Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

TikTok fever: ଲକଡାଉନ୍ ପରଠୁ ସବୁଠୁ ଅଧିକ ବ୍ୟବହାର ହୋଇଛି TikTok ଆପ୍

16/04/2020 at 10:28 AM

ନୂଆଦିଲ୍ଲୀ ୧୬/୪: ମାର୍ଚ୍ଚ ୨୫ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନ୍ ଏବେ ମେ ୩ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। ଲକଡାଉନର ଫାଇଦା ସବୁଠୁ ଅଧିକ ଶର୍ଟ ଫର୍ମାଟ୍ ଭିଡିଓ ଆପ୍ ଟିକଟକକୁ ମିଳୁଛି। ଲକଡାଉନ୍ ସମୟରେ ଗୁଗଲ୍ ପ୍ଲେ ଷ୍ଟୋରରୁ ସବୁଠୁ ଅଧିକ ଇନଷ୍ଟଲ୍ କରାଯାଇଛି। ଯାହା ଫଳରେ ଏହାର ଅଲଟାଇମ୍ ଇନଷ୍ଟଲେସନ୍ ୧ବିଲିୟନ୍ ଅର୍ଥାତ୍ ୧୦୦କୋଟି ପାର କରିସାରିଲାଣି। ଲକଡାଉନ୍ ସମୟରେ ଦେଶରେ ଫ୍ରି କ୍ୟାଟେଗରି ଆପରେ ସବୁଠୁ ଅଧିକ ଇନଷ୍ଟଲ୍ ହେଉଥିବା ଆପ୍ ମଧ୍ୟରେ ଏହା ତୃତୀୟ ଆପ୍। ଦ୍ବିତୀୟରେ ଜୁମ୍ ଏବଂ ପ୍ରଥମରେ ସରକାରଙ୍କ ଦ୍ବାରା ଲଞ୍ଚ କରାଯାଇଥିବା ଆରୋଗ୍ୟ ସେତୁ ଆପ୍।

ଏବେ ସୋସିଆଲ୍ ପ୍ଲାଟଫର୍ମରେ ସବୁଠୁ ଅଧିକ ଟିକଟକର ଭିଡିଓ ଭାଇରାଲ୍ ହେଉଛି। ହ୍ବାଟସଆପ୍,ହେଲୋ,ଫେସବୁକ୍,ଇନଷ୍ଟାଗ୍ରାମ୍ ଭଳି କେତେକ ସୋସିଆଲ୍ ପ୍ଲାଟଫର୍ମରେ ଟିକଟକର ଫନି ଭିଡିଓ ସେୟାର ହେଉଛି। ଅଧିକାଂଶ ଟିକଟକ୍ ୟୁଜର୍ସ ଲକଡାଉନ୍ ସମୟରେ ଘରେ ବସି ଫନି ଭିଡିଓ  କରୁଛନ୍ତି। ଏପରି ନୁହଁ ଯେ କେବଳ ଭାରତୀୟ ୟୁଜର୍ସ ଟିକଟକ୍ ଭିଡିଓ କରୁଛନ୍ତି,ବରଂ ୟୁଏସରେ ମଧ୍ୟ ଏହି ଆପର ବହୁଳ ବ୍ୟବହାର ହେଉଛି। ୨୦୨୦ ଜାନୁୟାରୀରେ ଟିକଟକକୁ ୟୁଏସ୍ ୟୁଜର୍ସ ଆପଲ୍ ଆପ୍ ଷ୍ଟୋର୍ ସହ ଗୁଗଲ୍ ପ୍ଲେ ଷ୍ଟୋରରେ ମଧ୍ୟ ସବୁଠୁ ଅଧିକ ଡାଉନଲୋଡ କରିଥିଲେ।

ନିକଟରେ ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟ୍ ଡାନ୍ସ ଭାରତକୁ ଡାକ୍ତର ଏବଂ ମେଡିକାଲ୍ ଷ୍ଟାଫଙ୍କୁ ସାହାଯ୍ୟ ଏବଂ ମେଡିକାଲ୍ ଇକ୍ୟୁପମେଣ୍ଟ କିଣିବା ପାଇଁ ୧୦୦କୋଟି ଟଙ୍କା ଡୋନେଟ୍ କରିଥିଲେ। ଟିକଟକର ଲୋକପ୍ରିୟତା ଏବଂ ଡାଉନଲୋଡକୁ ଦେଖି ଏପରି କୁହାଯାଉଛି ଯେ ଲକଡାଉନ୍ ପିରିୟଡରେ କୋଟି କୋଟି ଲୋକଙ୍କ ମନୋରଞ୍ଜନ ପାଇଁ ଏହା ପ୍ରଥମ ପ୍ଲାଟଫର୍ମ ହୋଇପାରେ।

ଏହି ଆପର ସାଇଜ ୮୪ଏମବି। ଏହାକୁ ଏବେ ସୁଦ୍ଧା ୧,୦୦୦,୦୦୦,୦୦୦ରୁ ଅଧିକ ଥର ଇନଷ୍ଟଲ୍ କରାଯାଇ ସାରିଛି। ଏହି ଆପକୁ ଆଣ୍ଡ୍ରଏଡ ୪.୧ ଜେଲି ବିନ୍ ଏବଂ ଏହା ଉପର ଅପରେଟିଂ ସିଷ୍ଟମରେ ଇନଷ୍ଟଲ୍ କରି ପାରିବେ। ଆପ​‌ରେ ୧୯,୧୦୦,୫୨୯ଜଣ ୪.୫ ଷ୍ଟାର ରେଟିଂ ଦେଇଛନ୍ତି।

   Related Posts