ଇନଷ୍ଟା ଓ ଫେସବୁକକୁ ପଛରେ ପକାଇଲା ଏହି ଆପ୍, ୬୦ ମିଲିୟନ ୟୁଜର୍ସ ପ୍ଲେ ଷ୍ଟୋରରୁ କଲେ ଡାଉନ ଲୋଡ୍ ଆପଣ ବି କରିଥାଇ ପାରନ୍ତି!

Published By : Prameya-News7 Bureau | October 24, 2019 IST

ନୂଆଦିଲ୍ଲୀ୨୪|୧୦:  ସୋସିଆଲ ମିଡିଆରେ ବ୍ୟବହାର ହେଉଥିବା ସର୍ଟ ଭିଡିଓ ଶେୟାରିଂ ଆପ୍‌ ଟିକ୍‌ଟକ୍‌ ଆଗରେ ରହିଛି। ଦୁଇ ବର୍ଷ ମଧ୍ୟମରେ ଫେସବୁକ୍‌ ଆପ୍‌କୁ ଟିକ୍‌ଟକ୍ ପଛରେ ପକାଇ ଦେଇଛି। ସେହିପରି ଲୋକପ୍ରିୟ ଆପ୍‌ ଇନଷ୍ଟାଗ୍ରାମ ବି ପଛରେ ପଡ଼ି ଯାଇଛି। ବର୍ତ୍ତମାନ ସମୟରେ ଓ୍ବାର୍ଲଡ୍‌ ଓ୍ବାଇଡ୍‌ ଗୁଗଲ ପ୍ଲେ ଷ୍ଟୋରରେ ସବୁଠୁ ଅଧିକ ଟିକ୍‌ଟକ୍  ଆପ୍‌ ଡ଼ାଉନଲୋଡ୍ ହୋଇଛି।

ସେନ୍ସର ଟାଓ୍ବାର ସୂଚନା ଅନୁସାରେ ୨୦୧୯ ମସିହା​‌ରେ ଭାରତରେ ୪୪ ପ୍ରତିଶତ ଲୋକ ଟିକ୍‌ଟକ୍ ଆପ୍‌ ଡାଉନ ଲୋଡ୍‌ କରିଛନ୍ତି। ଚୀନ୍‌ ଟେକ୍ନୋଲୋଜି କମ୍ପାନୀ ଦ୍ବାରା ନିର୍ମିତ ଏହି ଆପ୍‌କୁ ପ୍ରଥମରୁ ବାଇଟ୍‌ଡ୍ୟାନନ୍ସ(Bytedance) ନାମରେ ୟୁଜର୍ସ ଜାଣିଥିଲେ। ଚୀନ ଟିକ୍‌ଟକ୍ ଆପ୍ ବ୍ୟତୀତ ହ୍ୟାଲୋ ଆପ୍‌ ମଧ୍ୟ ଲଞ୍ଚ କରିଛି।

ସୂଚନାଯୋଗ୍ୟ ପ୍ରଥମ ସ୍ଥାନରେ ଟିକଟକ୍‌, ଦ୍ବିତୀୟ ସ୍ଥାନରେ ଫେସବୁକ୍‌ ଓ ତୃତୀୟ ସ୍ଥାନର ଇନଷ୍ଟାଗ୍ରାମ, ଚତୁର୍ଥ ସ୍ଥାନରେ ଭିଡିଓ ଶେୟାରିଂ ଆପ୍‌ ଲାଇକି (Likee) ଓ ପଞ୍ଚମ ସ୍ଥାନରେ ସ୍ନାପଚାଟ୍‌  (Snapchat)  ଆପ୍‌ ରହିଛି। ଭାରତରେ ୬୦ ମିଲିୟନ ଲୋକ ଟିକ୍‌ଟକ ଆପ୍ ଡାଉନ ଲୋଡ କରିଛନ୍ତି। ସେହିପରି ୨୩ ପ୍ରତିଶତ ଲୋକ ଫେସବୁକ୍‌ ଆପ୍‌ ଡାଉନ ଲୋଡ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.