ଟିକ୍‌ ଟକ୍ର ଟପ୍ ଷ୍ଟାରମାନେ ଗୋଟିଏ ମାସରେ କେତେ ଆୟ କରନ୍ତି ଜାଣନ୍ତୁ

Published By : Prameya-News7 Bureau | September 18, 2019 IST

ମୁମ୍ବାଇ୧୮|୯: ଆଜିକାଲି ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକ ପ୍ରତିଷ୍ଠା ଲାଭ କରନ୍ତି। କିଏ କ୍ୟାମେରା ପଛରେ ରହି ପପୁଲାର ହେଉଛି ତ କିଏ କ୍ୟାମେରା ସାମ୍ନାରେ ରହି ପପୁଲାର ହେବା ସହ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛି। ଉନ୍ନତ ଧରଣ ଟେକ୍ନୋଲଜିର କିଛି ଆପ ଦ୍ବାରା ସମଗ୍ର ବିଶ୍ବରେ ଲୋକେ ପରିଚିତ ହୋଇପାରୁଛନ୍ତି।

{"id":159415}

ନିକଟରେ ରାନୁ ମଣ୍ଡଲଙ୍କ ଗୀତ ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ସେ ଜଣେ ନାମି ଦାମୀ ଗାୟକ। ସୋସିଆଲ ମିଡିଆ ରାସ୍ତାରେ ବଢୁଥିବା ଲୋକମାନଙ୍କର ମଧ୍ୟ ଭାଗ୍ୟ ବଦଳାଇପାରେ। ସେହିଭଳି  ଟିକ୍‌ଟକ୍‌ ଏକ ଏମିତି ପ୍ଲାଟଫର୍ମ ଯେଉଁଠି ସାଧାରଣ ବ୍ୟକ୍ତି ମଧ୍ୟ ଷ୍ଟାର ହୋଇପାରେ।

{"id":159417}

ଏହି ଆପ ମାଧ୍ୟମରେ କିଛି ଜଣ ନିଜ ପ୍ରତିଭା ଯୋଗୁଁ ଷ୍ଟାର ହୋଇସାରିଛନ୍ତି। କପିଲ ଶର୍ମା ସୋରେ ପାଦ ଦେଇଥିବା ଦୁଇ ଭଉଣୀ ଚିଙ୍କି ମିଙ୍କି ଏହି ଆପ ଦ୍ବାରା ଏବେ ଟ୍ରେଣ୍ଡରେ ଅଛନ୍ତି। ତେବେ ଭାରତର କିଛି ଫେମସ ଟିକ୍‌ଟକ୍‌ ଷ୍ଟାରଙ୍କର ଗୋଟେ ମାସର ଆୟ କେତେ ଜାଣନ୍ତୁ।

{"id":159418}

୧- ଜନ୍ନତ ଜୁବେର

ଟିଭି ଅଭିନେତ୍ରୀ ଜନ୍ନତ ଜୁବେର ତାଙ୍କ ଅଭିନୟ ପାଇଁ ପରିଚିତ। କମ ବୟସରୁ ଟେଲିଭିଜନ ଜଗତରେ ପାଦ ଦେଇ ସେ ଅନେକ ଲୋକଙ୍କ ମନରେ ରାଜ କରନ୍ତି। ଏବେ ଜନ୍ନତ ଟିକ୍‌ଟକ୍‌ରେ ଭିଡିଓ କରିବା ପାଇଁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଜନ୍ନତଙ୍କୁ ୭୫ ଲକ୍ଷରୁ ଅଧିକ ଫ୍ୟାନ ଫଲୋ କରନ୍ତି। ଗୋଟେ ମାସରେ ଜନ୍ନତ ଟିକଟିକରୁ ପାଖାପାଖି ୨୦ ଲକ୍ଷ ଟଙ୍କା ଆୟ କରନ୍ତି।

{"id":159419}

୨- ଅବନୀତ କୌର

ଅବନୀତ କୌର ମଧ୍ୟ ଜଣେ ଛୋଟ ପରଦାର ଅଭିନେତ୍ରୀ। ଟିକ୍‌ ଟକ୍‌ ଭିଡିଓ କରି ସେ ଅଧିକ ଚର୍ଚ୍ଚାରେ ରୁହନ୍ତି। ଅବନୀତଙ୍କର ଇନ୍‌ଷ୍ଟାଗ୍ରାମରେ ୫୦ ଲକ୍ଷରୁ ଅଧିକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ବଡ ବଡ ବ୍ରାଣ୍ଡର ସ୍ପନଶରସିପ କରନ୍ତି ଅବନୀତ। ମାସକୁ ଅବନୀତ ପାଖାପାଖି ୧୬ ଲକ୍ଷ ଟଙ୍କା ଆୟ କରନ୍ତି ଏଥିରୁ।   

{"id":159420}

୩- ଅବେଜ ଦରବାର

ଅବେଜ ଦରବାର ୟୁଟ୍ୟୁବ ମାଧ୍ୟମରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ହେଲେ ଅବେଜଙ୍କୁ ସଫଳତା ସେତେବେଳେ ମିଳିଲା ଯେତେବେଳେ ସେ ଟିକ୍‌ଟକ୍‌ରେ ବିଭିନ୍ନ କମେଡି ଭିଡିଓ ଦ୍ବାରା ଲୋକଙ୍କୁ ଏଣ୍ଟରଟେନ କରିବା ଆରମ୍ଭ କଲେ। ଏବେ ପ୍ରତି ମାସ ଅବେଜ ପାଖାପାଖି ୧୪ ଲକ୍ଷ ଟଙ୍କା ଆୟ କରନ୍ତି।

{"id":159421}

୪- ଗରୀମା ଚୌରାସିଆ

ଟିକ୍‌ଟକ୍‌ରେ ଗରୀମା ଗିମା ଆଶି ନାଁରେ ପରିଚିତ। ଗରୀମା ଜଣେ ଭାରତୀୟ ମଡେଲ। ଗରୀମାଙ୍କର ଟିକ୍‌ଟକ୍‌ ଓ ଇନ୍‌ଷ୍ଟାଗ୍ରାମରେ ବହୁତ ଅଧିକ ଫ୍ୟାନ୍‌ ଫଲୋଇଂ ଅଛନ୍ତି। ପ୍ରତି ମାସ ଗରୀମା ପାଖାପାଖି ୬ ଲକ୍ଷ ଟଙ୍କା ଆୟ କରନ୍ତି।

{"id":159422}

୫- ମଂଜୁଲ ଖଟ୍ଟର

ମଂଜୁଲ ଟିକ୍‌ଟକ୍‌ର ଜଣାଶୁଣା ଷ୍ଟାର। ଇନ୍‌ଷ୍ଟାରେ ମଧ୍ୟ ତାଙ୍କର ଅଗଣିତ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଗୋଟେ ମାସରେ ସେ ପାଖାପାଖି ୫ ଲକ୍ଷ ଟଙ୍କା ଆୟ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.