ଚୋରକୁ ଧରାଇଦେଲା ଟିକଟକ୍, ଚୋରି ଗହଣା ପିନ୍ଧି ସୁଟିଂ କରିଥିଲେ ଭିଡିଓ

Published By : Prameya-News7 Bureau | May 30, 2020 IST

ଦିଶପୁର୍, ୩୦|୦୫: ଏବେ ଯୁବ ପିଢୀଙ୍କୁ ଘାରିଛି ଟିକଟକ୍ ନିଶା । ଅଧିକାଂଶ ଯୁବକ-ଯୁବତୀ ଏବେ ଟିକଟକରେ ନୂଆ ନୂଆ ଭିଡିଓ ପୋଷ୍ଟ୍ କରୁଛନ୍ତି । ତେବେ ଅନେକ ସମୟରେ ଟିକଟକ୍ ପାଇଁ ଜୀବନ ଯାଉଥିବା ଓ କେହିକେହି ବିପଦରେ ପଡୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଆସାମାରେ ଚିକଟକ୍ ପାଇଁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ଟିକଟକ୍ ପାଇଁ ଗିରଫ ହୋଇଛନ୍ତି । ଆସନ୍ତୁ ଜାଣିବା କଣା ପାଇଁ ମହିଳାଙ୍କୁ ପୋଲିସ ଗିରଫ କରିଛି ।

ସୂଚନାନୁସାରେ, ଆସାମର ସୂରଜ୍ ନଗରରେ ରହୁଥିବା ନବଜ୍ୟୋତି ପାୟେଙ୍ଗ୍ ଗତ କିଛି ଦିନ ତଳେ ଗହଣା ଚୋରୀ ନେଇ ପୋଲିସରେ ଅଭିଯୋଗ କରିଥିଲେ । ଏପରିକି ତାଙ୍କ ଘରେ କାମ କରୁଥିବା ମହିଳା ସୁମୀ କଲିଟା ମଧ୍ୟ ଚୋରୀ ହେବା ଦିନଠୁ ନିଖୋଜ ଥିବା ସେ ପୋଲିସରେ କହିଥିଲେ । ଘରୁ ସୁନା ଅଳଙ୍କାର ସମେତ ଦାମୀ ଘଣ୍ଟା ଓ ପୋଷାକ ଚୋରୀ ହୋଇଥିବା ସେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ।

ତେବେ ପାୟେଙ୍ଗଙ୍କ ନଜର କିଛି ଟିକଟକ୍ ଭିଡିଓ ଉପରେ ପଡିଥିଲା । ଏହି ଭିଡିଓରେ ଜଣେ ମହିଳା କିଛି ଅଳଙ୍କାର ପିନ୍ଧିଥିଲେ । ଯାହା ଚୋରୀ ହୋଇଥିବା ଅଳଙ୍କାର ଭଳି ଦେଖାଯାଉଥିଲା ।। ଏହାପରେ ପାୟେଙ୍ଗ ପୋଲିସରେ ଏହି ସୂଚନା ଦେଇଥିଲେ ।

ସୂଚନା ପାଇବା ପରେ ଜୋରହାଟ୍ ପୋଲିସ୍ ମହିଳାଙ୍କୁ ଟାବ କରି ଧୋପାବୋର୍ ଗ୍ରାମରୁ ଗିରଫ କରିଥିଲା । ତବେ ଏହି ମହିଳା ସୁମୀ ନୁହେଁ ବରଂ ଅନାମିକା ଥିଲେ । ତେବେ ପୋଲିସ ଅନାମିକାଙ୍କୁ ଗିରଫ କରି ତାଙ୍କଠାରୁ କିଛି ଚୋରୀ ସାମଗ୍ରୀ ଜବତ କରିବା ସହ ତାଙ୍କ ପତ୍ନୀ ଓ ଝିଅଙ୍କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.