Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

Tiktok ସାଜିଲା କାଳ; ୧୬୦ ଫୁଟ ଉଚ୍ଚରେ ଭିଡିଓ କରୁଥିବା ବେଳେ ଗଲା ଜୀବନ….

27/07/2021 at 10:30 PM

ନୂଆଦିଲ୍ଲୀ ୨୭/୦୭ : ସୋସିଆଲ ମିଡିଆର ମୋଷ୍ଟ ପପୁଲାର ଆପ୍ ଟିକଟକ । ଏହି ଟିକଟକ୍ ରେ ଭିଡିଓ ବନାଇବା ପାଇଁ ଲୋକମାନେ ପାଗଳ । ଭିଡିଓ ବନାଇବା ସହ ପପୁଲାର ହେବା ପାଇଁ ଓ ଫଲୋର୍ସ ବଢାଇବା ପାଇଁ ସେମାନେ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି । ଯେଉଁଥି ପାଇଁ ଅନେକ ବ୍ୟକ୍ତଙ୍କର ମଧ୍ୟ ଜୀବନ ଚାଲି ଯାଉଛି । ଚୀନର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେବ ।
ସୂଚନା ଅନୁଯାୟୀ ଚୀନର ଏହି ୨୩ ବର୍ଷିୟ ଜିଓ କ୍ୟୁମେୟୀ ଟିକଟକରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ଜିଓ ୧୬୦ ଫୁଟ୍ ଉଚ୍ଚ ଉପରେ ଥାଇ ଭିଡିଓ ପ୍ରସ୍ତୁତ କରୁଥିଲେ । ତେବେ ଏହି ଭିଡିଓ ଉତ୍ତୋଳନ ବେଳେ କ୍ରେନ କେବିନ ସାହାଯ୍ୟରେ ସେଠାରେ ବସି ଭିଡିଓର ଶୁଟ୍ କରୁଥିଲେ । ହେଲେ ଏହି ସମୟରେ ତାଙ୍କ ପାଦ ଖସି ଯିବା ଫଳରେ ତଳକୁ ପଡିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ ତଳେ ପଡିବା ସମୟରେ ମଧ୍ୟ ଭିଡିଓ ଜାରି ଥିଲା । ଅନ୍ୟପଟେ ଜିଓଙ୍କ ସମ୍ପର୍କିୟମାନେ କହିଛନ୍ତି କି ଏହା ଏକ ପ୍ରକାରର ଦୁର୍ଘଟଣା କୌଣସି ଷ୍ଟଣ୍ଟ ନୁହେଁ ।
ତେବେ ଗତ କିଛି ଦିନତଳେ ହଙ୍ଗକଙ୍ଗରେ ମଧ୍ୟ ଜଣେ ଇନଫ୍ଲୁଏନଶରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେହି ମହିଳା ଜଣଙ୍କ ଝରଣା ଠାରେ ଛିଡା ହୋଇ ଫଟୋ ଉଠାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ସେମିତି ପାକିସ୍ତାନରେ ମଧ୍ୟ ଟିକଟକ ଭିଡିଓ କରୁଥିବା ବେଳେ ବନ୍ଧୁକ ବ୍ୟବହାର କରୁଥିବା ବେଳେ ଭୁଲ୍‌ରେ ଗୁଳି ଚାଳନା ହୋଇଯିବାରୁ ଉକ୍ତ ପୁଅଟିର ଜୀବନ ଚାଲି ଯାଇଥିଲା । ବର୍ତ୍ତମାନ ଯୁଗରେ ଏହି ସୋସିଆଲ ମିଡିଆ ଏତେ ପାଗଳ କରିଛି ଯେ ସେମାନେ ଜାଣିପାରୁ ନାହାନ୍ତି କି ମଜାରେ ନିଆଯାଉଥିବା ପଦକ୍ଷେପ ବିପଦରେ ପକାଇପାରେ ।

   Related Posts