ସୋସିଆଲ୍ ମିଡ଼ିଆ ପ୍ରୋଫାଇଲ ଫଟୋରେ ଭାରତର ତ୍ରିରଙ୍ଗା ପତାକା ଲଗାଇଲା ଟିକ୍‌ଟକ୍‌ : ରାଗିଗଲେ ୟୁଜର୍ସ, ଲେଖିଲେ ‘RIP’

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮/୦୬ : ଚାଇନାର ଲୋକପ୍ରିୟ ସର୍ଟ ଭିଡିଓ ମେକିଙ୍ଗ ଆପ ଟିକ୍‌ଟକ୍ ନିଜର ସମସ୍ତ ସୋସିଆଲ ମିଡ଼ିଆରେ ପ୍ରୋଫାଇଲ ଫଟୋରେ ଭାରତର ତ୍ରିରଙ୍ଗା ପତାକାକୁ ସାମିଲ କରିଛି | ପ୍ରଥମେ ଫେସବୁକ ଓ ଟ୍ୱିଟରରେ ପ୍ରୋଫାଇଲ ଫଟୋରେ ଟିକଟକ ଲୋଗୋ ଥିଲା | କିନ୍ତୁ ଏବେ ଏହି ଦୁଇ ଜାଗାରେ ଲୋଗୋର ଦକ୍ଷିଣ ପାର୍ଶ୍ୱରେ ଭାରତ ପତାକା ଦେଖିବାକୁ ମିଳିଛି | ଗୋତିଏପାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗ ରହିଛି | ଭାରତୀୟ ସୋସିଆଲ ମିଡ଼ିଆରେ ଚୀନ ସାମଗ୍ରୀ ବର୍ଜନ କରିବାକୁ ଦାବି ହେଉଥିବାବେଳେ ଟିକଟକ ପ୍ରୋଫାଇଲରେ ତ୍ରିରଙ୍ଗା ପତାକା ଦେଖି ଭାରତୀୟଙ୍କ କ୍ରୋଧ ଦେଖି ଏହିଭଳି କରାଯାଇଥିବା ଅନୁମାନ କରାଯାଉଛି |

ଟିକ୍‌ଟକ୍ ଆପକୁ ପୂର୍ବରୁ ମଧ୍ୟ ବିରୋଧ କରାଯାଉଥିଲା | ଏହିଭଳି ପରିସ୍ଥିତିରେ ଆପ ପ୍ରୋଫାଇଲ ଫଟୋରେ ଭାରତର ଜାତୀୟ ପତାକା ଚିତ୍ର ଲଗାଇ ଭାରତୀୟଙ୍କ ସହିତ ନିଜର ସମ୍ପର୍କକୁ ଦର୍ଶାଇଛି | ଟିକ୍‌ଟକ୍ର ଅଫିସିଆଲ ଫେସବୁକ ପେଜରେ ୧.୫ କୋଟିରୁ ଅଧିକ ଫଲୋୟର୍ସ ଅଛନ୍ତି |

{"id":292809,"sizeSlug":"large"}

ଆପର ପ୍ରୋଫାଇଲ ଫଟୋ ଶନିବାର ଦିନ ପରିବର୍ତ୍ତନ କରାଯାଇଛି | ଶନିବାର ଦିନ ପ୍ରୋଫାଇଲ ଫଟୋ ପରିବର୍ତ୍ତନ ପରେ ଏଥିରେ ତ୍ରିରଙ୍ଗା ଦେଖିବାକୁ ମିଳିଛି | ତ୍ରିରଙ୍ଗା ଫଟୋ ଦେଖିବା ପରେ ୟୁଜର୍ସ ରାଗି ଯାଇଥିଲେ | ଫେସବୁକ ପ୍ରୋଫାଇଲ ଫଟୋ ଅନେକ ୟୁଜର୍ସ କମେଣ୍ଟରେ 'RIP' ଲେଖି ସ୍ପାମ କରିଛନ୍ତି ଏବଂ ପ୍ରତିକ୍ରିୟା ରଖିଛନ୍ତି | କିଛି ୟୁଜର୍ସ ‘angry’ ଇମୋଜୀ ରଖିଥିବାବେଳେ କିଛି ୟୁଜର୍ସ ‘funny’ ଇମୋଜୀ ଦେଇଛନ୍ତି |

ଲଦାଖରେ LAC ରେ ଭାରତ-ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଅନେକ ଭାରତୀୟ ମୋବାଇଲରୁ ଚାଇନା ଆପ ଡିଲିଟ କରୁଛନ୍ତି | SensorTower ରିପୋର୍ଟ ଅନୁସାରେ ଅନେକ ଲୋକପ୍ରିୟ ଚାଇନା ଆପ ଡାଉନଲୋଡ଼ ହାର ହ୍ରାସ ପାଇଛି | ଏଥିରେ TikTok, Bigo Live, PUBG, Likee, Helo ଆଦି ସାମିଲ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.