Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||

ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ହେଉଥିବା ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଟିକ୍‌ଟକ୍‌ ଷ୍ଟାର୍‌ ତଥା ସୁଶାନ୍ତଙ୍କ ଡୁପ୍ଲିକେଟ୍‌ ସଚିନ୍ ତିୱାରୀ, ଫାଷ୍ଟ୍ ଲୁକ୍ ରିଲିଜ୍

20/07/2020 at 12:32 PM

ମୁମ୍ବାଇ ୨୦/୦୭ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ଜୀବନରୁ ପ୍ରେରିତ ହୋଇ ଫିଲ୍ମ ତିଆରି ହେଉଛି | ଫୀମ ‘ସୁଇସାଇଡ଼ ନା ମର୍ଡର’ରେ ଟିକଟକ ଷ୍ଟାର ସଚିନ ତିୱାରୀ ମୁଖ୍ୟ ଭୂମିକାରେ ନଜର ଆସିବେ | ଟିକଟକରେ ଡୁପ୍ଲିକେଟ ସୁଶାନ୍ତଙ୍କ ନାଁରେ ଲୋକପ୍ରିୟ ହୋଇଥିବା ସଚିନ ତିୱାରୀ ଏହି ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ରରେ ଅଭିନୟ କରିବେ |

ବିଜୟ ଶେଖର ଗୁପ୍ତାଙ୍କ ପ୍ରଡକ୍ସନ ହାଉସରୁ ସଚିନ ତିୱାରୀଙ୍କୁ ଏହି ଫିଲ୍ମ ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଫର ମିଳିଛି | ସୂଚନାଯୋଗ୍ୟ ଯେ ଫିଲ୍ମର ସୁଟିଙ୍ଗ ସେପ୍ଟେମ୍ବର ମାସରେ ଆରମ୍ଭ ହେବ | ଫିଲ୍ମ ସୁଟିଙ୍ଗ ମୁମ୍ବାଇ ଓ ପଞ୍ଜାବରେ ହେବ | ଫିଲ୍ମ ସୁଟିଙ୍ଗ ସମ୍ପୂର୍ଣ ହୋଇଗଲେ ଚଳିତ ବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ ରିଲିଜ କରାଯାଇପାରେ | ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି |

ପ୍ରଡକ୍ସନ ହାଉସ ଜାରି କରିଥିବା ଫଟୋରେ ସଚିନ ତିୱାରୀଙ୍କୁ ଦେଖାଯାଇପାରିବ | ଫଟୋରେ ସଚିନ ତିୱାରୀଙ୍କୁ ଇଣ୍ଡଷ୍ଟ୍ରିରେ ପରିଚିତ କରାଇ ଆଉଟସାଇଡ଼ର ଲେଖାଯାଇଛି | ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଲଗାତାର ଆରୋପ ଲଗାଯାଉଛି ଯେ ସୁଶାନ୍ତ ସିଂହ ଆଉଟସାଇଡ଼ର ଥିଲେ ସେଥିପାଇଁ ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ଲଗାତାର ଟାର୍ଗେଟ କରାଯାଉଥିଲେ | ଦକ୍ଷତା ଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଥିଲା |

ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ଫ୍ଲାଟରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ | ସେ ଏହିଭଳି ପଦକ୍ଷେପ କାହିଁକି ନେଲେ ସେ ପ୍ରଶ୍ନ ଏବେ ମଧ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି | ତାଙ୍କ ମୃତ୍ୟୁର ଅସଲ କାରଣ ଏବେ ସୁଦ୍ଧା ଜଣାପଡିନାହିଁ | ମୁମ୍ବାଇ ପୋଲିସ ସବୁ କୋଣରୁ ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ କରୁଛି |

   Related Posts