Face bookକୁ ପଛରେ ପକାଇଲା tik tok, ଭାରତରେ କିନ୍ତୁ ବ୍ୟାନ୍
10/12/2020 at 9:00 PM

ବେଙ୍ଗାଲୁରୁ : କିଛି ସମୟ ପୂର୍ବରୁ ସୁରକ୍ଷାଗତ କାରଣ ଲାଗି ଭାରତରେ ନିଷିଦ୍ଧ ହୋଇଥିବା ମୋବାଇଲ ଆପ୍ ଟିକ୍ଟକ୍ ଲୋକପ୍ରୀୟ ସୋସିଆଲ ସାଇଟ୍ ଫେସବୁକ୍କୁ ପଛରେ ପକାଇ ଦେଇଛି। ଚଳିତ ବର୍ଷ ବିଶ୍ୱରେ ଟିକ୍ଟକ୍ ସବୁଠୁ ବେଶି ଡୋଉନଲୋଡ ହୋଇଥିବା ଆପ୍ରେ ପରିଣତ ହୋଇଥିବା ମୋବାଇଲ ଆପ୍ ଆନାଲିଟିକ୍ସ ଫାର୍ମ ଏପି ଏନିଙ୍କ ରିପୋର୍ଟରୁ ଜଣାପଡିଛି।

ରିପୋର୍ଟ ଅନୁସାରେ ଆପ୍ର ଏଣ୍ଡ୍ରଏଡ ଓ ଆଇଓଏସ୍ ପ୍ଲାଟଫର୍ମ ଉଭୟର ବେଶ୍ ଡାଉନଲୋଡ ହୋଇଛି। ଆପ ଏନି ଡାଉନଲୋଡ ଲିଷ୍ଟରେ ଜାନୁୟାରୀ-ନଭେମ୍ବର ୨୦୨୦ରେ ଟିକ୍ଟକ୍ ପରେ ଦ୍ୱିତୀୟ ସ୍ଥାନରେ ଫେସବୁକ୍, ତୃତୀୟ ସ୍ଥାନରେ ହ୍ୱାଟସ୍ ଆପ୍, ଚତୁର୍ଥ ସ୍ଥାନରେ ଜୁମ କ୍ଲାଉଡ୍ ମିଟିଙ୍ଗ ଓ ପଞ୍ଚମ ସ୍ଥାନରେ ଇଂଷ୍ଟାଗ୍ରାମ ରହିଛି।

ରିପୋର୍ଟରେ କଞ୍ଜ୍ୟୁମର ସ୍ପେଣ୍ଡିଂ ତଥ୍ୟ ମଧ୍ୟ ରହିଛି। ଏଥିରେ ଟିକ୍ଟକ୍ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ଡେଟିଂ ଆପ୍ ଟିଣ୍ଡର ରହିଛି। କଞ୍ଜ୍ୟୁମର ସ୍ପେଣ୍ଡିଂର ତୃତୀୟ ସ୍ଥାନରେ ଭିଡିଓ ଷ୍ଟ୍ରିମିଂ ଆପ୍ ୟୁ ଟ୍ୟୁବ୍, ଚତୁର୍ଥ ସ୍ଥାନରେ ଡିଜନୀ ଓ ପଞ୍ଚମ ସ୍ଥାନରେ ଟେନସେଣ୍ଟ ଭିଡିଓ ରହିଛି। ଚଳିତବର୍ଷର ରିପୋର୍ଟରୁ ଆପ୍ ଏନି ୨୦୨୧ରେ ଟିକ୍ଟକ୍ର ମନ୍ଥଲୀ ଆକ୍ଟିଭ ୟୁଜରଙ୍କ ସଂଖ୍ୟା ୧ ବିଲିୟନରୁ ବି ଅଧିକ ଥିବେ।