Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||

TikTokରେ ଭିଡିଓ କରି ହୋଇଥିଲେ ଷ୍ଟାର, ଏବେ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ

4/03/2020 at 7:42 AM

ସୁରଟ ୪।୩: ଗୁଜୁରାଟର ଜଣେ ଫେମସ୍ ଟିକଟକ୍ ଷ୍ଟାର୍ କିର୍ତ୍ତୀ ପଟେଲଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଗିରଫ କରିଛି । ଏହି ମାମଲା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହୋଇଥିବା ଜଣାଯାଇଛି ।

ସୁରଟରେ ରହୁଥିବା କିର୍ତ୍ତୀ ପଟେଲ ନିଜର ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରୁଥିଲେ । ଯେଉଁଥିପାଇଁ ସେ ସମଗ୍ର ଗୁଜୁରାଟରେ ଲୋକପ୍ରିୟତା ଅର୍ଜନ କରିଥିଲ । କିନ୍ତୁ କୁହାଯାଏ ଯେ ଖ୍ୟାତି ଅର୍ଜନ କରି ତାକୁ ବଜାୟ ରଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହଁ । କିର୍ତ୍ତୀ ପଟେଲଙ୍କ ସହ ମଧ୍ୟ ଏଭଳି ଘଟିଲା ।

ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରିବା ସମୟରେ କିର୍ତ୍ତୀ ପଟେଲଙ୍କ ଜଣେ ସହକର୍ମୀ ଭରଓ୍ବାଡ ସମ୍ପ୍ରଦାୟ ବିଷୟରେ ଭୁଲ୍ ଶବ୍ଦ ବ୍ୟବହାର କରିଥିଲେ । ଯେଉଁଥି ପାଇଁ କୀର୍ତ୍ତି ପଟେଲ ଏବଂ ଭରଓ୍ବାଡ ସମ୍ପ୍ରଦାୟର ଜୟ ହୋ ଗୋଷ୍ଠୀ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ପରସ୍ପରକୁ ମାରପିଟ୍ କରିବା ନେଇ ଧମକ ମଧ୍ୟ ଦେବାକୁ ଲାଗିଥିଲେ ।

ଦୁଇ ଗୋଷ୍ଠୀ ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରି ପରସ୍ପର ଉପରେ ଆକ୍ରମଣ କରିବେ ବୋଲି କହୁଥିଲେ । ଯାହା ଫଳରେ ଉତ୍ତେଜନା ଆହୁରି ବଢିଯାଇଥିଲା | ସୋମବାର ସନ୍ଧ୍ୟାରେ ବିବାଦର ସମାଧାନ କରିବା ଲାଗି ଟିକ୍ ଟକ୍ ଷ୍ଟାର କିର୍ତ୍ତୀ ତାଙ୍କ ସହକର୍ମୀଙ୍କ ସହ ଭରଓ୍ବାଡ ସମ୍ପ୍ରଦାୟର ଲୋକଙ୍କୁ ଭେଟି ବୈଠକ କରୁଥିଲେ । ସେହି ସମୟରେ କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ମାରପିଟ୍ ସମୟରେ କିର୍ତ୍ତୀ ପଟେଲଙ୍କ ପକ୍ଷରୁ ଆସିଥିବା କନୁ ଭରଓ୍ବାଡ, ରଘୁ ଭରଓ୍ବାଡଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଏହି ମାମଲାରେ ରଘୁ ଭରଓ୍ବାଡ ଟିକ୍ ଟକ୍ ଷ୍ଟାର୍ କିର୍ତ୍ତୀ ପଟେଲ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ସୁରଟର ପୁନାଗାମ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ କିର୍ତ୍ତୀ ପଟେଲଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ କରିଥିଲା ।

   Related Posts