ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରଣ, ଅପରାହ୍ନରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା

Published By : Prameya-News7 Bureau | August 24, 2019 IST

ସମ୍ବଲପୁର୨୪|୮: ଆଜି ପଶ୍ଚିମଓଡିଶାର ମହାନ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯିବ। ଅପରାହ୍ନରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଆୟୋଜିତ ବୈଠକରେ, ମାଆ ସମଲେଶ୍ବରୀଙ୍କ ଲଗ୍ନରେ ନବାନ୍ନ ସମୟ ନିର୍ଦ୍ଧାରଣ କରାଯିବା ସହ ଏହାର ଏକ ଚିଠା ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ପଠାଯିବ।

{"id":148172}

କାହିଁ କେଉଁ କାଳରୁ, ପରମ୍ପରା ଅନୁଯାୟୀ ମାଆ ସମଲେଶ୍ବରୀଙ୍କ ଲଗ୍ନରେ ପଶ୍ଚିମଓଡିଶାର ୧୦ଟିଜିଲ୍ଲାର ପ୍ରାୟ ଦେଢକୋଟି ଲୋକ, ନୂଆ ଖାଇଥାନ୍ତି। ଆସନ୍ତା ସେପ୍‌ଟେମ୍ବର ୩ରେ ପଶ୍ଚିମଓଡିଶାର ଏହି ମହାନ୍‌ ଗଣପର୍ବ ନୂଆଁଖାଇ ପାଳନ କରାଯିବ।

{"id":148173}

ସେହିପରି ଆରାଧ୍ୟ ଦେବୀ ମାଆ ସମଲେଶ୍ବରୀଙ୍କ ଲଗ୍ନରେ, ଛତିଗଡ ଓ ଝାଡଖଣ୍ଡର ଅନେକ ଲୋକ ମଧ୍ୟ ନୂଆ ଖାଇବାର ପରମ୍ପରା ରହିଛି। ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ, ନନ୍ଦଉତ୍ସବ ଅପରାହ୍ନରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ ।

{"id":148174}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.