Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଟାଇମ୍ସ ନାଓ- ସି ଭୋଟର ସର୍ଭେ : ପଶ୍ଚିମବଙ୍ଗରେ ହାରିବ ବିଜେପି ! ତାମିଲନାଡୁରେ ସରକାର ଗଢିପାରେ ୟୁପିଏ, ନଜର ପକାନ୍ତୁ ଅନ୍ୟ ରାଜ୍ୟର ରିପୋର୍ଟ ଉପରେ

9/03/2021 at 8:32 AM

ନୂଆଦିଲ୍ଲୀ,୦୯/୦୩:  ଚାରୋଟି ରାଜ୍ୟ ଓ ଗୋଟିଏ  କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି । ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପଣ୍ଡିଚେରୀରେ ସମସ୍ତ ଦଳ ବିଜୟୀ ହେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହାମଧ୍ୟରେ କେଉଁ ରାଜ୍ୟରେ କାହାର ସରକାର ଗଢିବା ନେଇ ସମ୍ଭାବନା ରହିଛି ତାହାର ଫଳାଫଳ ଟାଇମ୍ସ ନାଓ -ସି ଭୋଟର ସର୍ଭେରେ ସାମ୍ନାକୁ ଆସିଛି ।

ସର୍ଭେ ଅନୁସାରେ, କେରଳରେ ବାମଦଳ ପୁଣି ସରକାର ଗଠନ କରିବ । ମୋଟ ୧୪୦ଟି ଆସନରୁ ଏଲଡିଏଫ ୮୨ଟି ଆସନ ଜିତିପାରେ । ସେହିପରି ୟୁଡିଏଫ ୫୬ଟି ଆସନ ଓ ବିଜେପି କେବଳ ଗୋଟିଏ ଆସନରେ ବାଜିମାତ କରିପାରେ ।

ସେହିପରି ତାମିଲନାଡୁରେ ସରକାର ବଦଳିବାର ସମ୍ଭାବନା ରହିଛି । ଏଆଇଏଡିଏମକେ ମେଣ୍ଟକୁ ୬୫ଟି ଆ,ନ ମିଳିପାରେ । ଡିଏମକେର ନେତୃତ୍ୱରେ ୟୁପିଏ ମେଣ୍ଟ ୧୫୮ ଆସନ ହାତେଇପାରେ । ତାମିଲନାଡୁରେ ୟୁପିଏ ସରକାର ଗଠନ ହେବାର ସମ୍ଭାବନା ଅଧିକ ରହିଛି ।

ଆସାମରେ କିନ୍ତୁ ବିଜେପି ପୁଣି ସରକାର ଗଠନ କରିବାର ସମ୍ଭାବନା ରହିଛି । ସର୍ଭେ ଅନୁସାରେ, ଆସାମାରେ ଏନଡିଏ ମେଣ୍ଟକୁ ୧୨୬ରୁ ୬୭ ଆସନ ମିଳିପାରେ । ୟୁପିଏକୁ ୫୭ ଆସନ ମିଳିପାରେ । ଅନ୍ୟ ଦଳ ୨ଟି ସିଟ୍ ଜିତିପାରନ୍ତି ।

ପଣ୍ଡିଚେରୀରେ ବିଜେପି ସରକାର ହେବାର ସମ୍ଭାବନା ରହିଛି । ଦଳ ୩୦ରୁ ୨୦ ଆସନ ଜିତିପାରେ ।

ତେବେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାଦୁ ଫେଲ୍ ମାରିପାରେ । ମମତା ବାନାର୍ଜୀଙ୍କ ଟିଏମସି ୧୫୪ଟି ଆସନ ଜିତିବାର ସମ୍ଭାବନା ରହିଛି । ସେହିପରି ବିଜେପିକୁ ୧୦୭ ସିଟ୍ ମିଳିପାରେ । ଗତ ନିର୍ବାଚନରେ ଟିଏମସି ୨୧୧ ଓ ବିଜେପିକୁ ୩ଟି ଆସନ ମିଳିଥିଲା । ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ଟିଏମସି ସରକା ଗଠନ କରୁଥିଲେ ମଧ୍ୟ ସିଟ୍ ହ୍ରାସ ପାଇବ ।

   Related Posts