Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଟିକଟକର କମାଲ : ଭିଡିଓ ପରେ ଏବେ ମ୍ୟୁଜିକ୍ ମାର୍କେଟରେ ଲଗାଇବ ନିଆଁ

20/11/2019 at 4:05 PM

ନୂଆଦିଲ୍ଲୀ ୨୦/୧୧: ମନୋରଞ୍ଜନ ଦୁନିଆରେ ଫିଲ୍ମ ଷ୍ଟ୍ରିମିଙ୍ଗ ପରେ ଏବେ ମ୍ୟୁଜିକ୍ ଷ୍ଟ୍ରିମିଙ୍ଗର ସୁବିଧା ମିଳିବାକୁ ଯାଉଛି। ଏବେ ଯାଏଁ ଆପଣ ନେଟଫ୍ଲିକ୍ସରେ ଷ୍ଟ୍ରିମିଙ୍ଗ ବିଷୟରେ ଦେଖିଛନ୍ତି ଏବଂ ଶୁଣିଛନ୍ତି। କିନ୍ତୁ ଟିକଟକର ମାଲିକ ହିଁ ମ୍ୟୁଜିକ୍ ଷ୍ଟ୍ରିମିଙ୍ଗରେ ପ୍ରବେଶ କରିବାକୁ ଯାଉଛନ୍ତି।

ମ୍ୟୁଜିକର ଚାହିଦା ବଢ଼ିବା ଦେଖି ଚାଇନିଜ କମ୍ପାନୀ ଟିକଟକ୍ ୟୁନିଭର୍ସାଲ୍ ମ୍ୟୁଜିକ୍,ସୋନି ମ୍ୟୁଜିକ୍ ଏବଂ ଓ୍ବାର୍ଣ୍ଣର ମ୍ୟୁଜିକ୍ କମ୍ପାନୀ ସହ କଥାବାର୍ତ୍ତା ଚଳାଇଛି। ଫଳରେ ବିଶ୍ବସ୍ତରରେ ଲାଇସେନ୍ସ ଅଧିକାର ମିଳିବାର ସମ୍ଭାବନା ଆଶା କରାଯାଉଛି। ପୂର୍ବରୁ ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ ମୈଦାନରେ ‘ସ୍ପୋଟିଫାଇ’ ନାମକ ଏକ ଆପ୍ ରହିଛି। କିନ୍ତୁ ଏବେ ସଙ୍ଗୀତ ବଜାରରେ ଟିକଟକ୍ ପ୍ରବେଶ କରିବା ଦ୍ବାରା ଏହା ଚ୍ୟାଲେଞ୍ଜିଙ୍ଗ ରହିବ ବୋଲି କୁହାଯାଉଛି।

ଟିକଟକର ମାଲିକାନା କମ୍ପାନୀର ନାଁ ‘ବେଜିଙ୍ଗ ବାଇଟବେନ୍ସ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ’। ଟିକଟକ୍ ମାଲିକାନା କମ୍ପାନୀ ନୂଆ ମ୍ୟୁଜିକ୍ ଆପର ନାଁ କ‘ଣ ରଖିବ ,ଏବେ ଏହା ନେଇ ସ୍ପଷ୍ଟୀକରଣ କରିନାହିଁ। କୁହାଯାଉଛି ଯେ ନୂଆ ମ୍ୟୁଜିକ୍ ସେବା ଆଗାମୀ ମାସରେ ଲଞ୍ଚ କରାଯାଇପାରେ।

ଟିକଟକ୍ ମାଲିକାନା କମ୍ପାନୀର ନୂଆ ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ ଆପ୍ ସବସ୍କ୍ରିପ୍ସନ ବେସଡ ହେବ। ଏବେ ଗ୍ରାହକଙ୍କୁ ମେମ୍ବର ହେଲେ ଏହି ସେବାରେ କେତେ ଟଙ୍କା ଦେବାକୁ ପଡ଼ିବ ଏହା ବିଷୟରେ କିଛି ସ୍ଥିର ହୋଇନାହିଁ। ପ୍ରାଥମିକ ପର୍ଯ୍ୟାୟରେ ନୂଆ କମ୍ପାନୀ ଆମେରିକାକୁ ମାର୍କେଟ ଉପରେ ଟାର୍ଗେଟ କରିବ।


ଭାରତରେ ପୂର୍ବରୁ ଟିକଟକ ବିଷୟରେ ଲୋକେ ଜାଣିଛନ୍ତି। ଏଠାକର ମାର୍କେଟରେ ଏହା ପ୍ରବେଶ କରିବାମାତ୍ରେ ସାଭନ ନାମକ ମ୍ୟୁଜିକ ଆପକୁ କଡ଼ା ଟକ୍କର ଦେଇପାରେ।

   Related Posts