ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନଙ୍କ ଉପରେ ଲାଗିଲା ଜରିମାନା, କରିଛନ୍ତି ଆଇସିସି ନିୟମର ଉଲଙ୍ଘନ

Published By : Prameya-News7 Bureau | January 11, 2021 IST

ସିଡନୀ, ୧୧|୦୧: ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ବେଳେ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ଜାହିର କରିଥିଲେ । ଏପରିକି ଯୁକ୍ତିତର୍କ ମଧ୍ୟ କରିଥିଲେ । ଫଳରେ ତାଙ୍କୁ ମ୍ୟାଚ୍ ଫିଂର ୧୫ ପ୍ରତିଶତ ଜରିମାନା ଲାଗିଛି ।

ଟିମ୍ ପେନ୍ ଆଇସିସି ଆଚାର ସଂହିତାର ଖେଳାଳି ଓ ଖେଳାଳିଙ୍କ ସହଯୋଗୀ ଷ୍ଟାଫଙ୍କ ସହ ଜଡିତ ଅନୁଚ୍ଛେଦ ୨.୮ର ଉଲଙ୍ଘନ କରିଛନ୍ତି ।

ଆଇସିସି ଏକ ବୟାନ ଜାରି କରି କହିଛି ଯେ, ପେନଙ୍କ ଅନୁଶାସନାତ୍ମକ ରେକର୍ଡରେ ଏକ ଡିମେରିଟ୍ ଅଙ୍କ୍ ଯୋଡି ଦିଆଯାଇଛି । ପେନଙ୍କର ଗତ ୨୪ ମାସ ମଧ୍ୟରେ ଏହା ପ୍ରଥମ ଭୁଲ ଅଟେ ।

ଭାରତର ପ୍ରଥମ ଇନିଂସର ୫୬ ତମ ଓଭରରେ ପେନ୍ ଏହି ଭୁଲ କରିଥିଲେ । ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଚେତେଶ୍ୱର ପୂଜାରାଙ୍କ ବିରୋଧରେ ଡିଆରଏସ ଅପିଲ କରିଥିଲେ । ଏହା ପୂଜାରାଙ୍କୁ ସୁହାଇଥିଲା । ଏହାପରେ ସେ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବେ ପେନ୍ ନିଜ ଦୋଷ ସ୍ୱୀକାର କରିଛନ୍ତି । ଏହି ମାମଲାର କୌଣସି ଅପଚାରିକ ଶୁଣାଣି ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.