ବଲାଙ୍ଗୀର୩|୮: ଗୋଟିଏ ବର୍ଷର ଅପେକ୍ଷା ପରେ ପୁଣିଥରେ ଆସିଛି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ଏନେଇ ବଲାଙ୍ଗୀର ଜ୍ୟୋତିଷ ପଣ୍ଡିତ ମହାସଭାରେ ବୈଠକ ପରେ ବଲାଙ୍ଗୀର ଶୈଳଶ୍ରୀ ପେଲେସ ରାଜ ପୁରୋହିତଙ୍କ ପକ୍ଷରୁ ଦିଆଯାଇଛି ସୂଚନା। ବଲାଙ୍ଗୀର ଇଷ୍ଟଦେବୀ ମାଁ ପାଟଣେଶ୍ବରୀ ମାଁ ସମଲେଶ୍ବରୀଙ୍କ ରାଶିନକ୍ଷତ୍ର ଅନୁଯାଇ କରାଯାଇଥାଏ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ। ଏହା କେବଳ ବଲାଙ୍ଗୀର ଜିଲ୍ଲା ପାଇଁ ।
{"id":140399}ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ ଅର୍ଥାତ ୦୩-୦୯-୨୦୧୯ ତାରିଖ ମଙ୍ଗଳବାର ବିଶୁଦ୍ଧ ତୁଳା ଲଗ୍ନ ତୁଳା ମିଥୁନ ନବାଂଶରେ ଅମୃତ ବେଳା ସକାଳ ୮ ଘଣ୍ଟା ୫୦ ମିନିଟରୁ ୧୦ ଘଣ୍ଟା ୩୮ ମିନିଟ ମଧ୍ୟରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ କରାଯାଇଛି।
{"id":140400}ଏହି ଦିନ ପ୍ରଥମେ ବଲାଙ୍ଗୀରର ଇଷ୍ଟଦେବୀ ମାଁ ପାଟଣେଶ୍ବରୀ ଓ ମାଁ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଜିଲ୍ଲାର ଘରେ ଘରେ ପୂଜା କରିବା ସହ ନବାନ୍ନ ଭକ୍ଷଣ ହୋଇଥାଏ। ଚାଷୀ ଖେତରେ ଓ ନିଜ ଘରେ ନବାନ୍ନ ଲାଗି କରିଥାଏ। ପରେ ପରେ ଘରେ ଘରେ ବେଶ ଆନନ୍ଦ ଉଲ୍ଲାସର ସହିତ ଗୋଟିଏ ସ୍ଥାନରେ ସବୁ ପରିବାର ନବାନ୍ନ ଖାଇବା ସହ ବେଶ ଆନ୍ଦ ଉଲ୍ଲାସରେ ପାଳିଥାନ୍ତି ଏ ପର୍ବଟିକୁ। ବର୍ଷଭଳି ଗୋଟିଏ ମାସ ପୂର୍ବରୁ ନୂଆଁଖାଇ ପାଇଁ ସଜବାଜ ଆରମ୍ଭ କରିଥାନ୍ତି ଲୋକେ । ଏହି ଲଗ୍ନଧାର୍ଯ୍ୟକୁ ଚାହିଂ ବସିଥାନ୍ତି ସମଗ୍ର ଜିଲ୍ଲାବାସୀ।
{"id":140401}