ବ୍ୟାନ୍ ପରେ ଟିକ୍‌ଟକ୍‌କୁ ଟେନ୍‌ସନ୍‌ : ପ୍ରତିବନ୍ଧକ ହଟାଇବାକୁ ଭାରତ ସରକାରଙ୍କ ସହ ଆଲୋଚନା କରିବ ଚୀନି ଆପ୍ କମ୍ପାନୀ

Published By : Prameya-News7 Bureau | June 30, 2020 IST

ନୂଆଦିଲ୍ଲୀ ୩୦/୦୬ : ଭାରତ ସରକାରଙ୍କ ତରଫରୁ ଚାଇନା ଆପ୍ ଟିକ୍‌ଟକ୍ କୁ ବ୍ୟାନ କରିବା ପରେ ଟିକ୍‌ଟକ୍ ବୟାନ ଦେଇଛି | ଟିକ୍‌ଟକ୍ କହିଛି ସେ କୌଣସି ଭାରତୀୟ ୟୁଜରଙ୍କ ଡାଟା ବିଦେଶ ସରକାର କିମ୍ବା ଚୀନ ସରକାରଙ୍କୁ ଦେଇନାହାନ୍ତି | ଟିକ୍‌ଟକ୍ ଇଣ୍ଡିଆର ମୁଖ୍ୟ ନିଖିଳ ଗାନ୍ଧୀ ଏକ ବୟାନରେ କହିଛନ୍ତି ଯେ, ସ୍ପଷ୍ଟୀକରଣ ଓ ଜବାବ ଦେବା ପାଇଁ ତାଙ୍କୁ ସମ୍ବନ୍ଧିତ ସରକାରୀ ହିତାଧିକାରୀଙ୍କୁ ଭେଟିବା ପାଇଁ ଆମନ୍ତ୍ରିତ କରାଯାଇଛି | ଗତକାଲି ଭାରତ ସରକାର ଟିକ୍‌ଟକ୍ ସମେତ ୫୯ ଚାଇନିଜ ଆପକୁ ଭାରତରେ ବ୍ୟାନ କରିଛନ୍ତି |

ନିଖିଳ ଗାନ୍ଧୀ କହିଛନ୍ତି ଯେ, ସରକାର ଟିକ୍‌ଟକ୍ ସମେତ ୫୯ଟି ଆପରେ ଅନ୍ତରୀଣ ପ୍ରତିବନ୍ଧକ ଲଗାଇଛନ୍ତି | ଏହି ପ୍ରତିବନ୍ଧକକୁଇ ନେଇ ସେ ଖୁବ ଶୀଘ୍ର ସରକାରଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି | ଟିକ୍‌ଟକ୍ ଡାଟା ଓ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ପ୍ରତିବଦ୍ଧ ବୋଲି ସେ କହିଛନ୍ତି | ଟିକ୍‌ଟକ୍ ଭାରତୀୟ ୟୁଜର୍ସଙ୍କ ଡାଟା ଚୀନ ସରକାର କିମ୍ବା ଅନ୍ୟ କେଉଁ ସରକାରଙ୍କ ସହିତ ସେୟାର କରୁନାହାନ୍ତି ବୋଲି ସେ କହିଛନ୍ତି | ଟିକ୍‌ଟକ୍ କହିଛି ଯେ, ଭାରତୀୟ ଆଇନ ଅନୁସାରେ ୟୁଜର୍ସଙ୍କ ଡାଟା ଗୋପନୀୟ ରଖାଯିବ ଏବଂ ଆବଶ୍ୟକୀୟ ସୁରକ୍ଷା ପାଳନ କରାଯିବ | ସେ କହିଛନ୍ତି ଯେ, ଟିକ୍‌ଟକ୍ ନିଜ ପ୍ଲାଟଫର୍ମକୁ ଭାରତରେ ୧୪ ଭାଷାରେ କରାଇ ଇଣ୍ଟରନେଟର ଲୋକତନ୍ତ୍ରୀକରଣ କରିଛି | ଲକ୍ଷ ଲକ୍ଷ ଲୋକ ଏହି ଆପ ବ୍ୟବହାର କରୁଛନ୍ତି | ଏଥିରେ କିଛି କଳାକାର, ଗାଳ୍ପିକା, କବି, ଶିକ୍ଷକ ଅଛନ୍ତି ଏବଂ ସେମାନେ ନିଜ ଜୀବନ ଅନୁସାରେ ଭିଡିଓ ତିଆରି କରନ୍ତି | ଏମିତି ବି କିଛି ୟୁଜର୍ସ ଅଛନ୍ତି ଯେଉଁମାନେ ଟିକ୍‌ଟକ୍ ଜରିଆରେ ଇଣ୍ଟରନେଟ ଦୁନିଆ ଦେଖିଛନ୍ତି ବୋଲି ସେ କହିଛନ୍ତି | ଟିକ୍‌ଟକ୍ କୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି |

ଟିକ୍‌ଟକ୍ ପ୍ରବକ୍ତା କହିଛନ୍ତି ଯେ, ଭାରତ ସରକାର ୫୯ ଚାଇନିଜ ଆପକୁ ବ୍ୟାନ କରିଛନ୍ତି | ବାଇଟଡ୍ୟାନ୍ସ ଟିମର ୨ ହଜାର ଲୋକ ଭାରତ ସରକାରଙ୍କ ନିୟମ ହିସାବରେ କାମ କରୁଛନ୍ତି |

ଅନେକ ଭାରତୀୟ କମ୍ପାନୀ ସରକାରକା ଏହି ଘୋଷଣାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି | ଟିକ୍‌ଟକ୍ ପ୍ରତିସ୍ପର୍ଦ୍ଧା ଚାଟ ଆପ ରୋପୋସୋ ର ମାଲିକାନା କମ୍ପାନୀ ଏନମୋବି କହିଛି ଯେ ସରକାରଙ୍କ ଏହି ପଦକ୍ଷେପ ତାଙ୍କ ପ୍ଲାଟଫର୍ମ ପାଇଁ ବଜାର ଖୋଲି ଦେବ | ଟିକ୍‌ଟକ୍ ର ପ୍ରତିଦ୍ବନ୍ଦୀ ବୋଲୋ ଇଣ୍ଡିଆ କହିଛି ଯେ, ତାର ବଡ ପ୍ରତିଦ୍ବନ୍ଦୀ ଉପରେ ପ୍ରତିବନ୍ଧକ ଲାଗିବାରୁ ତାକୁ ଫାଇଦା ହେବ |

ଏକ ବୟାନରେ ବୋଲୋ ଇଣ୍ଡିଆର କୋ-ଫାଉଣ୍ଡର ଓ ସିଇଓ ବରୁଣ ସକ୍ସେନା କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ସେ ସ୍ୱାଗତ କରୁଛନ୍ତି | ଏହା ବୋଲୋ ଇଣ୍ଡିଆ ଓ ଅନ୍ୟ ଭାରତୀୟ ଆପ ପାଇଁ ଏକ ଭଲ ମଉକା | ଅନ୍ୟ ଆପ ଭାରତୀୟ ସଂସ୍କୃତି ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ଆହୁରି ଭଲ ସେବା ପ୍ରଦାନ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.