ସରକାର ଗଢିବା ଲାଗି ବିରୋଧୀଙ୍କ ହାତରେ ମଧ୍ୟରାତ୍ର ପର୍ଯ୍ୟନ୍ତ ସମୟ, ନଚେତ ପୁଣି ନିର୍ବାଚନକୁ ଯିବ ଇସ୍ରାଏଲ

Published By : Prameya-News7 Bureau | June 02, 2021 IST

ଜେରୁଜେଲମ ୨।୬: ଇସ୍ରାଏଲ ରାଜନୈତିକ ସଂକଟ ବୁଧବାର ମଧ୍ୟ ରାତ୍ର ସୁଦ୍ଧା ଟଳିପାରେ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁଙ୍କୁ ପଦଚ୍ୟୁତ କରିବା ଲାଗି ବିରୋଧୀ ଦଳ ହୁଏତ ମେଣ୍ଟ କରିପାରନ୍ତି। ଦୀର୍ଘ ୧୩ ବର୍ଷ କାଳ ଦେଶର ଶାସନଡୋରୀ ସମ୍ଭାଳି ଥିବା ନେତାନ୍ୟହୁ ସରକାର ବଞ୍ଚାଇବା ଲାଗି ମେଣ୍ଟ ନିମନ୍ତେ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏଣୁ କୈନ୍ଦ୍ରିକ ବିଚାର ଧାରାର ନେତା ୟେର ଲାପିଦ ଏବେ ଘୋର ଦକ୍ଷିଣପନ୍ଥୀ ନପ୍ତାଲୀ ବେନେଟଙ୍କସହ ମେଣ୍ଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

{"id":460404,"width":837,"height":523,"sizeSlug":"large","linkDestination":"none"}

ଉଭୟ ନେତା ପାଳିରେ ପ୍ରଧାନମନ୍ତ୍ରୀ ସର୍ତ୍ତରେ ହୁଏତ ରାଜି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ଇସ୍ରାଏଲ ନିର୍ବାଚନ ନିୟମ ଅନୁସାରେ ଲାପିଡଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ମିଳିଥିବା ୨୮ ଦିନର ସମୟ ଜୁନ ୨ ତାରିଖରେ ଶେଷ ହେଉଛି।  ହୁଏତ ମେଣ୍ଟ ଲାଗି ତାଙ୍କ ଉଦ୍ୟମ ଏତେବେଳକୁ ଶେଷ ହେବା କଥା।  ହେଲେ ଏ ଦିଗରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସଂକେତ ମିଳୁ ନାହିଁ। ତେବେ ଗତ ରବିବାର ଦୁଇ ପ୍ରମୁଖ ବିରୋଧୀ ଦଳ ମେଣ୍ଟ କରିବେ ବୋଲିଘୋଷଣା କରିଥିଲେ।

{"id":460406,"sizeSlug":"large","linkDestination":"none"}

ତେବେ ଯାହାବି ହେଲେ ବୁଧବାର ମଧ୍ୟରାତ୍ର ସୁଧା ରାଷ୍ଟ୍ରପତିଙ୍କୁ ସିନେଟ୍‌ରେ୬୧ ସଦସ୍ୟଙ୍କ ସମର୍ଥନ ଥିବା ନେଇ ବିରୋଧୀ ଦଳ ସୂଚିତ କରିବା ଅନିବାର୍ଯ୍ୟ। ହୁଏତ ପରେ ସେମାନେ  ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଯଦି ଏହା ସମ୍ଭବ ନ ହୁଏ ତେବେ ଦେଶକୁ ଦୁଇ ବର୍ଷ ମଧ୍ୟରେ ୫ମବାର ନିର୍ବାଚନକୁ ଯିବାକୁ ପଡିବ।  ସେପଟେ ବିରୋଧୀ ଦଳ ସରକାର ଗଢି ନ ପାରିଲେ ଭ୍ରଷ୍ଟାଚାର ଅଭିଯୋଗର ସମ୍ମୁଖୀନ ହୋଇଥିବା ନେତାନ୍ୟହୁଙ୍କୁ ଆଉ କିଛି ସମୟ ପଦରେ ରହିବା ଲାଗି ସୁଯୋଗ ମିଳିଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.