Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମଙ୍ଗଳବାର ପର୍ଯ୍ୟନ୍ତ କର୍ଣ୍ଣାଟକ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରଙ୍କୁ ଆଶ୍ବସ୍ତି , ସୁପ୍ରିମ କୋର୍ଟ କଲେ ହସ୍ତକ୍ଷେପ

12/07/2019 at 7:19 PM

ନୂଆଦିଲ୍ଲୀ୧୨|୭: ଛଅ ଦିନ ହେଲା କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି ।କର୍ଣ୍ଣାଟକରୁ ରାଜଧାନୀ ଦିଲ୍ଲୀ ଭାୟା ମୁମ୍ବାଇ । ପ୍ରତି ମୋମେଣ୍ଟରେ କର୍ଣ୍ଣାଟକ ରାଜନୀତିକୁ ନେଇ ଆସୁଥିବା ଅପ୍‌ ଡେଟରେ ବ୍ରେକ ଲଗାଇଛନ୍ତି ସବୋର୍ଚ୍ଚ ଅଦାଲତ । ଫୁଲ ପ୍ରେସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ବିଦ୍ରୋହୀ ବିଧାୟକ । ଏଣେ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ଲଗାଇ କର୍ଣ୍ଣାଟକ ରାଜନୀତିରେ ବ୍ରେକ କଷିଛନ୍ତି ସୁପ୍ରିମକୋର୍ଟ…

ମଙ୍ଗଳବାର ପର୍ଯ୍ୟନ୍ତ କର୍ଣ୍ଣାଟକ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରଙ୍କୁ ଆଶ୍ବସ୍ତି । ସେପର୍ଯ୍ୟନ୍ତ ସ୍ଥିତାବସ୍ଥା ରହିବ। କୌଣସି ନିଷ୍ପତ୍ତି ନିଆଯିବନି।କର୍ଣ୍ଣାଟକ ରାଜନୀତି ନେଇ ଏମିତି କିଛି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ବା ୧୬ ତାରିଖ ଦିନ ବିଦ୍ରୋହୀ ବିଧାୟକଙ୍କ ବାବଦରେ  କୋର୍ଟଙ୍କୁ ନିଷ୍ପତ୍ତି ଜଣାଇବେ ବାଚସ୍ପତି କେ.ଆର ରମେଶ କୁମାର । ଗତକାଲି କୋର୍ଟଙ୍କ ନିକଟରେ ବାଚସ୍ପତି ରମେଶ କୁମାର ୧୦ରୁ ୧୨ ଦିନ ସମୟ ମାଗିଥିଲେ । ଆଜି ଏହାକୁ  ଅନୁମୋଦନ କରି ୧୬ ତାରିଖ ଯାଏଁ ସମୟ ଦେଇଥିବା ବେଳେ ସେମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଉପରେ ମଧ୍ୟ ବ୍ରେକ ଲଗାଇଛନ୍ତି । ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ବାଚସ୍ପତିଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିପକ୍ଷ ଓକିଲ ମୁକୁଲ ରୋହତଗୀ । ଧାଡ଼ିକିଆ ଇସ୍ତଫା ପଢ଼ିବାକୁ ବାଚସ୍ପତି ଦିନ ଗଡ଼ାଉଛନ୍ତି। ଏହା ଏକ ଚକ୍ରାନ୍ତ ବୋଲି ସେମାନେ ଦର୍ଶାଇଛନ୍ତି।

ଗୋଟିଏ ପଟେ କୋର୍ଟ ବାଚସ୍ପତିଙ୍କୁ ସମୟ ଦେଇଥିବା ବେଳେ ଅନ୍ୟପଟେ ବାଚସ୍ପତିଙ୍କୁ ସମୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ । ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ଦିନ ଧାର୍ଯ୍ୟ କରିବାକୁ ସମୟ ମାଗିଛନ୍ତି। ଭାବ ବିହ୍ବଳ ହୋଇ  କହିଛନ୍ତି “ବିଧାୟକମାନଙ୍କ ଇସ୍ତଫା ଜିଦ ଯୋଗୁଁ ରାଜ୍ୟ ସଂକଟଜନକ ପରିସ୍ଥିତିରେ ଫସିଯାଇଛି

ଘଡ଼ିସନ୍ଧି ମୂହୁର୍ତ୍ତରେ କର୍ଣ୍ଣାଟକ ରାଜନୀତି । ତେଣେ ତ୍ରିଶଙ୍କୁ ଅବସ୍ଥାରେ ଝୁଲିଛି କଂଗ୍ରେସ, ଜେଡିଏସ ଓ ବିଜେପିର ଭାଗ୍ୟ । କିଏ ସରକାରରେ ରହିବ ତାକୁ ନେଇ ଲାଗିଛି ଛକାପଞ୍ଝା। ତେଣୁ ନିଜ ନିଜ ବିଧାୟକଙ୍କୁ ଗୋଡ଼େ ଗୋଡ଼େ ଜଗିଛନ୍ତି ତିନି ରାଜନୈତିକ ଦଳ ।

   Related Posts