ଟିକ୍‌ଟକ୍‌ ନିଶା ସମସ୍ତଙ୍କୁ କରୁଛି ବାୟା: କିଏ ବ୍ଲେମ୍‌ ହେଲେଣି ତ ପୁଣି କିଏ ଆତ୍ମହତ୍ୟା କଲେଣି

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ୨୬/୦୬: ଟିକ୍‌ଟକ୍‌ ଷ୍ଟାର ନିଶା ଗୁରାଗେନଙ୍କର ଜଣେ ଯୁବକଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହୋଇଛି । ତେବେ ଏହି ଭିଡିଓରେ ସେ ନଥିବା ନିଶା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଲାଇଭ୍ ଆସି ପ୍ରକାଶ କରିଛନ୍ତି । ଅବିକଳ ତାଙ୍କ ଭଳି ଦେଖା ଯାଉଥିବା ଅନ୍ୟ କେଉଁ ଝିଅ ଉକ୍ତ ଭିଡିଓରେ ଥିବା ନିଶା କହିଛନ୍ତି । ଏନେଇ ସେ ସାଇବର କ୍ରାଇମ ବିଭାଗରେ ଏକ ଅଭିଯୋଗ ଦାୟର କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଭିଡିଓରେ ଥିବା ଯୁବକ ଜଣଙ୍କୁ ନିଶା ଇନଷ୍ଟାଗ୍ରାମରେ ଫଲୋ କରୁଥିଲେ । ଅର୍ଥାତ୍‌ ନିଶା ତାଙ୍କୁ ପୂର୍ବରୁ ଜାଣିଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଭିଡିଓଟି ଭାଇରାଲ ହେବାର କିଛି ସମୟ ପରେ ନିଶା ଯୁବକ ଜଣଙ୍କୁ ଅନଫଲୋ କରି ଦେଇଥିଲେ । ଏଣୁ ଭାଇରାଲ ହୋଇଥିବା ଏହି ଅନ୍ତରଙ୍ଗ ଭିଡିଓରେ ବାସ୍ତବରେ ନିଶା ଥିଲେ କି ନାହିଁ ଏନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଟିକ୍‌ଟକ୍‌ ସମେତ ୟୁଟ୍ୟୁବ ଏବଂ ଫେସବୁକରେ ମଧ୍ୟ ଏହି ଭିଡିଓଟି ଖୁବ ଭାଇରାଲ ହେଉଛି।

ସିୟାଙ୍କ ଆତ୍ମହତ୍ୟା ରହସ୍ୟରେ …

{"id":291644,"sizeSlug":"large"}

ବଲିଉଡ ଅଭିନେତା ସୁଷାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ଦୁଃଖ ଲୋକଙ୍କ ମନରୁ ଲିଭି ନଥିବା ବେଳେ ସେହିଭଳି ଅନ୍ୟ ଏକ ଘଟଣା ଦେଖିବାକୁ ମିଳିଛି । ଟିକ୍‌ଟକ୍‌ ଷ୍ଟାର ସିୟା କକ୍କର ଗୁରୁବାର ଆତ୍ମହତ୍ୟା କରିଛନ୍ତି । ସିୟା ନିଜର ଡ୍ୟାନ୍ସ ଭିଡିଓ ଯୋଗୁ ଟିକ୍‌ଟକ୍‌ ସମେତ ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରମ, ସ୍ନାପଚାଟ୍‌ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକପ୍ରିୟ ଥିଲେ ।

ସୋସିଆଲ ମିଡିଆ ସେଲିବ୍ରିଟୀ ଭାବେ ମଧ୍ୟ ସେ ବେଶ୍‌ ପରିଚିତ ଥିଲେ । ସିୟାଙ୍କର ମ୍ୟାନେଜର ଅର୍ଜୁନ ସରିନ ତାଙ୍କ ଆତ୍ମହତ୍ୟା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସିୟା ନିଜ କର୍ମ କ୍ଷେତ୍ର ବେଶ୍‌ ସନ୍ତୁଷ୍ଟ ଥିଲେ । ଏଣୁ ସେ କୌଣସି ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରି ଥାଇପାରନ୍ତି । ବୁଧବାର ରାତିରେ ସେ ସିୟାଙ୍କ ସହ ଏକ ଡ୍ୟାନ୍ସ ଭିଡ଼ିଓ ସମ୍ପର୍କରେ କଥା ହୋଇଥିବା ମଧ୍ୟ ପ୍ରକାଶ କରିଛନ୍ତି । ସେ ସମୟରେ ସେ ଭଲ ମୁଡ୍‌ରେ ଥିବେ ସେ କହିଛନ୍ତି । ଆତ୍ମହତ୍ୟା କରିବାର ୨୦ ଘଣ୍ଟା ପୂର୍ବରୁ ସିୟା ଇନଷ୍ଟାଗ୍ରାମରେ ଏକ ଡ୍ୟାନ୍ସ ଭିଡ଼ିଓ ମଧ୍ୟ ପୋଷ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.