ଫେରିବ କି ଟିକଟକ୍ ? ଚୀନ୍ ଆପ୍ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍, ବଦଳାଇଲେ ଟ୍ରମ୍ପଙ୍କ ଆଦେଶ

Published By : Prameya-News7 Bureau | June 10, 2021 IST

ନ୍ୟୁୟର୍କ, ୧୦/୦୬:  ଫେରିବ ଟିକଟକ୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆମେରିକାରେ ଟିକଟକ୍, ଓ୍ୱି ଚାଟ୍ ସହ ଅନ୍ୟ ୮ଟି ଆପ୍ଲିକେସନ ଉପରୁ ବ୍ୟାନ୍ ବା ପ୍ରତିବନ୍ଧକ ହଟିଛି । ଏହି ସହୁ ଆପ୍ଲିକେସନ ଉପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିବନ୍ଧକ ଲଗାଇଥିଲେ ।

ଏବେ ବାଇଡେନ୍ ପ୍ରଶାସନ ପକ୍ଷରୁ ଯେଉଁ ନିର୍ଦ୍ଦେଶ ଜାରି କରାଯାଇଛି, ସେଥିରେ କୁହାଯାଇଛି ଯେ, ଏହି ସବୁ ଆପ୍ଲିକେସନ ଉପରେ ତଦନ୍ତ ହେବ । ଏହି ସବୁ ଆପ୍ଲିକେସନ ଆମେରିକାର ସୁରକ୍ଷା ପାଇଁ ବିପଦ ନା ନାହିଁ ତାହା ଉପରେ ଅନୁଧ୍ୟାନ କରାଯିବ । ସରକାର ଜନତାଙ୍କୁ ଅନଲାଇନ୍ ସୁରକ୍ଷା ଉପରେ ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି । ଦେଶ ଗ୍ଲୋବାଲ ଡିଜିଟାଲ ଇକୋନୋମିକୁ ସମର୍ଥନ କରେ । ତେଣୁ ଏହି ସବୁ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ହଟିଛି ।

ସୂଚନାଯୋଗ୍ୟ, କରୋନା ସଙ୍କଟ ପାଇଁ ସାରା ବିଶ୍ୱରେ ଚୀନକୁ ବିରୋଧ କରାଯାଇଥିଲା । ଏହି ସମୟରେ ଚୀନ୍ ଆପ୍ଲିକେସନ ଡାଟା ଚୋରି କରୁଥିବା ଅଭିଯୋଗ ହୋଇଥିଲା ।ଏହାପରେ ଟ୍ରମ୍ପ ସରକାର ଟିକଟକ୍, ଓ୍ୱିଚାଟ୍ ଭଳି ଆପ୍ଲିକେସନ ଉପରେ କଟକଣା ଲଗାଇଥିଲା । ତେବେ ଏହି ନିଷ୍ପତ୍ତି ବିରୋଧରେ ଆମେରିକା କୋର୍ଟରେ ଆବେଦନ ହୋଇଥିଲା । ଏହାପରେ ସରକାର ନୂଆ ଡାଉନଲୋଡ୍ ଉପରେ ରୋକ୍ ଲଗାଇଥିଲେ ।

ଗତବର୍ଷ ଭାରତ ସରକାର ମଧ୍ୟ ଚୀନ୍ ଆପ୍ ଟିକଟକ୍, ଓ୍ୱିଚାଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାସହ ଭାରତରେ ପ୍ରାୟ ୧୦୦ରୁ ଅଧିକ ଚାଇନିଜ୍ ଆପ୍ ଉପରେ ଡାଟା ଚୋରି ଅଭିଯୋଗରେ କଟକଣା ଲଗାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.