ସ୍ଲେଜିଂ କରୁଥିଲେ ଟିମ୍ ପେନ୍, ଏମିତି ଜବାବ ଦେଲେ ରବି ଚନ୍ଦ୍ରନ ଅଶ୍ଵିନ, ବନ୍ଦ ହୋଇଗଲା କଙ୍ଗାରୁ ଅଧିନାୟକଙ୍କ ମୁହଁ

Published By : Prameya-News7 Bureau | January 11, 2021 IST

ସିଡନୀ ୧୧।୦୧: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ଭାରତୀୟ ବ୍ୟାଟସମ୍ୟାନ ଅସୀମ ଧୈର୍ଯ୍ୟ ଏବଂ ଲଢୁଆ ବ୍ୟାଟିଂ ଯୋଗୁଁ ଡ୍ର ହୋଇଛି। ତୃତୀୟ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍ ପେନ ବ୍ୟାଟିଂ କରୁଥିବା ରବି ଚନ୍ଦ୍ରନ ଅଶ୍ଵିନଙ୍କ ଧ୍ୟାନ ଭଙ୍ଗ କରିବାକୁ ଉଦ୍ୟମ କରିଛନ୍ତି। ମ୍ୟାଚ୍‌ର ଅନ୍ତିମ ଦିନରେ ଅଶ୍ଵିନ ଓ ହନୁମା ବିହାରୀ କ୍ରିଜ୍‌ରେ ଜମି ରହିଥିଲେ। ଅନ୍ୟପଟେ ଅଷ୍ଟ୍ରେଲିଆ ଦଳ ଓ୍ଵିକେଟ୍ ନେବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ। ଏହି ସମୟରେ ଅଧିନାୟକ ଟିମ୍ ପେନ ଓ୍ଵିକେଟ୍ ପଛରେ ଅଶ୍ଵିନଙ୍କ ଧ୍ୟାନ ଭାଙ୍ଗିବାକୁ ଲାଗି ପଡିଥିଲେ। ପେନ୍‌ ଭାରତୀୟ ବ୍ୟାଟସମ୍ୟାନଙ୍କୁ ସ୍ଲେଜିଂ କରିବାରେ ଲାଗି ପଡିଥିଲେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ତୃତୀୟ ଟେଷ୍ଟ ଡ୍ର ରହିଛି। ହନୁମା ବିହାରୀ ଓ ଅଶ୍ଵିନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅଷ୍ଟ୍ରେଲିଆର ବିଜୟ ସ୍ଵପ୍ନକୁ ଧୂଳିସାତ କରିଛନ୍ତି। ହନୁମା ଓ ଅଶ୍ଵିନ ୨୫୬ ବଲ୍‌ରେ ୬୨ ରନର ଅବିଭାଜିତ ଭାଗିଦାରୀ କରିଥିଲେ। ଏହି ଭାଗିଦାରୀକୁ ଭାଙ୍ଗିବାରେ କଙ୍ଗାରୁ ଦଳ ସଫଳ ହୋଇ ପାରିନଥିଲେ।

wp:html /wp:html

ପଞ୍ଚମ ଦିନରେ ଅଶ୍ଵିନ-ହନୁମାଙ୍କ ଭାଗିଦାରୀରେ ହତାଶ କଙ୍ଗାରୁ ଦଳର ଅଧିନାୟକ ସ୍ଲେଜିଂର ସାହାରା ନେଇଥିଲେ।  ଇନିଂସର ୧୨୨ ତମ ଓଭରରେ ପେନ ଅଶ୍ଵିନଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା। ହେଲେ ତାଙ୍କର କଥା ଷ୍ଟମ୍ପ ମାଇକ୍‌ରେ କଏଦ ହୋଇ ଯାଇଛି। ଭାଇରାଲ ହୋଇଥିବା ଭିଡିଓରେ ପେନ୍ ଅଶ୍ଵିନଙ୍କୁ କହୁଛନ୍ତି ଯେ, ତୁମେ ଗାବା ଆସିବାକୁ ଅପେକ୍ଷା କରି ପାରିବୁ ନାହିଁ। ଏହାର ଜବାବରେ ଅଶ୍ଵିନ କହିଛନ୍ତି, ତୁମର ଭାରତ ଆସିବାକୁ ଅପେକ୍ଷା କରି ପାରିବୁ ନାହିଁ, ତାହା ତୁମର ଶେଷ ସିରିଜ୍ ହେବ।

wp:html /wp:html

ଟିମ୍ ପେନ୍‌ ଚଳିତ ସିରିଜ୍‌ର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ କଥା କହୁଥିଲେ। ଏହି ଟେଷ୍ଟ ଜାନୁଆରୀ ୧୫ରେ ବ୍ରିସବେନର ଗାବାରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳକୁ ସେଠାରେ ହରାଇବା ମୁସ୍କିଲ। ଅଷ୍ଟ୍ରେଲିଆ ଦଳ ୧୯୮୮ ପରଠୁ ବ୍ରିସବେନରେ କୌଣସି ଟେଷ୍ଟ ହାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.