Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପେଚା ସହ ଟିକଟକ୍ କରିବା ପଡ଼ିଲା ମହଙ୍ଗା : ବନ ବିଭାଗକୁ ୨୫ହଜାର ଟଙ୍କାର ଜୋରିମାନା ଦେଲେ ଟିକଟକ୍ ଷ୍ଟାର କୀର୍ତ୍ତି ପଟେଲ୍

ସୁରତ୧୫/୨: ଗୁଜୁରାଟର ସୁରତର ଟିକଟକ୍ ଷ୍ଟାର କୀର୍ତ୍ତି ପଟେଲଙ୍କ ଉପରେ ବନ ବିଭାଗ ୨୫ହଜାର ଟଙ୍କାର ଜୋରିମାନା କରିଛି। କୀର୍ତ୍ତି ଏକ ପେଚା ସହ ଭିଡିଓ କରି ଏହାକୁ ଟିକଟକରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଜୋରସୋରରେ ଭାଇରାଲ ହୋଇଥିଲା। ତାଙ୍କର ଏହି ଭାଇରାଲ୍ ଭିଡିଓ ବିଷୟରେ ମଧ୍ୟ ଲୋକେ ଆଲୋଚନା କରୁଛନ୍ତି।

ବନ ବିଭାଗ ଏହାକୁ ନେଇ ଅଭିଯୋଗ କରିଥିଲେ। ଟ୍ରଷ୍ଟର କହିବା ଅନୁସାରେ କୀର୍ତ୍ତି ପେଚାକୁ ଯେଭଳି ଭାବେ ଧରି ଭିଡିଓ କରିଥିଲେ, ଏହା ଓ୍ବାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ,୧୯୭୨ର କେତେକ ଧାରାର ଉଲ୍ଲଙ୍ଘନ। ଅଭିଯୋଗ ଆଧାରରେ ମାମଲାର ଯାଞ୍ଚ କରାଯାଇଥିଲା ଏବଂ ଶୁକ୍ରବାର କୀର୍ତ୍ତିଙ୍କ ଉପରେ ୨୫ହଜାର ଟଙ୍କାର ଜୋରିମାନା ଲଗାଯାଇଥିଲା।

ଗୁଜୁରାଟରେ ପେଚା ଏକ ସଂରକ୍ଷିତ ପ୍ରାଣୀ। ଏହାକୁ ଧରିବା ଓ୍ବାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ଅନୁସାରେ ଅପରାଧ ହୋଇଥାଏ। ଏହା ସହିତ ଖେଳିବା ମଧ୍ୟ ଅପରାଧ। କୀର୍ତ୍ତି ପଟେଲ୍ ଭାଇରାଲ୍ ଭିଡିଓରେ ହାତରେ ପେଚାକୁ ଧରିଛନ୍ତି। ତାଙ୍କର ଏହି ଆଚରଣରେ ପଶୁପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବନ ବିଭାଗ ପେଚା ଧରି କୀର୍ତ୍ତିକୁ ଦେଇଥିବା ବ୍ୟକ୍ତି ବିରୋଧରେ ମଧ୍ୟ ୧୦ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି।

   Related Posts