ମେଲବର୍ଣ୍ଣ ଟେଷ୍ଟ୍ : ରନଆଉଟ୍ ହୋଇଥିଲେ ଅଧିନାୟକ ଟିମ୍ ପେନ୍, କିନ୍ତୁ ନଟଆଉଟ୍ ଦେଇଥିଲେ ଥାର୍ଡ ଅମ୍ପାୟାର !
26/12/2020 at 5:55 PM

Image Courtesy : aajtak.in
ମେଲବର୍ଣ୍ଣ ୨୬/୧୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ର ଦ୍ବିତୀୟ ମୁକାବିଲା ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଜାରି ରହିଛି । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ଙ୍କ ରନଆଉଟକୁ ନେଇ ବିବାଦ ଦେଖାଦେଇଛି । ପେନ୍ଙ୍କ ଆଉଟକୁ ନେଇ ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୪ତମ ଓଭରରେ ଅଧିନାୟକ ଟିମ୍ ପେନ୍ ଆଉଟ ହୋଇଥିଲେ । କିନ୍ତୁ ଥାର୍ଡ୍ ଅମ୍ପାୟାର ପୋଲ ଓ୍ବିଲସନ୍ ତାଙ୍କୁ ନଟଆଉଟ୍ ଘୋଷଣା କରିଥିଲେ ।