Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

PUBG ପରେ ପୁଣି ଫେରିବ TikTok ? ଭାରତୀୟ କର୍ମଚାରୀଙ୍କୁ ଦୀପାବଳି ବୋନସ୍‌ ଦେଇଛି କମ୍ପାନୀ

13/11/2020 at 5:08 PM

ନୂଆଦିଲ୍ଲୀ ୧୩/୧୧: ପବ୍‌ଜୀ, ଟିକ୍‌ଟକ୍‌ ସମେତ ଅନକେ ଚୀନ୍‌ ଆପ୍‌ ଭାରତରେ ବ୍ୟାନ୍‌ ହୋଇଛି। ପବ୍‌ଜୀ କର୍ପୋରେସନ୍‌ ଭାରତରେ ପବ୍‌ଜୀ ମୋବାଇଲ୍‌ ଇଣ୍ଡିଆ ଲଞ୍ଚ କରିବା ନେଇ ନଭେମ୍ବର ୧୨ରେ ଘୋଷଣା କରିଛି। ତେବେ ପବ୍‌ଜୀ ମୋବାଇଲ୍‌ ଭାରତକୁ ଫେରିବାକୁ ଥିବା ବେଳେ ଏବେ ଲୋକପ୍ରିୟ ଭିଡିଓ ଆପ୍‌ ‘ଟିକ୍‌ଟକ୍‌’ ଭାରତକୁ ଫେରିବାକୁ ପ୍ରଚେଷ୍ଟା ଚଳାଇଛି। ଭାରତ ସରକାରଙ୍କ ସହ କମ୍ପାନୀ ପକ୍ଷରୁ ଲଗାତର ଆଲୋଚନା କରାଯାଉଥିବା ଜଣାପଡ଼ିଛି।

ଟିକ୍‌ଟକ୍‌ ଇଣ୍ଡିଆ ହେଡ୍‌ ନିଖିଲ ଗାନ୍ଧି ଭାରତୀୟ ଟିକ୍‌ଟକ୍‌ କର୍ମଚାରୀଙ୍କୁ ଇମେଲ୍‌ କରିଛନ୍ତି। ଟିକ୍‌ଟକ୍‌ ପୁଣି ଫେରିବା ନେଇ ଇମେଲ୍‌ ମଧ୍ୟ ଭରସା ଦେଇଛନ୍ତି ନିଖିଲ। ତେବେ ବ୍ୟାନ୍‌ ପ​‌ରେ ବି ପ୍ୟାରେଣ୍ଟ କମ୍ପାନୀ ବାଇଟ୍‌ଡ୍ୟାନ୍ସ ଅଧିନରେ ଭାରତରେ ଟିକ୍‌ଟକ୍‌ ଓ ହେଲୋ ପାଇଁ ୨୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ କମ୍ପାନୀ ପକ୍ଷରୁ ଭାରତର କର୍ମଚାରୀଙ୍କୁ ବୋନସ୍‌ ମଧ୍ୟ ମିଳିଛି । ବୋନସ୍‌ ବ୍ୟତୀତ କର୍ମଚାରୀଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ବି ଯାଞ୍ଚ କରିଛି କମ୍ପାନୀ।

ସୂଚନାଯୋଗ୍ୟ, ପବ୍‌ଜୀ ମୋବାଇଲା ଚୀନ୍‌ କମ୍ପାନୀ ବିନା ଭାରତରେ ପ୍ରବେଶ କରିବ। କିନ୍ତୁ ଟିକ୍‌ଟକର ପ୍ୟାରେଣ୍ଟ କମ୍ପନୀ ହିଁ ଚୀନର। ତେବେ ଭାରତରେ ପୁଣି ଥରେ ପ୍ରବେଣ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇନାହିଁ। ଭାରତକୁ ଫେରିବାକୁ ହେଲେ କେଉଁ ଭାରତୀୟ କମ୍ପାନୀକୁ ନିଜର ସହଯୋଗୀ କମ୍ପାନୀ ଭାବେ ଗ୍ରହଣ କରିବ ସେନେଇ ମଧ୍ୟ ଜଣାପଡ଼ିନାହିଁ। ସେପଟେ ଭାରତକୁ ପୁଣି ଫେରିବାକୁ କମ୍ପାନୀ ସବୁ ପ୍ରକାର ନିୟମ ମାନିବାକୁ ରାଜି ଥିବା ଜଣାପଡ଼ିଛି।

ନିଖିଲ ଗାନ୍ଧି କହିଛନ୍ତି,  ଭାରତ ଦ୍ବାରା ସମସ୍ତ ନିୟମ ମାନିବାକୁ କମ୍ପାନୀ ରାଜି ଅଛି। ଏହା ମଧ୍ୟରେ ଡାଟା ସୁରକ୍ଷା ଓ ଗୋପନୀୟତା ଅନ୍ତର୍ଭୁକ୍ତ ରହିଛି। କମ୍ପାନୀ ପକ୍ଷରୁ ସରକାରଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରାଯାଇଛି। ଆମେ ସମସ୍ତ କର୍ମଚାରୀଙ୍କ ସମେତ ନିଜର ୟୁଜର୍ସଙ୍କ ପାଇଁ ଡେଡିକେଟେଡ୍‌ ବୋଲି ନିଖିଲ ଗାନ୍ଧୀ କହିଛନ୍ତି।

   Related Posts