ଏବେ ଚୀନକୁ ବହିଷ୍କାର କରିବ ଟିକ୍‌ଟକ୍‌ ? ଜାଣନ୍ତୁ ଡ୍ରାଗନଠୁ କଣ ପାଇଁ ସଂପର୍କ ଛିନ୍ନ କରିବ ଏହି ଆପ୍‌

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ ୧୦।୦୭: ଭାରତରେ କଟକଣା ଲାଗିବା ପରେ ଟିକ୍‌ଟକ୍‌ର କାରବାର ଧରାଶାୟୀ ହୋଇ ପଡିଛି। କମ୍ପାନୀକୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଟିକ୍‌ଟକ୍‌ର ଅର୍ଦ୍ଧାଧିତ ୟୁଜର୍ସ ହିଁ ଭାରତର। ଭାରତରେ ପ୍ରତିବନ୍ଧିତ ଟିକ୍‌ଟକ୍‌ ଆପ୍‌ ଏବେ ଚୀନ ସହ ସଂପର୍କ ଛିନ୍ନ କରିବାକୁ ଚାହୁଁଛି। ବାଇଟ୍‌ଡାନ୍ସ ଲିମିଟେଡ୍ ଅନୁଯାୟୀ, ଟିକ୍‌ଟକ୍‌ ନିଜର କାରବାରର କର୍ପୋରେଟ୍ ଢାଞ୍ଚାରେ ପରିବର୍ତ୍ତନ ଚାହୁଁଛି। ମୁଖ୍ୟାଳୟ ତଥା କେନ୍ଦ୍ର ସ୍ଥଳ ଚୀନରେ ଥିବାରୁ ଆମେରିକା ମଧ୍ୟ ଟିକ୍‌ଟକ୍‌କୁ ନେଇ ଖପ୍ପା। ଏହାକୁ ନେଇ କମ୍ପାନୀର କାର୍ଯ୍ୟକାରିଣୀ ବୈଠକ ହୋଇଛି। ବୈଠକରେ ସାମିଲ ଜଣେ ଅଧିକାରୀଙ୍କ ଅନୁଯାୟୀ, ଟିକ୍‌ଟକ୍‌ ପାଇଁ ଏବେ ଏକ ନୂତନ ପ୍ରବନ୍ଧନ ବୋର୍ଡ ଗଠନ କରିବା ଏବଂ ଚୀନ୍‌ ବାହାରର ଆପ୍‌ ପାଇଁ ଏକ ଅଲଗା ମୁଖ୍ୟାଳୟ ସ୍ଥାପିତ କରିବା ପରି ବିକଳ୍ପ ଉପରେ ଆଲୋଚନା କରାଯାଇଛି।

ନ୍ୟୁଜ୍ ଏଜେନ୍ସି ବ୍ଲୁମର୍ଗ ଅନୂଯାୟୀ, ସର୍ଟ ଭିଡିଓ ଓ ସଙ୍ଗୀତ ଆପ୍‌ ଟିକ୍‌ଟକ୍‌ର ବର୍ତ୍ତମାନ ବାଇଟ୍‌ ଡାନ୍ସଠୁ ଭିନ୍ନ ମୁଖ୍ୟାଳୟ ନାହିଁ। ଏହି ମୁଖ୍ୟାଳୟ ଚୀନର କେମ୍ୟାନ ଆଇଲାଣ୍ଡ୍‌ରେ ଅବସ୍ଥିତ। ବୈଶିକ କାରବାରକୁ ଦୃଷ୍ଟିରେ ରଖି ନିଜର ନୂତନ ମୁଖ୍ୟାଳୟ ଖୋଲିବା ପାଇଁ ଅନେକ ସ୍ଥାନକୁ ନେଇ ଟିକ୍‌ଟକ୍ ବିଚାର କରୁଛି। ଉଲ୍ଲେଖଯୋଗ୍ୟ ଟିକ୍‌ଟକ୍‌ର ପାଞ୍ଚ ସବୁଠୁ ବଡ ମୁଖ୍ୟାଳୟ ଲସ୍ ଏଞ୍ଜଲେସ୍, ନ୍ୟୁୟର୍କ, ଲଣ୍ଡନ, ଡବଲିନ୍‌ ଓ ସିଙ୍ଗାପୁରରେ ଅବସ୍ଥିତ। ଅନ୍ୟପଟେ ଏଏନଆଇ ଅନୁଯାୟୀ, ଚୀନ ଦ୍ଵାରା ନୂତନ ଜାତୀୟ ସୁରକ୍ଷା ନିୟମ ଆସିବା ପରେ ଟିକ୍‌ଟକ୍‌ ହଂକଂ ବଜାରରୁ ହଟି ଯିବାକୁ ନିଷ୍ପତ୍ତି ନେଇଛି।

ଟିକ୍‌ଟକ୍‌ ନିଜର ଏକ ବିବୃତ୍ତିରେ କହିଛି, ଆମେ ନିଜର ଉପଯୋଗକର୍ତ୍ତା, କର୍ମଚାରୀ, କଳାକାର, ରଚନକାର, ଭାଗିଦାରୀ ଓ ନୀତି ନିର୍ମାତାଙ୍କ ସର୍ବୋତ୍ତମ  ହିତକୁ ଦୃଷ୍ଟିରେ ରଖି ଆଗକୁ ବଢିବୁ। ଏହି ଆପ୍‌କୁ ଭାରତ ସହିତ ଆମେରିକାରେ ଅଧିକ ଡାଉନଲୋଡ୍ କରାଯାଏ। ଏହା ଯୁବବର୍ଗଙ୍କ ମହଲରେ ସର୍ବାଧିକ  ଲୋକପ୍ରିୟ। ଗତ ଦୁଇ ସପ୍ତାହ ହେବ ଟିକ୍‌ଟକ୍‌ ନିଜର ସବୁଠୁ ସଙ୍କଟଜନକ ସମୟ ଦେଇ ଗତି କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଥିଲେ ଯେ, ତାଙ୍କ ପ୍ରଶାସନ ଆମେରିକାରେ କରୋନା ଭାଇରସ୍‌ର ମୁକାବିଲା ପାଇଁ ଚୀନ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ଭାବିତ ଭାବେ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛି। ଆମେରିକା ଚୀନ ବିରୋଧରେ ଅନେକ ପଦକ୍ଷେପ ଉଠାଇବାକୁ ଯାଉଛି। ସେଥିରୁ ଟିକ୍‌ଟକ୍‌କୁ ବ୍ୟାନ୍‌ କରିବା ଗୋଟିଏ।

ଅଷ୍ଟ୍ରେଲିଆ ମଧ୍ୟ ଲଗାଇପାରେ ପ୍ରତିବନ୍ଧ

ଉଲ୍ଲେଖଯୋଗ୍ୟ, ଭାରତ ଓ ଆମେରିକାର ପରି ଅଷ୍ଟ୍ରେଲିଆରେ ମଧ୍ୟ ଅନେକ ସାଂସଦ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ନିକଟରେ ଲିବେରାଲ ପାର୍ଟିର ସିନେଟ୍‌ର ଜିମ୍ ମୋଲନ କହିଛନ୍ତି, ଚୀନ ସରକାର ଟିକ୍‌ଟକ୍‌ର ଉପଯୋଗ ଓ ଦୁରୁପଯୋଗ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.