ଲଦ୍ଦାଖ ଉତ୍ତେଜନା ସତ୍ତ୍ୱେ ଚୀନ୍‌ର ସବୁଠୁ ବଡ଼ ବ୍ୟବସାୟୀକ ସହଯୋଗୀ ଭାରତ, ଜାଣନ୍ତୁ କିପରି?

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪।୨: ପୂର୍ବ ଲଦ୍ଦାଖ ସୀମାରେ ଉପୁଜିଥିବା ପରିସ୍ଥିତି ସତ୍ତ୍ୱେ ଭାରତ ୨୦୨୦ରେ ଚୀନ୍‌ର ସବୁଠୁ ବଡ ବ୍ୟବସାୟୀକ ସହଯୋଗୀ ଥିଲା। ଗତବର୍ଷ ଚୀନ୍‌ ସହ କାରବାରରେ ଭାରତ ପ୍ରଥମ, ଆମେରିକା ଦ୍ୱିତୀ ଓ ତୃତୀୟ ସ୍ଥାନରେ ୟୁଏଇ ଥିବାର କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟଙ୍କ ଅସ୍ଥାୟୀ ଆକଳନରୁ ଜଣାପଡିଛି।

ଭରତ ଗତବର୍ଷ ଚୀନ୍‌ରୁ ୫୮.୭ ବିଲିୟନ ଡଲାର ମୂଲ୍ୟ ସାମଗ୍ରୀ ଓ ସେବା ଆମଦାନୀ କରିଛି। ଯାହା ଆମେରିକା ଓ ୟୁଏଇଙ୍କ ମିଳିତ ଆମଦାନୀ ସାମଗ୍ରୀ ଠାରୁ ମଧ୍ୟ ଅଧିକ ଥିଲା। ଏହି ସମୟରେ ଚୀନ୍‌ ଭାରତରୁ ୧୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଛି।

{"id":414102,"sizeSlug":"large","linkDestination":"none"}

ଗତବର୍ଷ ଜୁନରେ ଗଲୱାନ ଘାଟିରେ ଦୁଇ ଦେଶ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଦ୍ୱିପାକ୍ଷୀକ ବାଣିଜ୍ୟକୁ ସାମାନ୍ୟ ପ୍ରଭାବିତ କରିଥିଲା। ପରେ କରୋନା ଭାଇରସ ମହାମାରୀ ଲକଡାଉନରେ କାରବାର ପ୍ରଭାବିତ ହୋଇଥିଲେ ବି ଦୁଇଦେଶଙ୍କ ବ୍ୟବସାୟୀକ ସମ୍ପର୍କକୁ ସେତେଟା ପ୍ରଭାବିତ କରି ନଥିବା ଏହି ରିପୋର୍ଟରୁ ଜଣାପଡିଛି।

ଗତବର୍ଷ ଭାରତରେ ସରକାର ଦେଶରେ ଚୀନର ସବୁ ପ୍ରକାର ନିବେଶ ଉପରେ କଟକଣା ଜାରି କରିଥିଲେ। ଏହାଛଡା ସୁରକ୍ଷାଗତ କାରଣ ଦର୍ଶାଇ ୨୦୦ରୁ ଅଧିକ ଚୀନ୍‌ ଆପ୍‌ ନିଷିଦ୍ଧ କରାଯାଇଥିଲା। ଏଥିଲେ ଲୋକପ୍ରୀୟ ଆପ୍ ଟିକଟକ୍, ହେଲୋ, ୟୁସି ବ୍ରାଉଜର ଆଦି ବନ୍ଦ ହୋଇଯାଇଛି। ଏହା ସତ୍ତ୍ୱେ ମଧ୍ୟ ଭାରତର ଚୀନ୍‌ ନିର୍ଭରତା ହ୍ରାସ ହୋଇ ନାହିଁ।

{"id":414103,"sizeSlug":"large","linkDestination":"none"}

ସରକାର ଆରମ୍ଭ କରିଥିଲେ ଆତ୍ମନିର୍ଭର ଭାରତ ଅଭିଯାନ
ଚୀନ ନିର୍ଭରତା ହ୍ରାସ ଲାଗି ସରକାର ଦେଶରେ ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ହାତକୁ ନେଇଛନ୍ତି। ଚୀନ୍‌ରୁ ଆମଦାନୀ ହ୍ରାସ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ରପ୍ତାନୀ ବୃଦ୍ଧି ଲାଗି ଦେଶରେ ମେନୁଫେକ୍ଚରିଂକୁ ପ୍ରୋତ୍ସାହିତ କରାଯାଉଛି। ତେବେ ଅଚାନକ ଭାରତର ଚୀନ୍‌ ନିର୍ଭରତା ହ୍ରାସ ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।

ଭାରତ ଏମଏସଏମଇ କ୍ଷେତ୍ରରେ ଯେତିକି ଅଗ୍ରଗତି କରିବ ସେତିକି ନିର୍ଭରତା ହ୍ରାସ ହେବ। ଏହା ଛଡା ରପ୍ତାନୀ ବୃଦ୍ଧି ଦ୍ୱାରା ଦେଶ କ୍ରମଶଃ ଆତ୍ମ ନିର୍ଭର ହୋଇପାରିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଆତ୍ମ ନିର୍ଭରତାକୁ ଏକ ଶତତ ପ୍ରକ୍ରିୟା ବୋଲି ବିଶେଷଜ୍ଞ କହିଛନ୍ତି। ଏଥିରେ ଆମେ ଯଦି ପ୍ରମୁଖ ରପ୍ତାନୀକାରୀ ହେବାକୁ ଯାଉଛେ ତେବେ ଆମକୁ ବଡ଼ ଆମଦାନୀକାରୀ ଦେଶ ହେବାକୁ ପଡିବ ବୋଲି ବିଶେଷଜ୍ଞ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.