ରଥଯାତ୍ରା ପାଇଁ ବୌଦ୍ଧ ଜିଲ୍ଲାରୁ ଶ୍ରୀକ୍ଷେତ୍ରକୁ ଯିବ ୩ କିସମର ୨୮୫ ଖଣ୍ଡ କାଠ

Published By : Prameya-News7 Bureau | March 18, 2020 IST

ବୌଦ୍ଧ ୧୮।୩: ବିଶ୍ବ ପ୍ରସିଦ୍ଧ ପୁରୀ ଘୋଷଯାତ୍ରାରେ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ଯିବ କାଠ । ଏଥିପାଇଁ ୩ କିସମର ଗଛ ଚିହ୍ନଟ କରାଯାଇ ପ୍ରାୟ ୨୮୫ ଖଣ୍ଡ କାଠ ଯିବ ପୁରୀକୁ । ପୁରୀ ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ କମିଟି ବୌଦ୍ଧରେ ପହଂଚି ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଛନ୍ତି । ବୌଦ୍ଧ ମାଧପୁରରେ ଗଛ ଚିହ୍ନଟ କରିବା ସହ ରୀତିନୀତିରେ ପୂଜାର୍ଚ୍ଚନା କରି ଗଛ କଟା ଅନୂକୂଳ କରିଛନ୍ତି । ତୃତୀୟ ଥର ପାଇଁ ମହାପ୍ରଭୁଙ୍କ ରଥ ନିର୍ମ।ଣ ପାଇଁ ବୌଦ୍ଧରୁ କାଠ ଯାଉଥତ୍ବାରୁ ଅଂଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି । 

{"id":240472,"sizeSlug":"large"}

ବୌଦ୍ଧ ଜିଲ୍ଲାରୁ ତୃତୀୟ ଥର ପାଇଁ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ରଥ କାଠ ଯିବ । ତେଣୁ ମନ୍ଦିର ପ୍ରସାଶନ ପକ୍ଷରୁ ଏକ ୩ ଜଣିଆ ଟିମ୍ ବୌଦ୍ଧରେ ପହଁଚି ମାଧପୁରରେ ଗଛ ଚିହ୍ନଟ ପ୍ରକ୍ରିୟା ସରିଥିଲେ । ପରେ ଶ୍ରୀମନ୍ଦିରରୁ ଆସିଥିବା ଆଜ୍ଞାମାଳକୁ ନେଇ ମାଧପୁର ରେଞ୍ଜ ନିକଟସ୍ଥ ବନଦୁର୍ଗା ଦେବୀଙ୍କ ମନ୍ଦିରରେ ହୋମଯଜ୍ଞ ସହ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଆଜ୍ଞାମାଳ ନେଇ ବୌଦ୍ଧ-ନୟାଗଡ ସୀମା’ କମ୍ପାର୍ଟମଂଟେ-୧ ରେ ଚିହ୍ନଟ ହୋଇଥିବା ଅସନ ବୃକ୍ଷକୁ ପୂଜାର୍ଚ୍ଚନା କରି ଗଛ କଟା ଅନୁକୂଳ ହୋଇଥିଲା ମହାପ୍ରଭୁ ରଥ ନିର୍ମ।ଣ ପାଇଁ କାଠ ଯାଉଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।                                                                                                                 

{"id":240473,"sizeSlug":"large"}

ଘୋଷଯାତ୍ରର ତିନୋଟି ରଥ ନିର୍ମ।ଣ ପାଇଁ ୮୬୫ ଖଣ୍ଡ କାଠ ସଂଗ୍ରହ କରାଯାଇଥାଏ । ସେଥି ମଧ୍ୟରୁ ୬୭୨ ଖଣ୍ଡ କାଠର ଆବଶ୍ୟକ ପଡିଥାଏ । ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରୁ ୨୮୫ ଖଣ୍ଡ କାଠ ଯାଉଥିବା  ବେଳେ ଅବଶିଷ୍ଟାଂଶ କାଠ ନୟାଗଡ ବନବିଭାଗ ଯୋଗାଉଛି । ମାଧପୁରରୁ ୧୧୭ ଖଣ୍ଡ ଅସନ କାଠ କଟାଯାଇ ପୁରୀକୁ ପଠାଯିବ । ତେବେ ଜିଲ୍ଲାର ମାଧପୁର, କଂଟାମାଳ ଓ ମନମୁଣ୍ଡା ରେଞ୍ଜରୁ ଅସନ କାଠ ୧୨୬ ଖଣ୍ଡ, ଧଉରା କାଠ ୧୩୭ ଖଣ୍ଡ ଏବଂ ଖାସି କାଠ ୨୨ ଖଣ୍ଡ ଆଦି ତିନି କିସମର କାଠ ପୁରୀକୁ ଯିବ । କଠାକଟା ସରିଲା ପରେ ରୀତିନୀତିରେ ପୂଜାର୍ଚ୍ଚନା କରି ସମସ୍ତ କାଠ ସୁରକ୍ଷିତ ଭାବରେ ପୁରୀକୁ ପଠାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

{"id":240474,"sizeSlug":"large"}

ବୌଦ୍ଧ ଜିଲ୍ଲାରୁ ତିନି ତିନି ଥର କାଠ ଯିବାଟା ଜିଲ୍ଲାବାସୀଙ୍କ ପକ୍ଷରେ ଗର୍ବ ଓ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.