Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କରୋନାଭାଇରସ୍ ସମ୍ବନ୍ଧରେ ନିଜସ୍ୱ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିପାରିଲେନି WHO, ଚିନ୍ତାରେ ବୈଜ୍ଞାନିକ

11/06/2020 at 5:25 PM

ଜେନେଭା ୧୧।୬: ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣକୁ ୭ ମାସରୁ ଅଧିକ କାଳ ହେଲାଣି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏପର୍ଯ୍ୟନ୍ତ ଭୂତାଣୁ ସଂକ୍ରମଣ ସମ୍ପର୍କିତ ବାସ୍ତବ ତଥ୍ୟ ଉପସ୍ଥାପନ ଦୂରର କଥା ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରିପାରିନାହାନ୍ତି।  ଏଣୁ କେତେକ ଦେଶରେ ବୈଜ୍ଞାନିକ ଏବେ ଡବ୍ଲୁଏଚଓଙ୍କ କାର୍ଯ୍ୟ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଲେଣି। ଏପିରିକି କେଉଁ ମାସ୍କରେ ଭୂତାଣୁ ସଂକ୍ରମଣର ସଫଳ ନିୟନ୍ତ୍ରଣ ହୋଇପାରିବ ତାହା ମଧ୍ୟ ସଙ୍ଗଠନ ସଠିକ କହି ପାରୁନଥିବା ବୈଜ୍ଞାନିକ ଅଭିଯୋଗ କରୁଛନ୍ତି।

ବୈଜ୍ଞାନିକମାନଙ୍କର କହିବାର କଥା ହେଲା ସଂକ୍ରମଣ ରୋକିବାକୁ ହେଲେ ମୁହଁରେ ମାସ୍କ ଲଗାଇବା ନିତ୍ୟାନ୍ତ ଜରୁରି। ଏହା ବ୍ୟତୀତ ଅନ୍ୟ ଏପରି  କିଛି  ବିନ୍ଦୁ ରହିଛି ଯାହା ନେଇ ଡବ୍ଲୁଏଚଓ ଠିକ୍ ସମୟରେ ଧ୍ୟାନ ଦେଇନାହାନ୍ତି। ଏଣୁ ଭୂତାଣୁ ସାରା ବିଶ୍ୱକୁ ପ୍ରସାରି ଯାଇଥିବା ବେଳେ ଏହାକୁ ଏବେ ରୋକିବା ଅସମ୍ଭବ ହୋଇପଡିଛି। ଡବ୍ଲୁଏଚଓ କେବଳ ଚୀନ ନୁହେଁ ସାରା ବିଶ୍ୱ ଲାଗି କାମ କରୁଛନ୍ତି। ବୈଜ୍ଞାନିକ ଗବେଷଣା ଓ ଅନୁସନ୍ଧାନ ଲାଗି ଦେଶମାନେ ପାଣ୍ଠି ମଧ୍ୟ ଯୋଗାଇ ଦେଉଛନ୍ତି। ଏଣୁ ମହାମାରୀ ଭଳି କୌଣସି ପରିସ୍ଥିତି ଉପୁଜିଲେ ସାରା ବିଶ୍ୱ ଡବ୍ଲୁଏଚଓଙ୍କ ଆଡକୁ ମୁହାଁନ୍ତି ଓ ସେ ଯେଉଁ ଉପାୟ ଏବଂ ପରାମର୍ଶ ଦିଅନ୍ତି ସମସ୍ତେ ତାହା ପାଳନ କରନ୍ତି।  ହେଲେ କରୋନା ଭାଇରସ ମହାମାରୀରେ ଏପରି ହୋଇନାହିଁ। ମାମଲାରେ ଡବ୍ଲୁଏଚଓ ଉପସ୍ଥାପନ କରିଥିବା ରିପୋର୍ଟରେ ଭୂତାଣୁ ସଂକ୍ରମଣର ସଠିକ କାରଣ ଏପର୍ଯ୍ୟନ୍ତ କହିପାରୁନଥିବା ବେଳେ ନିୟନ୍ତ୍ରଣ ଦିଗରେ ମଧ୍ୟ ସେପରି କୌଣସି ପଦକ୍ଷେପ ନେଉଥିବା ପରି ମନେ ହେଉ ନାହିଁ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

