Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଲୋକପ୍ରିୟ ଟିକ୍‌ଟକ୍ ଷ୍ଟାର ହ୍ୟୁଇ ହାହାଙ୍କ ୨୨ ବର୍ଷ ବୟସରେ ଦେହାନ୍ତ: ପଛରେ ଛାଡ଼ିଗଲେ ୨ ବର୍ଷର ଗେହ୍ଲା ଝିଅ

28/10/2021 at 6:11 PM

ନୂଆଦିଲ୍ଲୀ ୨୮/୧୦ : ହ୍ୟୁଇ ହାହା ନାମକ ଲୋକପ୍ରିୟ ଟିକଟକ ଷ୍ଟାରଙ୍କର ୨୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଟିକଟକରଙ୍କ ମୃତ୍ୟୁ ତାଙ୍କ ପରିବାର ପାଇଁ ଏକ ବଡ ଝଟକା। ପରିବାର ଲୋକେ ଏବେ ବି ସ୍ୱୀକାର କରି ପାରୁନାହାନ୍ତି ଯେ ହ୍ୟୁଇ ଏତେ କମ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି। ତାଙ୍କ ଫ୍ୟାନ ଓ ଅନୁଗାମୀ ତାଙ୍କୁ ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତାଛଡା ତାଙ୍କ ଆତ୍ମାର ସଦ୍ଗତି ପାଇଁ ଶାନ୍ତିପୂର୍ଣ ସନ୍ଦେଶ ମଧ୍ୟ ଦେଉଛନ୍ତି।

Rising TikTok Star and Comedian Huey HaHa Dead at 22 IG: https://www.instagram.com/hueyhaha_/

ହ୍ୟୁଇ ହାହା ବହୁତ ଲୋକପ୍ରିୟ ଟିକଟକର ଓ କମେଡିଆନ ଥିଲେ। ସେ ନିଜ ଟିକଟକ ଆକାଉଣ୍ଟରେ ଅନେକ ଭିଡିଓ ଅପଲୋଡ଼ କରିଥିଲେ ଯାହା ମଜାଦାର ଦୃଶ୍ୟ ଉପରେ ଆଧାରିତ। ଏହାଛଡା ସେ ୟୁଟ୍ୟୁବ ଚାନେଲ ଓ ନିଜ କ୍ୟାରିଅର ମଧ୍ୟ ଗଢୁଥିଲେ। ନିଜ ରାଜକୁମାରୀଙ୍କ ପାଇଁ ସେ ଜଣେ ସ୍ନେହୀ ପିତା ଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ନିଜ ଝିଅକୁ କେତେ ଭଲପାଆନ୍ତି। ତାଙ୍କ ଝିଅର ବୟସ ମାତ୍ର ୨ ବର୍ଷ।

ହ୍ୟୁଇ ହାହାଙ୍କ ମୃତ୍ୟୁର କାରଣ ଖୁଲାସା କରାଯାଇନାହିଁ। ଇନଷ୍ଟାଗ୍ରାମ ପୋଷ୍ଟ ଅନୁଯାୟୀ ହ୍ୟୁଇ ହାହାଙ୍କ ପେଜରେ ପୋଷ୍ଟ କରାଯାଇଛି ଯେ ଷ୍ଟାରଙ୍କ ଦେହାନ୍ତ ଅକ୍ଟୋବର ୨୫ ତାରିଖରେ ଏକ କ୍ୟାପ୍ସନ ସହ ହୋଇଥିଲା।

ଏହାଛଡା Cby ଓ Hype Boii ଦ୍ୱାରା ଏକ GoFundMe ପେଜ ମଧ୍ୟ କରାଯାଇଥିଲା ଯାହା ମୃତକଙ୍କ ଅନ୍ତିମ ସତ୍କାର ପ୍ରକ୍ରିୟା ପାଇଁ ତାଙ୍କର ୨ ବର୍ଷର ଝିଅକୁ ସମର୍ଥନ ଓ ସାହାଯ୍ୟ କରିବାକୁ ଧନ ରାଶି ସଂଗ୍ରହ କରିଥାଏ। ପେଜ ପ୍ରାୟ ୨୦ ହଜାର ଡଲାର ସଂଗ୍ରହ କରିଛି। ଟିକଟକର ଅନେକ ଜଣାଶୁଣା ମୁହଁ ମଧ୍ୟ ହୟୁଇଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ଓ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

   Related Posts