Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଗତ ୨୪ ଘଣ୍ଟାରେ ୬୭୮ ନୂତନ କେସ୍, ଦେଶରେ ଆବଶ୍ୟକତାଠୁ ୩ ଗୁଣ ଅଧିକ ଅଛି ହାଇଡ୍ରୋକ୍ସି କ୍ଲୋରୋକୁଇନ ବଟିକା, ପର୍ଯ୍ୟାପ୍ତ ଅଛି ଏନ-୯୫ ମାସ୍କ

10/04/2020 at 4:59 PM

ନୂଆଦିଲ୍ଲୀ ୧୦।୦୪: କରୋନା ଭାଇରସ୍‌ କାରଣରୁ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଛି। ଏହି ମହାମାରୀରେ ଅଦ୍ୟାବଧି ୧୯୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ସଂପ୍ରତି ୧୪୬ ସରକାରୀ ଲ୍ୟାବ୍ ଓ ୬୭ ଘରୋଇ ଲ୍ୟାବରେ କରୋନା ପରୀକ୍ଷଣ କରାଯାଉଛି। ଗୁରୁବାର ୧୬୦୦୨ ନମୂନାର ଯାଞ୍ଚ କରାଯାଇଛି। କେବଳ ୨ ପ୍ରତିଶତ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ଏକତ୍ର କରାଯାଇଥିବା ନମୂନା ଆଧାରରେ ଏହା କୁହାଯାଇ ପାରିବ ଯେ, ସଂକ୍ରମଣର ହାର ବହୁତ ଅଧିକ ନୁହଁ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ଶୁକ୍ରବାର ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସରକାର କରୋନା ଭାଇରସ୍ ମୁକାବିଲା ଲାଗି ୧୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଭାରତରେ ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ବଟୀକାର ଘରୋଇ ଆବଶ୍ୟକତା ରହିଥିବା ବେଳେ ଆମ ପାଖରେ ସଂପ୍ରତି ୩.୨୮ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟ୍ୟାବଲେଟ୍ ଉପଲବ୍ଧ ରହିଛି। ସେ କହିଛନ୍ତି ଯେ, ଦେଶରେ ଆବଶ୍ୟକତା ମୁତାବକ ଏନ-୯୫ ମାସ୍କ ମହଜୁଦ ରହିଛି। ରାଜ୍ୟରେ ୨ ମାସରେ ୨୦ ଲକ୍ଷ ମାସ୍କ ଦିଆଯାଇଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କାଲିଠୁ ଆଜି ପର୍ଯ୍ୟନ୍ତ ୬୭୮ଟି ନୂତନ ମାମଲା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଗତ ଗୋଟିଏ ଦିନରେ କରୋନା ଭାଇରସ କାରଣରୁ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର ଘଟଣାର ନିନ୍ଦା କରି ଅଗ୍ରଓ୍ଵାଲ  କହିଛନ୍ତି ଯେ, କରୋନା ଭାଇରସ୍ ସଂଗ୍ରାମରେ ପ୍ରକୃତ ସଂଘର୍ଷ ଆମର ସ୍ଵାସ୍ଥ୍ୟ କର୍ମଚାରୀ କରୁଛନ୍ତି। ତାଙ୍କ ସହିତ ଦୁର୍ବ୍ୟବହାରର କୌଣସି ବି ଘଟଣା ଆମ ପାଇଁ ଚିନ୍ତାଜନକ। ଏହି ପରି ଘଟଣାରେ ସେମାନଙ୍କର ନୈତିକ ମନୋବଳ ହ୍ରାସ ହେବ।

ମିଳିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଦାମୁ ରବି କହିଛନ୍ତି ଯେ, ୨୦ ହଜାରରୁ ଅଧିକ ବିଦେଶୀଙ୍କୁ  ଭାରତରୁ ବାହାରକୁ ପଠାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ରାଜ୍ୟ ସରକାର ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧର ଚାହିଦା ସଂପ୍ରତି ଦୁନିଆରେ ବଢିବାରେ ଲାଗିଛି। ଭାରତ  ନିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁବ୍ୟବସ୍ଥା ସହିତ ଅନ୍ୟ ଦେଶକୁ ମଧ୍ୟ ଔଷଧ ରପ୍ତାନୀ କରୁଛି।

ମହତ୍ଵପୂର୍ଣ୍ଣ କଥା ଏହା ଯେ, ବୈଦେଶିକ ମନ୍ତ୍ରଣାଳୟ ସମଗ୍ର ଦୁନିଆରେ ଥିବା ଭାରତୀୟଙ୍କ ସହିତ କ୍ରମାଗତ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତଙ୍କୁ ଆବଶ୍ୟକ ସାହାଯ୍ୟ ଉପଲବ୍ଧ କରାଯାଉଛି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଳିତା ଶ୍ରୀବାସ୍ତବ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ସୀମା ସୁରକ୍ଷା ବଳ(ବିଏସଏଫ)କୁ ପାକିସ୍ତାନ ଓ ବାଂଲାଦେଶ ସୀମାରେ ସତର୍କତା ବଢାଇବାକୁ କହିଛନ୍ତି।

   Related Posts