ଟିକ୍‌ଟକ୍‌ ଷ୍ଟାର : ୧୫ ସେକେଣ୍ଡର ଭିଡିଓ ପୋଷ୍ଟ କରି ମାସକୁ ରୋଜଗାର କରୁଥିଲେ ୨୦ ଲକ୍ଷରୁ ଅଧିକ

Published By : Prameya-News7 Bureau | June 30, 2020 IST

ମୁମ୍ବାଇ ୩୦/୦୬ : ଟିକ୍‌ଟକ୍ ରେ ଭିଡିଓ ପୋଷ୍ଟ କରି ଟିକଟକ ଷ୍ଟାର କିଛି ସମୟରେ ବହୁତ ଲୋକପ୍ରିୟ ହୋଇଛନ୍ତି | ନିଜର କ୍ରିଏଟିଭିଟିକୁ ଦର୍ଶାଉଥିବା ଏହି କଳାକାରମାନଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି | ଟିକଟକ ଛଡା ଏମାନେ ଇନ୍ସଟାଗ୍ରାମ ଓ ୟୁଟ୍ୟୁବରେ ମଧ୍ୟ ବହୁତ ଆକ୍ଟିଭ ରହନ୍ତି | ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଏମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରନ୍ତି |

{"id":293889,"sizeSlug":"large"}

ଟିକ୍‌ଟକ୍ ରେ ଜନ୍ନତ ଜୁବେର ରହମାନି ଯେତେ ଲୋକପ୍ରିୟ ତାଙ୍କ ଭାଇ ଅୟାନ ମଧ୍ୟ ସେତିକି ଲୋକପ୍ରିୟ | ଅୟାନର ବୟସ ୧୧ ବର୍ଷ | ଏତେ କମ ବର୍ଷ ବୟସରେ ମଧ୍ୟ ଇନ୍ସଟାଗ୍ରାମରେ ତାଙ୍କର ୭ ଲକ୍ଷ ଫଲୋୟର୍ସ ଅଛନ୍ତି | ଜନ୍ନତଙ୍କର ଇନ୍ସଟାଗ୍ରାମରେ ୧.୨ କୋଟି ଫଲୋୟର୍ସ ଅଛନ୍ତି | ସେ ଟିଭି ସିରିଏଲ ଫୁଲୱା ରେ ମଧ୍ୟ ଅଭିନୟ କରି ସାରିଛନ୍ତି | ଟିକ୍‌ଟକ୍ ରେ ତାଙ୍କର ଫଲୋୟର୍ସ ୧୩ ଲକ୍ଷ | ତାଙ୍କର ମାସିକ ରୋଜଗାର ୨୦ ଲକ୍ଷ ଟଙ୍କା |

{"id":293890,"sizeSlug":"large"}

ଗରିମା ଟିକଟକରେ ନିଜର ଡ୍ୟାନ୍ସ ଭିଡିଓ ବହତ ହାର୍ଡ ପୋଷ୍ଟ କରିବା ପରେ ତାଙ୍କୁ ଲୋକେ ହାର୍ଡ ଗାର୍ଲ ଭାବେ ଜାଣନ୍ତି | ଇନ୍ସଟାଗ୍ରାମରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି | ସେ ପଂଜାବୀ ଗୀତମାନଙ୍କରେ ମଧ୍ୟ କାମ କରିଛନ୍ତି | ସେ ମଡେଲିଂ ମଧ୍ୟ କରନ୍ତି | ଟିକଟକରେ ତାଙ୍କର ୧.୫୮ କୋଟି ଫଲୋୟର୍ସ ଅଛନ୍ତି | ତାଙ୍କର ମାସିକ ରୋଜଗାର ୬ ଲକ୍ଷ ଟଙ୍କା |

{"id":293891,"width":562,"height":609,"sizeSlug":"large"}

ଟିକ୍‌ଟକ୍ ର ଆଉ ଜଣେ ଲୋକପ୍ରିୟ ଷ୍ଟାର ହେଲେ ଆସିଫା ଖାନ | ସେ ୨୦୧୨ ମସିହାରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ | ସାଏରୀ ଭିଡିଓ ସହ ସେ ଡ୍ୟାନ୍ସ ଭିଡିଓ ମଧ୍ୟ କରନ୍ତି | ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିଛନ୍ତି | ଟିକଟକରେ ତାଙ୍କର ୨.୨ କୋଟି ଫଲୋୟର୍ସ ଅଛନ୍ତି | ତାଙ୍କର ବାର୍ଷିକ ରୋଜଗାର ୫୦ ଲକ୍ଷ ଟଙ୍କା |

{"id":293892,"sizeSlug":"large"}

ଟିଭି କଳାକାର ଅବନୀତ କୌରଙ୍କୁ ରିଆଲିଟି ଶୋ' ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟର ଓ ଆଲାଦିନରୁ ଲୋକପ୍ରିୟତା ମିଳିଥିଲା | ସେ ଫ୍ୟାସନ ଆଇକନ ଭାବେ ମଧ୍ୟ ଖୁବ ପରିଚିତ | ସେ ୨୦୧୦ ମସିହାରେ ଏକ ଡ୍ୟାନ୍ସ ରିଆଲିଟି ଶୋ'ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ | ତାଙ୍କର ୨.୧୪ କୋଟି ଫଲୋୟର୍ସ ଅଛନ୍ତି | ତାଙ୍କର ମାସିକ ରୋଜଗାର ୧୬ ଲକ୍ଷ ଟଙ୍କା |

{"id":293894,"width":560,"height":340,"sizeSlug":"large"}

ପ୍ରଫେସନାଲ ମଡେଲ ତଥା ଟିଭି କଳାକାର ସମୀକ୍ଷା ସୁଦ ଟିକ୍‌ଟକ୍ ରେ ଖୁବ ଲୋକପ୍ରିୟ | କମେଡି ଭିଡିଓ ଓ ଡ୍ୟାନ୍ସ ଭିଡିଓ ଜରିଆରେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି | ସେ ଟିଭି ସିରିଏଲ ବାଲବୀରରେ ଅଭିନୟ କରିଛନ୍ତି | ଇନ୍ସଟାଗ୍ରାମରେ ତାଙ୍କର ୦.୨ କୋଟି ଫଲୋୟର୍ସ ଥିବାବେଳେ ଟିକଟକରେ ୨.୨୮ କୋଟି ଫଲୋୟର୍ସ ଅଛନ୍ତି | ତାଙ୍କର ମାସିକ ରୋଜଗାର ୮ରୁ ୧୦ ଲକ୍ଷ ଟଙ୍କା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.