କରୋନା ଭାଇରସ୍ ସଂକ୍ରମଣ ପରଠାରୁ ସବୁ ସରକାର ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଏପର୍ଯ୍ୟନ୍ତ ଡବ୍ଲୁଏଚଓ ଏହାକୁ  ଜରୁରି ବୋଲି ଘୋଷଣା ମଧ୍ୟ କରୁନାହାନ୍ତି। ସେହିପରି ବିନାଲକ୍ଷଣର ରୋଗୀଙ୍କୁ ନେଇ ଡବ୍ଲୁଏଚଓ ଏବେବି ଅସମଞ୍ଜସ୍ୟରେ ଅଛନ୍ତି। ସଙ୍ଗଠନର ଜନୈକ ସଦସ୍ୟ ବିନା ଲକ୍ଷଣର ରୋଗୀ ମିଳିବା ଅସମ୍ଭବ ବୋଲି କହିଥିଲେ। ହେଲେ ପରେ ସେ ନିଜ ବୟାନରୁ  ଓହରି ଯାଇଛନ୍ତି। ଟ୍ରାଭେଲ ହିଷ୍ଟ୍ରି ଓ କରୋନାର ଲକ୍ଷଣ ନଥାଇ ମଧ୍ୟ କେହିବି କରୋନାରେ ସଂକ୍ରମିତ ହୋଇ ପାରନ୍ତି  ବୋଲି ସମ୍ପୃକ୍ତ ସଦସ୍ୟ ପରେ କହିବା ନୂଆ ସମସ୍ୟା ସୃଷ୍ଟି କରିଥିଲା।

କେବଳ ଏତିକି ନୁହେଁ ଅନ୍ୟ କେତେକ ପ୍ରମୁଖ ପ୍ରସଙ୍ଗରେ ମଧ୍ୟ ଡବ୍ଲୁଏଚଓ  ଏବଂ ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକଙ୍କ ମତପାର୍ଥକ୍ୟ ଜଣାପଡିଲାଣି। ଯେପରି ଛିଙ୍କରେ ଭାଇରସ ଉଡୁଥିବା ଓ ଶାରୀରିକ ସମ୍ପର୍କରେ ଆସିବା ଯୋଗୁ ମଧ୍ୟ ଭୂତାଣୁ ସଂକ୍ରମଣର ଭୟ ଥିବାର ବୈଜ୍ଞାନିକଙ୍କ ଦାବିକୁ ମଧ୍ୟ ଡବ୍ଲୁଏଚଓ ଅସ୍ୱୀକାର କରିଦେଇଥିଲେ। ଚୀନ ଡାକ୍ତରମାନେ ଭୂତାଣୁ ସଂକ୍ରମଣ ପରେ ହିଁ ଏ ନେଇ ସତର୍କ କରାଇଥିଲେ ବି ଡବ୍ଲୁଏଚଓ ପ୍ରାଧାନ୍ୟ ନ ଦେବାରୁ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଥିବା ମିନୋସୋଟା ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ମାଇକେଲ ଓଷ୍ଟରହୋମ କହିଛନ୍ତି।

ସେହିପରି ହାଭାର୍ଡ ଗ୍ଲୋବାଲ ହେଲଥ୍ ଇନିଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡା. ଆଶିଷ ଝା ମଧ୍ୟ ଡବ୍ଲୁଏଚଓଙ୍କ କାର୍ଯ୍ୟପଦ୍ଧତୀକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି ଯେ ଡବ୍ଲୁଏଚଓଙ୍କ ଉପରେ ଆମେ ଏଥିଲାଗି ଭରସା କରୁ ସେ ସବୁ ଦେଶଙ୍କ ସହ ସମ୍ପର୍କ ରକ୍ଷା କରି ଏ ଦିଗରେ ବିସ୍ତୃତ ତଥ୍ୟ ଉପଲବ୍ଧ କରାନ୍ତି । ତେବେ ଡବ୍ଲୁଏଚଓଙ୍କ ବୈଷୟିକ ମୁଖ୍ୟ ଡା.ମାରିଆ ୱାନ କିରର୍ଖୋବ ଏବେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି ଜଣେ ଲୋକ ଆଉ ଜଣେ ଲୋକ ପାଖକୁ ଗଲେ କିପରି ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛି। ଏଥିରେ ଭୂତାଣୁ ସଂକ୍ରମଣ ନେଇ ନିଜେ ସ୍ୱାସ୍ଥ୍ୟ ସଙ୍ଗଠନ ଅଜ୍ଞ ଥିବା ବେଳେ ବିଶ୍ୱକୁ ଆବଶ୍ୟକ ଦିଶାନିର୍ଦ୍ଦେଶ ମଧ୍ୟ କରିପାରୁନଥିବା ବୈଜ୍ଞାନିକମାନେ କହିଛନ୍ତି।

   Related Posts