୨ ଥର ଡିଆରଏସ ନେଇ ନିରାଶ ହେଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍, ଅମ୍ପାୟାରଙ୍କ ଉପରେ ରାଗିଗଲେ
9/01/2021 at 9:48 AM

ସିଡନୀ,୦୯/୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ସିଡନୀରେ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ କରିଥିବା ୩୩୮ ରନ୍ର ଜବାବରେ ଭାରତ ଏବେସୁଦ୍ଧା ୯ ଓ୍ୱିକେଟ୍ ହରାଇ ୨୪୪ ରନ୍ କରିଛି । କ୍ରିଜରେ ରବିନ୍ଦ୍ର ଜାଡେଜା ଓ ଜସପ୍ରିତ ବୁମରାହ ରହିଛନ୍ତି । ଏହି ଟେଷ୍ଟ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନଙ୍କ ପାଇଁ ବହୁତ ଖରାପ ସାବ୍ୟସ୍ତ ହୋଇଛି । ପ୍ରଥମ ପାଳିରେ ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ଏହାସହ ଭାରତୀୟ ଇନିଂସରେ ସେ ଦୁଇ ଥର ଡିଆରଏସ ନେଇ ଭୁଲ ପ୍ରମାଣିତ ହୋଇଛନ୍ତି ।
🚨 MARNUS TIME 🚨 #AUSvIND
— News Cricket (@NewsCorpCricket) January 9, 2021
ମ୍ୟାଚର ତୃତୀୟ ଦିନରେ ମାର୍ଣ୍ଣସ୍ ଲାବୁସେନଙ୍କ ଏକ ବଲକୁ ଋଷଭ ପନ୍ତ ଲେଗ୍ ସାଇଡରେ ଖେଳିଥିଲେ । କିନ୍ତୁ ବଲ୍ ବ୍ୟାଟରେ ନବାଜି କିପରଙ୍କ ହାତକୁ ଯାଇଥିଲା । ପେନ୍ ନିଶ୍ଚିତ ଥିଲେ ଯେ ବଲ୍ ପନ୍ତଙ୍କ ବ୍ୟାଟରେ ବାଜିଛି । ଏହା ସହ ଅମ୍ପାୟାରଙ୍କ ନିଷ୍ପତ୍ତି ବିପକ୍ଷରେ ଡିଆରଏସ ନେଇଥିଲେ । କିନ୍ତୁ ତୃତୀୟ ଅମ୍ପାୟାର ଟ୍ରମ୍ପଙ୍କୁ ନଟଆଉଟ୍ ଦେଇଥିଲେ ।
ସେହିପରି ପେନ୍ ଚେତେଶ୍ୱର ପୂଜାରାଙ୍କ ବିପକ୍ଷରେ ମଧ୍ୟ ଡିଆରଏସ ନେଇ ନିରାଶ ହୋଇଥିଲେ । ଚେତଶ୍ୱର ପୂଜାରାଙ୍କ ବିପକ୍ଷରେ ପେନ୍ ଡିଆରଏସ ନେଇଥିଲେ । ବଲ୍ ପୂଜାରାଙ୍କ ବ୍ୟାଟରେ ବାଜିନଥିବା ସ୍ପଷ୍ଟ ହୋଇଥିଲା । ତୃତୀୟ ଅମ୍ପାୟାର ପୂଜାରାଙ୍କୁ ନଟଆଉଟ୍ ଦେଇଥିଲେ । ଏହାପରେ ପେନ୍ ରାଗି ଯାଇଥିଲେ । ସେ ଅମ୍ପାୟାର ଓ୍ୱିଲସନଙ୍କୁ କିଛି କହିଥିଲେ ।
Australia lose a review trying to prize out Pujara. Another fantastic decision by the umpire #AUSvIND pic.twitter.com/k1coiuhI1W
— cricket.com.au (@cricketcomau) January 8, 2021
ସୂଚନାଯୋଗ୍ୟ, ମେଲବର୍ଣ୍ଣ ଟେଷ୍ଟରେ ମଧ୍ୟ ପେନ୍ ଏପରି ଭାବେ ଆଉଟ୍ ହୋଇଥିଲେ । ରବିନ୍ଦ୍ର ଜାଡେଜାଙ୍କ ବଲରେ ସେ ପନ୍ତଙ୍କ ହାତରେ ଧରା ପଡିଥିଲେ । ଏହି ନିଷ୍ପତ୍ତି ବିରୋଧରେ ସେ ଡିଆରଏସ ନେଇଥିଲେ ମଧ୍ୟ ତୃତୀୟ ଅମ୍ପାୟାର ଆଉଟ୍ ଦେଇଥିଲେ ।