Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପବିତ୍ର ଅକ୍ଷୟ ତୃତୀୟାରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥକାଠ ଅନୁକୂଳ

15/05/2021 at 5:09 PM

ରାଇରଙ୍ଗପୁସିର, ୧୫/୦୫: ଆଜି ବୈଶାଖ ମାସ ଶୁକ୍ଳ ତୃତୀୟା । ଉତ୍କଳୀୟ ସଂସ୍କୃତିର ଏକ ମହାନ ଦିନ । ଏହି ପବିତ୍ର ଦିନରେ ଆଗାମୀ ରଥ ନିର୍ମାଣ ପାଇଁ ଆଜିଠାରୁ ରଥକାଠ ପୂଜାର୍ଚ୍ଚନା କରାଯାଇ ପ୍ରସ୍ତୁତ କରାଯାଇଥାଏ।

ଅକ୍ଷୟ ତୃତୀୟା ଅବସରରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦେବୋତ୍ତର କମିଟି ଅଧ୍ୟକ୍ଷ ତଥା ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରଥକାଠ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିରର ବଡ ପୂଜକ ଦେବବ୍ରତ ରଥଶର୍ମା, ରାମ ମହାରଣା, ଡାହୁକ କୃଷ୍ଣ ବିହାରୀ ମହାନ୍ତି, ଦେବୋତ୍ତର କର୍ମଚାରୀ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ପୂଜକ ଦେବବ୍ରତ ରଥଶର୍ମା ଜଗନ୍ନାଥଙ୍କ ସଂପୁର୍ଣ୍ଣ ନୀତି ନିୟମରେ ପୂଜାର୍ଚ୍ଚନା କରିଥିଲେ। କର୍ତ୍ତା ହିସାବରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ବସିଥିଲେ । ପୂଜାର୍ଚ୍ଚନା ପରେ ମୁଖ୍ୟ ମହାରଣା ମହାରଣା କାଠରେ କୁରାଢି ମାରି ରଥ ନିର୍ମାଣ ପାଇଁ ଆରମ୍ଭ କରିଥିଲେ ।

ତେବେ ସଂପୁର୍ଣ୍ଣ ଭାବରେ ବିନା ଭକ୍ତରେ କୋଭିଡ ନିୟମ ଅନୁସାରେ ପାଳନ କରାଯାଇ ରଥକାଠ ଅନୁକୂଳ କରାଯାଇଥିଲା । ଆଗାମି ଦେବସ୍ନାନ ପୂର୍ଣ୍ଣିମା ମଧ୍ୟ କୋଭିଡ କଟକଣା ଅନୁସାରେ ବିନା ଭକ୍ତରେ ପାଳନ କରାଯିବ । ଅଳ୍ପ କେତେଜଣ ସେବକଙ୍କ ଦ୍ଵାରା ଦେବସ୍ନାନ କାର୍ଯ୍ୟକ୍ରମ ହେବ । ସେମାନଙ୍କୁ ଟିକା କରଣ କରାଯିବ । ଦେବସ୍ନାନ ପୂର୍ଣ୍ଣିମାର ୩ଦିନ ପୂର୍ବରୁ ସେମାନଙ୍କ କରୋନା ପରୀକ୍ଷା କରାଯିବ । ଯେଉଁମାନେ ଆକ୍ରାନ୍ତ ଥିବେ ସେମାନଙ୍କୁ ବାଦ ଦିଆଯିବ ବୋଲି ଦେବୋତ୍ତର କମିଟି ତରଫରୁ ସୂଚନା ଦିଆଯାଇଛି ।

   Related Posts