ଅଷ୍ଟ୍ରେଲିଆ ଅଧିନାୟକଙ୍କ ଉପରେ ବର୍ଷିଲେ ଗାଭାସ୍କର : କହିଲେ, ‘ଟିମ୍ ପେନ୍‌ଙ୍କ ବ୍ୟବହାର କ୍ୟାପଟେନ୍‌ଙ୍କ ଭଳି ନୁହେଁ, ତାଙ୍କୁ ତୁରନ୍ତ ପଦରୁ ହଟାଯିବା ଆବଶ୍ୟକ’

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୧୨/୦୧ : ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର, ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି, ଜଣେ ଅଧିନାୟକ ଭାବେ ଟିମ୍‌ ପେନ୍‌ଙ୍କ ବ୍ୟବହାର ଠିକ୍‌ ନାହିଁ ଏବଂ ତାଙ୍କୁ ତୁରନ୍ତ ଅଧିନାୟକ ପଦରୁ ହଟାଯିବା ଦରକାର । ଅଧିନାୟକ ଭାବେ ଟିମର ସମସ୍ତ କାର୍ଯ୍ୟଭାର ସୁଚିନ୍ତିତ ଢଙ୍ଗରେ କରିବା ଜଣେ ଅଧିନାୟକର କର୍ତ୍ତବ୍ୟ । କିନ୍ତୁ ବିଡମ୍ବନାର ବିଷୟ ଟିମ୍‌ ପେନ୍‌ ଏଥିପ୍ରତି ଆଦୌ ଧ୍ୟାନ ଦେଇନାହାନ୍ତି ।

ଆହତ ଥାଇ ମଧ୍ୟ ରବିଚନ୍ଦ୍ରନ ଅଶ୍ବିନ ଏବଂ ହନୁମା ବିହାରୀ କ୍ରିଜ୍‌ରେ ଚଟ୍ଟାଣ ଭଳି ରହି ବ୍ୟାଟିଂ ଜାରି ରଖିଥିଲେ । ଦୁଇ ଖେଳାଳୀ ମ୍ୟାଚ୍‌କୁ ଡ୍ର ଆଡକୁ ନେଇଥି​‌ଲେ ଏବଂ ଏଥିରେ ସଫଳ ମଧ୍ୟ ହୋଇଥିଲେ । ପଞ୍ଚମ ଦିନରେ ଅଶ୍ଵିନ-ହନୁମାଙ୍କ ଭାଗିଦାରୀରେ ହତାଶ କଙ୍ଗାରୁ ଦଳର ଅଧିନାୟକ ସ୍ଲେଜିଂର ସାହାରା ନେଇଥିଲେ।  ଇନିଂସର ୧୨୨ ତମ ଓଭରରେ ପେନ ଅଶ୍ଵିନଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା। ହେଲେ ତାଙ୍କର କଥା ଷ୍ଟମ୍ପ ମାଇକ୍‌ରେ କଏଦ ହୋଇ ଯାଇଛି। ଭାଇରାଲ ହୋଇଥିବା ଭିଡିଓରେ ପେନ୍ ଅଶ୍ଵିନଙ୍କୁ କହୁଛନ୍ତି ଯେ, ତୁମେ ଗାବା ଆସିବାକୁ ଅପେକ୍ଷା କରି ପାରିବୁ ନାହିଁ। ଏହାର ଜବାବରେ ଅଶ୍ଵିନ କହିଛନ୍ତି, ତୁମର ଭାରତ ଆସିବାକୁ ଅପେକ୍ଷା କରି ପାରିବୁ ନାହିଁ, ତାହା ତୁମର ଶେଷ ସିରିଜ୍ ହେବ ।

wp:embed {"url":"https://twitter.com/CricketRustling/status/1348522119127330816","type":"rich","providerNameSlug":"twitter","responsive":true,"className":""}
https://twitter.com/CricketRustling/status/1348522119127330816
/wp:embed

ପେନଙ୍କ ଏଭଳି ଟିପ୍ପଣୀକୁ ନେଇ ଗାଭାସ୍କାର କହିଛନ୍ତି, ଅଶ୍ବିନଙ୍କୁ ଉସକାଇବା ବଦଳରେ ଟିମ୍‌ ପେନ୍‌ଙ୍କୁ ତାଙ୍କ କ୍ୟାଚ ଉପରେ ଧ୍ୟାନଦେବା ଉଚିତ । ଗାଭାସ୍କର ଆହୁରି ମଧ୍ୟ କହିଛନ୍ତି, ଅଷ୍ଟ୍ରେଲିଆ ଅଧିନାୟକଙ୍କ ପଦ ଖୁବ ସମୟ ରହିପାରେ । କାରଣ ତାଙ୍କର ଏଭଳି ହରକତ କ୍ରିକେଟ୍‌ ଅଷ୍ଟ୍ରେଲିଆ କେବେକି କ୍ଷମା କରିବା କଥା ନୁହେଁ । ସିରିଜ୍‌ ଶେଷ ହେବା ପରେ ତୁରନ୍ତ ଅଷ୍ଟ୍ରେଲିଆ ଅଧିନାୟକ ପଦରୁ ପେନ୍‌ଙ୍କୁ ହଟାଯିବା ଆବଶ୍ୟକ ।

ଗାଭାସ୍କର କହିଛନ୍ତି, ଏହି ମ୍ୟାଚ୍‌ରେ ଟିମ୍‌ ପେନ୍‌ ୩ଟି କ୍ୟାଚ ଛାଡିଛନ୍ତି । ହନୁମା ବିହାରୀଙ୍କ କ୍ୟାଚ୍ ଛାଡିବା ପୂର୍ବରୁ ସେ ଋଷଭ ପନ୍ତଙ୍କ କ୍ୟାଚ୍‌ ୨ଥର ହାତଛଡା କରିଥିଲେ । ତେବେ ଶେଷ ମ୍ୟାଚ୍‌ର ଶେଷ ସେସନ୍‌ରେ ହତାଶ ହୋଇ ବାରମ୍ବାର ଅଶ୍ବିନଙ୍କୁ ସ୍ଲେଜିଂ କରିଥିଲେ । ଏଥିରେ ସେ ମ୍ୟାଚ୍‌ରୁ ନିଜର ଧ୍ୟାନ ହଟାଇବା ସହିତ ୩ଟି କ୍ୟାଚ ହାତଛଡା କରିଥିଲେ । ତେବେ ସିରିଜ୍‌ ଶେଷ ହେବା ପରେ ତୁରନ୍ତ ଟିମ୍‌ ପେନ୍‌ଙ୍କୁ ଅଧିନାୟକ ପଦରୁ ହଟାଯିବା ଆବଶ୍ୟକ ବୋଲି ସୁନିଲ ଗାଭାସ୍କର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.