‘ବନ୍ଧୁବାନ୍ଧବଙ୍କୁ ନଡାକି ଘରେ ମାସ୍କ ପିନ୍ଧି ରହିବାର ବେଳ ଆସିଛି, ଲକ୍ଷଣ ଦେଖାଦେଲେ ଆଇସୋଲେସନ୍‌ରେ ରୁହନ୍ତୁ’

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୪:  ଦେଶରେ କରୋନା ସଂକ୍ରମଣ ରକେଟ୍‌ ଗତିରେ ମାଡ଼ିଚାଲିଛି। ସଂକ୍ରମଣ ବଢ଼ୁଛି ମୃତ୍ୟୁ ସଂଖ୍ୟାରେ ବି ବୃଦ୍ଧି ଘଟୁଛି। ଏହାରି ଭିତରେ ସରକାର କହିଲେଣି ଘରେ ରହି ମାସ୍କ ପିନ୍ଧିବାର ବେଳ ଆସିଯାଇଛି। ଏମିତ ବେଳ ଆସି ପହଞ୍ଚିଛି ଘରକୁ ବନ୍ଧୁବାନ୍ଧବଙ୍କୁ ନଡାକି ନିଜେ ମାସ୍କ ପିନ୍ଧି ରହିବାକୁ ହେବ। ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ ଏହା କହିଥିବା ବେଳେ ସେ ଆହୁରି ମଧ୍ୟ କହିଛନ୍ତି ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ନିଜକୁ ଆଇସୋଲେଟ୍‌ କରନ୍ତୁ।

ସେପଟେ ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ସମାନ କଥା କହିଛନ୍ତି। ତାଙ୍କ ମତରେ ରିପୋର୍ଟକୁ ଅପେକ୍ଷା ନକରି କରୋନା ଲକ୍ଷଣ ଦେଖାଯିବା ମାତ୍ରେ ଆଇସୋଲେସନ୍‌ରେ ରହିବା ଆବଶ୍ୟକ। ଏହା ସହ ସେ ଆହୁରି କହିଛନ୍ତି, ଆରଟିପିସିଆର ଟେଷ୍ଟ ନେଗେଟିଭ୍‌ ଆସିବାର ସମ୍ଭାବନା ଥିଲେ ବି ଲକ୍ଷଣ ଦେଖାଗଲେ ଆଇସୋଲେସନ୍‌ରେ ରହିବା ଜରୁରୀ। ଏହା ସହ ନିକଜୁ ସଂକ୍ରମିତ ଭାବି ଗାଇଡଲାଇନ୍ସ ମାନିବାକୁ ସେ କହିଛନ୍ତି।

ଏହା ବ୍ୟତୀତ ମାସ୍କ ନପିନ୍ଧିଲେ ବଢ଼ିବାକୁ ଥିବା ବିପଦକୁ ନେଇ ସଂଯୁକ୍ତ ସ୍ବାସ୍ଥ୍ୟ ସଚିବ ଲଭ ଅଗ୍ରଓ୍ବାଲ୍‌ କହିଛନ୍ତି। ଯଦି ଦୁଇ ବ୍ୟକ୍ତି ମାସ୍କ ନଲାଗାଇବା ସହ ସାମାଜିକ ଦୂରତା ରକ୍ଷା ନକରନ୍ତି ତେବେ ସଂକ୍ରମଣ ଭୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ। ଯଦି ଜଣେ ବ୍ୟକ୍ତି ମାସ୍କ ପିନ୍ଧିବା ସହ ଗାଇଡଲାଇନ୍ସ ପାଳନ କରେ ତେବେ ଏହି ଭୟ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଆସେ ବୋଲି ସେ କହିଛନ୍ତି।

ଏହା ସହ ଜଣେ ସଂକ୍ରମିତଙ୍କ ପାଖରୁ ୩୦ ଦିନରେ ୪୦୬ ଲୋକ ସଂକ୍ରମିତ ହୋଇପାରନ୍ତି। ଯଦି କରୋନା ଗାଇଡଲାଇନ୍ସର ପାଳନ କରାଯାଏ ତେବେ ସଂକ୍ରମଣ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଆସିବ ବୋଲି ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.