Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କରୋନାରେ ଭାରତ ଏବେବି ବିଶ୍ୱର ସୁରକ୍ଷିତ ଦେଶ: ରିପୋର୍ଟ

15/05/2021 at 5:18 PM

ନୂଆଦିଲ୍ଲୀ ୧୫।୫: ଦେଶର ହସ୍ପିଟାଲମାନଙ୍କର ପରିସ୍ଥିତି, ମିଡିଆରେ କରୋନାକୁ ନେଇ ହେଉଥିବା କଭରେଜ ଓ ସୋସିଆଲ ମିଡିଆରେ ଲୋକେ ପୋଷ୍ଟ କରୁଥିବା ଛବି ଏବଂ ଭିଡିଓରୁ ଭାରତରେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର କେତେ ଭୟଙ୍କର ଯେ କେହିବି ସହଜରେ ଅନୁଭବ କରିପାରୁଥିବେ। ତେବେ ଆମେରିକାର ଜନ ହପକିନ୍ସ ୟୁନିଭର୍ସିଟି  ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ଦେଶର କୋଭିଡ ପରିସ୍ଥିତି ଆକଳନ କରି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ହପକିନ୍ସ ବିଶ୍ୱବିଦ୍ୟାଳୟ ବିଶ୍ୱର ତମାମ ଦେଶଙ୍କ କରୋନା ତଥ୍ୟ ବିଶ୍ଲେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ‘କରୋନା ଦୃଷ୍ଟିରୁ  ଏବେବି ଭାରତ ବିଶ୍ୱର ସୁରକ୍ଷିତ ଦେଶ ’ ବୋଲି କହିଛି। ୟୁନିଭର୍ସିଟି କନଫର୍ମ କେସ୍ ମାମଲାରେ ମୃତ୍ୟୁ ହାର  ଓ ପ୍ରତି ୧ଲକ୍ଷ  ଲୋକରେ ମୃତ୍ୟୁ ସଂଖ୍ୟା ଆକଳନ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

କରୋନା ମହାମାରୀ ସମ୍ପର୍କିତ ବୈଶ୍ୱିକ ତଥ୍ୟ ଉପରେ ନଜର ପକାଇଲେ ଭାରତ ସଂକ୍ରମଣ ଓ ଏଥିଯୋଗୁ ହୋଇଥିବା ମୃତ୍ୟୁ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି। ଯଦି ଏହି ତଥ୍ୟକୁ ଆମେରିକା, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ୱିଡେନ, ଇଟାଲୀ ଓ ବ୍ରିଟେନ ସହ ତୁଳନା କରାଯାଏ ତେବେ ଭାରତ ଏହି ସବୁ ଦେଶଙ୍କ ତୁଳନାରେ ଏବେବି ବେଶ୍ ସୁରକ୍ଷିତ ଥିବା ରିପୋର୍ଟରେ କୁହାଯାଇଛି।

ଭାରତରେ ସଂକ୍ରମିତଙ୍କ ଅନୁସାରେ ମୃତ୍ୟୁହାର ଦେଖିଲେ ଯାହା ଏବେବି ୧.୧୦ ପ୍ରତିଶତ ରହିଛି। ବିଶ୍ୱର ଯେ କୌଣସି ସ୍ୱଳ୍ପ ଜନସଂଖ୍ୟା ଦେଶର କରୋନାମୃତ୍ୟୁ ହାର ତୁଳନାରେ ଏହା ସବୁଠୁ କମ୍‌। ସେହିପରି ପ୍ରତି ୧ ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ ଭାରତର ମୃତ୍ୟୁ ହାର ମାତ୍ର ୧୮.୦୧ ପ୍ରତିଶତ। ଏଥିରୁ ଆମେରିକା, ୟୁକେ ସମେତ କମ୍‌ ଜନସଂଖ୍ୟା ଦେଶଙ୍କ ଟେବୁଲରେ ୧୦୦ରୁ ଉପରେ ରହିଛି। ଜନସଂଖ୍ୟା ଆଧାରରେ ଭାରତ କରୋନାରେ ଏବେବି ଆମେରିକା ଠାରୁ ଭଲସ୍ଥିତିରେ ରହିଛି।

୨୦୧୯ ଓ ୨୦ ତଥ୍ୟ ଅନୁସାରେ ୩୩ କୋଟି ଜନସଂଖ୍ୟାର ଦେଶ ଆମେରିକାରେ କରୋନା ଏପର୍ଯ୍ୟନ୍ତ ୫.୮୫ଲକ୍ଷ ଲୋକେ ପ୍ରାଣ ହରାଇଲେଣି। ସେହିପରି ଏଠାରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୩.୨୯ କୋଟି ପାର କରିଛି। ଏବେବି ଆମେରିକାରେ କରୋନାର ପ୍ରକୋପ ଜାରି ରହିଛି। ଦୈନିକ ୪୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଅନୁନ୍ୟ ୬୦୦ ଲୋକଙ୍କ ମୃତ୍ୟୁ ହେଉଥିବା ହପକିନସ ୟୁନଭର୍ସିଟି ରିପୋର୍ଟରେ ଉଲ୍ଲେଖ କରିଛି।

ଏହି ଦୃଷ୍ଟିରୁ ଦେଖିଲେ ଭାରତର ମୋଟ ଜନସଂଖ୍ୟା ୧୩୬.୬୪  କୋଟି( ୨୦୧୯ ଆକଳନ ଅନୁସାରେ) ଏଥିରେ କରୋନା ଯୋଗୁ ୨.୬୬ଲକ୍ଷ ଲୋକଙ୍କ ପ୍ରାଣହାନୀ ହୋଇଛି।  ସେହପରି ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨.୪୩କୋଟିକୁ ପହଞ୍ଚିଛି। ଏଥିରୁ କରୋନାରେ ଭାରତର ସ୍ଥିତି କିପରି ସହଜରେ ଅନୁମାନ କରାଯାଇପାରେ।

   Related Posts