ପଞ୍ଜସିରରେ ଏବେ ତାଲିବାନଙ୍କୁ ଏମିତି ମୁକାବିଲା କରୁଛନ୍ତି ଲୋକେ, ଆଖିରେ ପଡିଲେ ପାହାଡ଼ରୁ ଗଡାଇ ଦେଉଛନ୍ତି ପଥର

Published By : Prameya-News7 Bureau | September 21, 2021 IST

କାବୁଲ : ଉତ୍ତର-ପୂର୍ବ ଆଫଗାନିସ୍ତାନ ପଞ୍ଜଶିର ଘାଟି ଏବେବି ତାଲିବାନ ନିୟନ୍ତ୍ରଣକୁ ଆସିନି। ଘାଟିର ଲୋକେ ଉପତ୍ୟାକା ଛାଡି କାବୁଲ ଶରଣାର୍ଥୀ କ୍ୟାମ୍ପମାନଙ୍କରେ ଶରଣ ନେଇଛନ୍ତି। ତେବେ ନିଜ ମାଟିକୁ ତାଲିବାନଙ୍କ ଜିମ୍ମା କରି ନାହାନ୍ତି। ଏଣୁ ତାଲିବାନଙ୍କୁ ପଞ୍ଜସିର ଉପତ୍ୟାକାରେ ଦୃଢ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଲୋକେ ଏବେବି ଅହମ୍ମଦ ମାସୁଦ ଓ ପୂର୍ବତନ ଉପରାଷ୍ଟ୍ରପତି ଅମଋଲ୍ଲାହ ସାଲେହଙ୍କ ନେତୃତ୍ୱରେ ଘାଟିରେ ସଂଗ୍ରାମ ଜାରି ରଖିଛନ୍ତି।

{"id":515193,"sizeSlug":"large","linkDestination":"none"}

ପଞ୍ଜସିର ସିଂହମାନେ ତାଲିବାନ ମୁକାବିଲା ଲାଗି ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ରର ଭଣ୍ଡାରସରି ଆସୁଥିବା ଘୋଷଣା କରିଥିଲେ। ଏଣୁ ଆଫଗାନ ସେନାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବାବ ଦେବା ସେମାନଙ୍କ ପକ୍ଷେ ଅଧିକ ସମୟ ସମ୍ଭବ ନୁହେଁ ଜାଣି ଲୋକେ ଘାଟି ଖାଲିକରି ପଳାଇଥିଲେ।  ହେଲେବି ସଂଘର୍ଷ ବନ୍ଦ କରିନାହାନ୍ତି। ଲୋକେ ନିଜର ପିଲାପରିବାରଙ୍କୁ ଧରି ଘାଟିରେ ତାଲିବାନଙ୍କ ମୁକାବିଲା କରୁଛନ୍ତି। ସୁଉଚ୍ଚ ପାହାଦ ଶିଖରରେ ପଥର ସଜାଇ ତାଲିବାନୀଙ୍କୁ ଜଗି ରହିବା ସହ ସେମାନଙ୍କ ଉପରକୁ ଗଡାଇ ଦେଉଛନ୍ତି। ଯାହା ଏବେ ତାଲିବାନଙ୍କ ଲାଗି ଘାତକ ସାବ୍ୟସ୍ତ ହୋଇଛି।

{"id":515194,"width":839,"height":558,"sizeSlug":"full","linkDestination":"none"}

ତାଲିବାନଙ୍କ ବିରୋଧରେ ଜାରି ଯୁଦ୍ଧରେ ମହିଳା ମଧ୍ୟ ପୁରୁଷଙ୍କୁ ସହଯୋଗ କରୁଛନ୍ତି। ଏପରି ଜଣେ ମହିଳା ହେଉଛନ୍ତି ଲାଇଲୁମା। ୨୪ ବର୍ଷ ବୟଷ୍କା ଯୁବତୀ ତାଲିବାନଙ୍କ ସହ ପଥରରେ ଯୁଦ୍ଧ କରୁଥିବା ନ୍ୟୁୟର୍କ ପୋଷ୍ଟକୁ ଏକ ସାକ୍ଷାତକାରରେ କହିଛନ୍ତି। କେବଳ ଲାଇଲୁମା ନୁହନ୍ତି ତାଙ୍କ ସ୍ୱାମୀ, ଦିଅରମାନେ, ଶ୍ୱଶୁର ଓ ଶାଶୂ ମଧ୍ୟ ତାଲିବାନଙ୍କ ବିରୋଧରେ ସଂଗ୍ରାମ କରୁଛନ୍ତି। ଅହମ୍ମଦ ଶାହ ମାସୁଦଙ୍କ ଲାଗି ସେମାନେ ଲଢୁଥିବା ଲାଇଲୁମା କହିଥିବା ବେଳେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଘାଟିକୁ ତାଲିବାନ ହାତରେ ଟେକିଦେବେନି ବୋଲି କହିଛନ୍ତି।

{"id":515195,"width":839,"height":475,"sizeSlug":"full","linkDestination":"none"}

ତେବେ କେବଳ ଲାଇଲୁମା କି ତାଙ୍କ ପରିବାର ନୁହନ୍ତି ପଞ୍ଜସିରର ପ୍ରାୟ ପରିବାର ଶରଣାର୍ଥୀ କ୍ୟାମ୍ପମାନଙ୍କରେ ଆତ୍ମଗୋପନ କରିଥିଲେ ହେଁ ଲୁଚି ଛପି ତାଲିବାନଙ୍କ ଉପରେ ଟେକା ପଥର ଆକ୍ରମଣ ଚଳାଇଛନ୍ତି। ଲୋକେ ଗାଁ ଖାଲିକରି ପଳାଇଥିବାରୁ ତାଲିବାନ କାହାରିକୁ ପାଉ ନାହାନ୍ତି। ସେପଟେ ରାସ୍ତାଘାଟରେ ଲୋକଙ୍କ ଢେଲାପଥର ମାଡରେ ପ୍ରାଣ ହରାଉଛନ୍ତି। ଏଥିରୁ ପଞ୍ଜସିର ଏବେବି ତାଲିବାନ ନିୟନ୍ତ୍ରଣକୁ ଆସିନଥିବା ସ୍ପଷ୍ଟ ହୋଇଥିବା ବେଳେ ତାଲିବାନ ପ୍ରତିରୋଧ ଘାଟିରେ ବଢିବଢି ଚାଲିବା ତାଲିବାନଙ୍କ ଲାଗି ପ୍ରାଣଘାତୀ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.