Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ! ନେଇପାରେ ପାରଳାଖେମୁଣ୍ଡି
  • ||
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||

AICC ଅଧ୍ୟକ୍ଷ ମନୋନୟନ ଲାଗି ଉଚିତ ପ୍ରକ୍ରିୟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ ସୋନିଆ: କଂଗ୍ରେସ

9/08/2020 at 9:25 PM

ନୂଆଦିଲ୍ଲୀ ୯।୮: ଆଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଅଧ୍ୟକ୍ଷ ମନୋନୟନ ଲାଗି ଉଚିତ ପ୍ରକ୍ରିୟା ପର୍ଯ୍ୟନ୍ତ ସୋନିଆ ଗାନ୍ଧି ପାର୍ଟିର ଅନ୍ତରୀଣ କାର୍ଯ୍ୟାକାରୀ ଅଧ୍ୟକ୍ଷ ରହିବେ। ରବିବାର କଂଗ୍ରେସ ଏହା ସ୍ପଷ୍ଟ କରିଦେଇଛି। ଦଳର ଜାତୀୟ ସଭାପତି ଚୟନ ନେଇ ବିଭିନ୍ନ ନେତା ବିଭିନ୍ନ ସମୟରେ ପ୍ରଶ୍ନ ଉଠାଉଛନ୍ତି। ଏଥିରେ ରବିବାର ଶଶି ଥରୁରଙ୍କ ବୟାନ ପରେ ଦଳ ପକ୍ଷରୁ ଅଭିଷେକ ମନୁ ସିଂଘବୀ ଏହା କହିଛନ୍ତି। 

କଂଗ୍ରେସର ସ୍ଥାୟୀ ସଭାପତି ନଥିବା ଯୋଗୁ ଦଳ ଛିନଛତ୍ର ହୋଇଯାଇଥିବା ଥରୁର ଉଲ୍ଲେଖ କରିବା ସହ ତୁରନ୍ତ ଦଳ ଲାଗି ସଭାପତି ମନୋନୟନ ଜରୁରି ବୋଲି କହିଛନ୍ତି। ସୋନିଆ ଗତବର୍ଷ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ତାହା ଅଗଷ୍ଟ ୧୦ ତାରିଖରେ ସମାପ୍ତ ହେବାକୁ ଯାଉଛି। ତେବେ ଏହାର ଅର୍ଥ ନୁହେଁ ସେହିଦିନ ପଦବୀ ରିକ୍ତ ହୋଇଯିବ ବୋଲି କଂଗ୍ରେସ କହିଛି।

ଏନେଇ ଅଭିଷେକ ମନପ ସିଂଘବୀ ସାମ୍ବାଦିକଙ୍କ ସହ ଅନଲାଇନରେ ଆଲୋଚନା ବେଳେ ସୋନିଆ ଏବେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ଅଛନ୍ତି ଓ ଦଳ ନିୟମିତ ଅଧ୍ୟକ୍ଷ ମନୋନୟନ ଲାଗି ଉଚିତ ପଦକ୍ଷେପ ଗ୍ରହଣ କରିବ। କଂଗ୍ରେସ କାର୍ଯ୍ୟକାରଣୀ (ସିଡବ୍ଲୁସି) ଏ ଦିଗରେ ନିଶ୍ଚିତ କୌଣସି ପଦକ୍ଷେପ ନେବେ ଓ ଯାହାର ପରିଣାମ ଖୁବ୍ ଶୀଘ୍ର ଦେଶ ସାମ୍ନାକୁ ଆସିବ ବୋଲି ସିଂଘବୀ କହିଛନ୍ତି।   

   Related Posts