ପ୍ୟାନ କାର୍ଡ଼କୁ ଆଧାର କାର୍ଡ଼ ସହ ଯୋଡ଼ିବା ପାଇଁ ବଢ଼ିଲା ସମୟ ସୀମା : ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | April 02, 2019 IST

ନୂଆଦିଲ୍ଲୀ ୨/୪: କେନ୍ଦ୍ର ପ୍ରତ୍ୟେକ୍ଷ କର ବୋର୍ଡ଼ (ସିବିଡିଟି) ପ୍ୟାନ୍ କାର୍ଡ଼କୁ ଆଧାର କାର୍ଡ଼ ସହ ଯୋଡ଼ିବାର ସମୟସୀମାକୁ ବୃଦ୍ଧି କରିଛନ୍ତି। ପ୍ରଥମେ ଏହାର ଶେଷ ସୀମା ମାର୍ଚ୍ଚ ୩୧ ଥିଲା ଯାହାକୁ ୬ମାସ ବଢ଼ାଯାଇ ସେପ୍ଟେମ୍ବର ୩୦ କରି ଦିଆଯାଇଛି। ଏବେ ସେପ୍ଟେମ୍ବର ୩୦ତାରିଖ ଯାଏଁ ପ୍ୟାନ କାର୍ଡ଼କୁ ଆଧାର କାର୍ଡ଼ ସହ ଲିଙ୍କ୍ କରାଯାଇପାରିବ। ସିବିଡିଟି ସ୍ପଷ୍ଟ କରିଛି ଯେ ଅପ୍ରେଲ୍ ୧ତାରିଖରୁ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଆଧାର ନମ୍ବରକୁ କୋଟ କରିବା ଏବଂ ଲିଙ୍କ କରିବାକୁ ଅନିବାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୩୦ତାରିଖ ଯାଏଁ ଆପଣ ଯଦି ପ୍ୟାନ୍ କାର୍ଡ଼କୁ ଆଧାର କାର୍ଡ଼ ସହ ନ ଯୋଡ଼ୁଛନ୍ତି ତେବେ ଆପଣଙ୍କ ପ୍ୟାନ୍ କାର୍ଡ଼କୁ ରଦ୍ଦ କରି ଦିଆଯିବ।

ପ୍ୟାନ୍ କାର୍ଡ଼କୁ ଆଧାର କାର୍ଡ଼ ସହ ଯୋଡ଼ାଯିବା ପରେ ଆଇଟି ବିଭାଗ କରଦାତାଙ୍କ ଖର୍ଚ୍ଚ କରିବାର ପଦ୍ଧତି ଏବଂ ଅନ୍ୟ ସୂଚନାଗୁଡ଼ିକ ମଧ୍ୟ ସହଜରେ ଜାଣିପାରିବ। ଅନ୍ୟ କେତେକ ସଂସ୍ଥା ମଧ୍ୟ ଆଧାର ସହ ଜଡ଼ିତ ତେଣୁ ଏହା ମଧ୍ୟ ଜଣା ପଡ଼ିଯିବ ସମାଜ କଲ୍ୟାଣ ଯୋଜନାର ଲାଭ ଉଚିତ ଲୋକଙ୍କୁ ମିଳୁଛି କି ନାହିଁ। ଏବେ ଯାଏଁ ଆୟକର ବିଭାଗ ଦେଶରେ ୪୨କୋଟି ଲୋକଙ୍କ ପ୍ୟାନ କାର୍ଡ଼ ଜାରି କରି ସାରିଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏବେ ଯାଏଁ ୧୯କୋଟି ଲୋକ ପ୍ୟାନ କାର୍ଡ଼କୁ ଆଧାର କାର୍ଡ଼ ସହ ଲିଙ୍କ୍ କରାଇନାହାନ୍ତି।

ଚଳିତ ବର୍ଷ ଏବେ ଯାଏଁ ୬.୩୧କୋଟି ରିଟର୍ଣ୍ଣ ଦାୟେର କରାଯାଇଛି। ଏହା ଗତ ବର୍ଷର ୫.୪୪କୋଟି ରିଟର୍ଣ୍ଣରୁ ମଧ୍ୟ ଅଧିକ। ଚଳିତ ବର୍ଷ ବିଭାଗ ୯୫ଲକ୍ଷ ନୂଆ କରଦାତାଙ୍କୁ ଯୋଡ଼ି ସାରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.