ଅଯୋଧ୍ୟା ରାମ ମନ୍ଦିର ନିଅଁ ତଳେ ପୋତା ଯିବ ଟାଇମ୍ କ୍ୟାପସୁଲ, ଆଗାମୀ ପିଢୀ ଲାଗି ହେବ ଇତିହାସର ସାକ୍ଷୀ

Published By : Prameya-News7 Bureau | July 26, 2020 IST

ଅଯୋଧ୍ୟା ୨୬।୭:  ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିମନ୍ତେ ଆଧାର ଶୀଳା ରଖିବେ।  ତେବେ ତା ପୂର୍ବରୁ ମିଳିଛି ଏକ ବଡ ଖବର। ମନ୍ଦିର ନିର୍ମାଣ ସ୍ଥଳର ୨୦୦ ଫୁଟ ମାଟି ତଳେ ଏକ ଟାଇମ କ୍ୟାପସୁଲ ରଖାଯିବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି। ଏହା ଉଦ୍ଦେଶ୍ୟ ପୁଣି ଯଦି କେବେ ଆବଶ୍ୟକ ପଡେ ମନ୍ଦିର ମାଟି ତଳୁ ଟାଇମ କ୍ୟାପସୁଲ କାଢି ମନ୍ଦିର ଓ ଅଯୋଧ୍ୟା ନଗରୀ ସମ୍ପର୍କରେ ଟିକନିକ୍‌ ବିବରଣୀ ପାଇ ପାରିବ।

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିକୁ ନେଇ ସବୁଠୁ ଦୀର୍ଘ ଆଇନ ଲଢେଇ ଲଢାଯାଇଥିଲା। ଇତିହାସକୁ ପ୍ରମାଣିତ କରିବାକୁ ଅନେକ ତଥ୍ୟ ସଂଗ୍ରହ କରିବାକୁ ପଡିଥିଲା ଓ ସେ ସବୁକୁ କ୍ରମାନୁସାରେ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା। ଏଥିରୁ ଯେଉଁ ଶିକ୍ଷା ମିଳିଲା ସେଥିରୁ ଏବେ ଯେଉଁ ମନ୍ଦିର ନିର୍ମିତ ହେବ ତାର ଟାଇ କ୍ୟାପସୁଲ କରି ମାଟରୁ ୨୦୦ ଫୁଟ ତଳେ ସାଇତି ଦିଆଯିବ। ଯେପରି ଭବିଷ୍ୟତର ପିଢୀକୁ ଏଥିଲାଗି ଆଉ ଥରେ ପ୍ରମାଣ ଯୋଗାଡ କରିବାକୁ ପଡିବ ନାହିଁ।

ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିର୍ମିତ ହେବାକୁ ଯାଉଥିବା ଭବ୍ୟ ମନ୍ଦିର ନିମନ୍ତେ ଭୂମିପୂଜନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶନିବାର ଅଯୋଧ୍ୟା ଗସ୍ତ କରିବା ସହ ଭୂମିପୂଜନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାରା ଦେଶରେ ଏବେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି। ଏଥିରେ ଭୂମି ପୂଜା ଲାଗି ସମସ୍ତ ସତର୍କତା ପ୍ରତି ଦୃଷ୍ଟି ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିଳାନ୍ୟାସ ଉତ୍ସବ ପରେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.