ଭାରତରେ ଯଦି ଲକ୍‌ଡାଉନ୍‌ ଲାଗୁ ହୋଇନଥାନ୍ତା ତେବେ ଏପ୍ରିଲ ୧୫ ସୁଦ୍ଧା ୮.୨ ଲକ୍ଷ କେସ୍ ସାମ୍ନାକୁ ଆସିଥାନ୍ତା: ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୦୪: ଦେଶରେ କରୋନା ଭାଇରସ୍‌ ସଂକ୍ରମିତ ସଂଖ୍ୟା ୭୪୪୭କୁ ବୃଦ୍ଧି ଘଟିଛି। ମାତ୍ର ସମୟ ପୂର୍ବରୁ ଯଦି ଲକ୍‌ଡାଉନ୍‌ ନିଷ୍ପତ୍ତି ନିଆଯାଇ ନଥାନ୍ତା ତେବେ ଦେଶରେ ଏ ପର୍ଯ୍ୟନ୍ତ ସ୍ଥିତି ବହୁତ ଶୋଚନୀୟ ହୋଇଥାନ୍ତା। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ, କରୋନା ଭାଇରସ୍‌ର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ବହୁତ ମହତ୍ଵପୂର୍ଣ୍ଣ ରହିଛି। ଯଦି ଆମେ ଏହି ପରି ପଦକ୍ଷେପ ଉଠାଇ ନଥାନ୍ତେ ତେବେ ଭାଇରସ୍‌ ପଜିଟିଭ୍ ସଂଖ୍ୟା ୮ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥାନ୍ତା।

ଭାରତ ବହୁତ ପୂର୍ବରୁ ସତର୍କତା ପଦକ୍ଷେପ ଉଠାଇଛି

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ଭାରତ କରୋନା ଭାଇରସ୍‌ ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଉଠାଇଛି। ଯଦି ଲକ୍‌ଡାଉନ୍‌ ଲାଗୁ କରାଯାଇ ନଥାନ୍ତା ତେବେ କୋଭିଡ୍-୧୯ ମାମଲା ୪୧ ପ୍ରତିଶତ ବୃଦ୍ଧି ଘଟିଥାନ୍ତା, ଫଳସ୍ଵରୂପ ଦେଶରେ ଏପ୍ରିଲ ୧୫ ସୁଦ୍ଧା ୮.୨ ଲକ୍ଷ ଲୋକ କରୋନା ସଂକ୍ରମିତ  ହୋଇଥାନ୍ତେ।

wp:core-embed/twitter {"url":"https://twitter.com/ANI/status/1248930590524461058?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1248930590524461058\u0026ref_url=https%3A%2F%2Fwww.indiatv.in%2Findia%2Fnational-coronavirus-cases-in-india-on-april-11-702373","type":"rich","providerNameSlug":"twitter","className":""}
https://twitter.com/ANI/status/1248930590524461058?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1248930590524461058&ref_url=https%3A%2F%2Fwww.indiatv.in%2Findia%2Fnational-coronavirus-cases-in-india-on-april-11-702373
/wp:core-embed/twitter

ସେ କହିଛନ୍ତି ଯେ, ଦେଶରେ କେବଳ କରୋନା ସଂପର୍କିତ ରୋଗ ଚିକିତ୍ସା ପାଇଁ ୫୮୬ ହସ୍ପିଟାଲ ପ୍ରସ୍ତୁତ ହୋଇ ରହିଛି। ଦେଶରେ ଏକ ଲକ୍ଷରୁ ଅଧିକ ଆଇସୋଲେସନ ଶଯ୍ୟା ରହିଛି। ଏହା ସହିତ ୧୧,୫୦୦ ଆଇସିୟୁ ଶଯ୍ୟା ରହିଛି। ଦେଶରେ ଅଦ୍ୟାବଧି କରୋନା ସଂକ୍ରମିତ ୭୪୪୭କୁ ବୃଦ୍ଧି ଘଟିଛି। ୬୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୩୯ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ କରୋନା କାରଣରୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି।

ଭାରତରେ ଦ୍ରୁତ ଗତିରେ କରୋନା ଭାଇରସ୍ ଯାଞ୍ଚ ପ୍ରକ୍ରିୟାକୁ ବଢାଇ ଦିଆଯାଇଛି। ଗୁରୁବାର ୧୬,୦୦୨ ଟେଷ୍ଟ କରାଯାଇଥିବା ବେଳେ ଶୁକ୍ରବାର ୧୬,୭୬୪ ଟେଷ୍ଟ କରାଯାଇଛି। ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ଏକ ଲକ୍ଷ ୭୧ ହଜାର ୭୧୮ ନମୂନାର ଯାଞ୍ଚ କରାଯାଇଛି। ଯାଞ୍ଚ କାମରେ ୧୪୬ ସରକାରୀ ଡାକ୍ତର ଓ ୬୭ ଘରୋଇ ଲ୍ୟାବ୍ ଜୁଟିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.