Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଆଉ ଫେରିବନି ଟିକଟକ୍ ! ୫୯ଟି ଚାଇନିଜ୍ ଆପକୁ ସବୁଦିନ ପାଇଁ ବ୍ୟାନ୍ କଲେ ଭାରତ ସରକାର

26/01/2021 at 1:01 PM

ନୂଆଦିଲ୍ଲୀ, ୨୬/୧: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ଏବେ ଡିଜିଟାଲ୍ କ୍ଷେତ୍ରରେ ପଡ଼ିଛି । ଚୀନର ଆଇନଗତଃ ଚ୍ୟାଲେଞ୍ଜ ଏବଂ କଠୋରତା ନୀତିକୁ ବିଚାର କରି ଭାରତ ସବୁଦିନ ପାଇଁ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ ଘୋଷଣା କରିଛି । ଏଥି ମଧ୍ୟରେ ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍, ବାଇଡୁ, ୱି ଚ୍ୟାଟ୍, ଆଲିବାବାର ୟୁସି ବ୍ରାଉଜର, ସପିଙ୍ଗ୍ ଆପ୍ କ୍ଲବ୍ ଫ୍ୟାକ୍ଟ୍ରି, ଏମ୍ ଆଇ ଭିଡିଓ କଲ୍ ଏବଂ ବିଗୋ ଲାଇଭ୍ ଭଳି ଆପ୍ ସାମିଲ୍ ଅଛି ।

ସବୁଦିନ ପାଇଁ ବ୍ୟାନ୍ ଘୋଷଣା ହୋଇଥିବା ଏହି ଆପ୍ ଗୁଡ଼ିକୁ ପୂର୍ବ ବର୍ଷ ଜୁନ୍ ମାସର ଶେଷ ଆଡ଼କୁ ଭାରତ ନିଷିଦ୍ଧ ଘୋଷଣା କରିଥିଲା । ଏଥି ସହିତ ସମୁଦାୟ ୨୬୭ଟି ଆପ୍ ଉପରେ ତଥ୍ୟ ଚୋରି ଅଭିଯୋଗ ଆଣି ସରକାର ଏପରି ନିଷ୍ପତ୍ତି ନେଇଥିଲେ । ଏହି ଚାଇନିଜ୍ ଆପ୍ ଉପରେ ତଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୯କ ଅଧୀନରେ ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ପ୍ରକାଶ କରିଥିଲେ । ଭାରତର ସାର୍ବଭୌମତ୍ୱ, ଏକତା, ସୁରକ୍ଷା ଏବଂ ପ୍ରତିରକ୍ଷା ବିରୋଧରେ କାର୍ଯ୍ୟ କରୁଥିବାରୁ ଏହି ଆପ୍ ଗୁଡ଼ିକୁ ଭାରତୀୟ ଇଣ୍ଟରନେଟ୍ କ୍ଷେତ୍ରରେ ନିଷିଦ୍ଧ କରାଯାଇଛି ।

ତେବେ ଏନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ସରକାରଙ୍କ ପକ୍ଷରୁ ଏହି କମ୍ପାନୀମାନଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଏକ ନୋଟିସ୍ ଜାରି କରିଛନ୍ତି । ଏହି କମ୍ପାନୀଗୁଡ଼ିକ ବବ୍ୟବହାରକରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ସଂଗ୍ରହ କରୁଛନ୍ତି । ସେମାନଙ୍କ ତଥ୍ୟ ସଂଗ୍ରହ ଏବଂ ତଥ୍ୟ ପ୍ରକ୍ରିୟାକରଣର ପ୍ରଣାଳୀ ସଠିକ୍ ନଥିବା ଏହି ନୋଟରେ ଉଲ୍ଲେଖ ରହିଛି ।

   Related Posts