ପାଟଣା ରେଞ୍ଜରେ ମାଫିଆ ସକ୍ରିୟ, ଦିନ ଦ୍ବିପ୍ରହରେ ଚାଲିଛି କାଠ ଚୋରା ଚାଲାଣ

Published By : Prameya-News7 Bureau | September 22, 2020 IST

ପାଟଣା ୨୨।୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଞ୍ଚଳରେ ଏବେ କାଠ ମାଫିଆ ସକ୍ରିୟ ହୋଇପଡିଛନ୍ତି। ମାଫିଆଙ୍କ ସହିତ ବନ ବିଭାଗ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକାରେ ଦିନ ଦ୍ବିପ୍ରହରରେ ଚାଲିଛି କାଠ ଚୋରାଚାଲାଣ। ଆଜି ବନ ବିଭାଗ ପକ୍ଷରୁ ଉଦୟପୁର ବିଟ ବିଲା ଛକ ନିକଟରେ ଏକ ନମ୍ବର ବିହୀନ ଟେମ୍ପୁକୁ ବନ ବିଭାଗ ଜବତ କରିଛି। ଗାଡି ଭିତରୁ ୮ ଖଣ୍ଡ ଶାଳ ଚୌକାଠ ଜବତ ହୋଇଥିବା ବେଳେ ଜବତ କାଠର ଅନୁମାନିକ ମୂଲ୍ୟ ୪ହଜାର ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି ।

ଦିନ ଦ୍ବିପ୍ରହରେ କାଠ ଚୋରାଚାଲାଣ ଆଉ ଘଟଣାସ୍ଥଳରୁ ମାଫିଆ ଫେରାର ହେବା ଘଟଣା ଅଞ୍ଚଳବାସୀଙ୍କୁ ଚକିତ କରିଛି । ବନ ବିଭାଗର ଚଢାଉ ପୂର୍ବରୁ ମାଫିଆମାନେ କିପରି ଜାଣିଶୁଣି  ଫେରାର ହେବାରେ  ସକ୍ଷମ ହେଉଛନ୍ତି ତାହା ବିରାଟ ପ୍ରଶ୍ନବାଚୀ ହୋଇଥିବା ବେଳେ କେବଳ ଗାଡି କୁ ଧରି ପାଟଣା ବନ ବିଭାଗ କର୍ମଚାରୀ   ବାହା ବାହା ନେଉଛନ୍ତି ।

ପାଟଣା ରେଞ୍ଜର ସାହାରପଡା ଫରେଷ୍ଟର ଓ ଉଦୟପୁର ଫରେଷ୍ଟ ଗାର୍ଡଙ୍କ କାର୍ଯ୍ୟରେ ଅବହେଳା  ଯୋଗୁଁ ମାଫିଆମାନେ ଦିନ ଦ୍ଵିପ୍ରହରରେ ସାହାରପଡା ସେକ୍ସନ ଅଞ୍ଚଳରେ  କାଠ ଚାଲାଣ କରିବାରେ ସକ୍ରିୟ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ ପୂର୍ବରୁ ମଧ୍ୟ ପାଟଣା ରେଞ୍ଜ ଅଫିସରୁ ମାତ୍ର ଏକ କିଲୋମିଟର ଦୂରରେ ଗ୍ରାମ୍ୟ ଜଙ୍ଗଲରୁ ଗଛ କାଟି ନିଜ ନିଜ ଭିତରେ ଭାଗ ବଣ୍ଟା କରୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ  ବନ କର୍ମଚାରୀ ଯାଇ କାଠ କୁ ଜବତ କରିଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରାଜ୍ୟ ରାଜକୋଷରୁ ମାସିକ ଲକ୍ଷାଧିକ ଟଙ୍କା ବେତନ ପାଇଁ ବନ ବିଭାଗ କର୍ମଚାରୀ କରୁଛନ୍ତି କଣ । ଏଥିପ୍ରତି ଜିଲ୍ଲା ବନ ଖଣ୍ଡ ଅଧିକାରୀ ଦୃଷ୍ଟି ଦେଇ ଅସାଧୁ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବେଶବିତ୍ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.