସ୍ଵତନ୍ତ୍ର ଟ୍ରେନ୍‌ର ନାମ-ନମ୍ବର ଦିଆଯାଇଛି।

{"id":268137,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.