ଲକ୍ ଡାଉନ୍ ବେଳେ Tiktok video ‘ଘର ବୈଠୋ ଇଣ୍ଡିଆ’, ବଲିଉଡ ଷ୍ଟାରଙ୍କ ସମେତ ସେୟାର କରୁଛନ୍ତି ସାଧାରଣ ଲୋକେ

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୩: କରୋନାଭାଇରସ୍ ବିସ୍ତାର ରୋକିବା ଲାଗି ବିଶ୍ୱ ଏକଜୁଟ ହୋଇଥିବା ବେଳେ ଭାରତ ସମେତ ଏବେ ଏକାଧିକ ଦେଶ ଲକ୍ ଡାଉନ୍‌ରେ ଅଛନ୍ତି। ଏଥିରେ ଭାଇରାଲ୍ ଭିଡିଓ ଆପ୍ ଟିକଟକ୍‌ର ଭିଡିଓ ‘ଘର ବୈଠୋ ଇଣ୍ଡିଆ’ ଅଭିଯାନ ଲୋକଙ୍କୁ ସେମାନଙ୍କର ସୃଜନଶୀଳତା ଉପଯୋଗ କରିବା ଲାଗି ଉତ୍ସାହିତ କରୁଛି।

ଏହି ନିଆରା ଅଭିଯାନ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ନିକଟତର କରୁଛି। ଏଥିରେ ସାମାଜିକ ଦୂରତା ସହ  ଲୋକଙ୍କ ସୃଜନଶୀଳତାକୁ ମଧ୍ୟ ପ୍ରସାରିତ କରୁଛି। ଘରେ ଖାଲି ବସିଥିବା ବେଳେ ଲୋକଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧିରେ ବି ବେଶ ସହାୟକ ହେଉଛି।

ଟିକ୍‌ଟକ୍‌ର ଏହି ଅଭିଯାନରେ ଏବେ ସାଧାରଣ ଲୋକେ ଓ ସେଲିବ୍ରିଟି ନିଜକୁ ବହୁଳ ଭାବେ ସାମିଲ କରୁଥିବା ଏବେ ଦେଖିବାକୁ ମିଳୁଛି। ଟିକଟକ୍ ୟୁଜରମାନେ ଏଥିରେ ସେମାନଙ୍କର ଖାସ୍ ରେସିପି ଅପଲୋଡ୍ କରୁଛନ୍ତି, ସେମାନଙ୍କ ହୋମ-ୱାର୍କଆଉଟ୍ ରୁଟିନ୍ ଏବଂ ଏପରିକି ଲକଡାଉନ୍ ଯୋଗୁଁ ଘର ଭିତରୁ କାମ କରୁଥିବା ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଏଥିରେ ବଲିଉଡ ଅଭିନେତ୍ରୀ କାଜୋଲ,ରୀତେଶ ଦେଶମୁଖ, ରଣବିଜୟ ସିଂହ, କରଣବୀର ବୋହରା, ୟୋ ୟୋ ହନି ସିଂହ, ସେଜଲ କୁମାର ଓ ଅନ୍ୟମାନେ ଲକଡାଉନ୍ ସମୟରେ ଦୈନନ୍ଦିନ ଜୀବନରେ ମଜା, ଅବକାଶ ଏବଂ ଶିଖିବାର ମୂହୁର୍ତ୍ତକୁ ବାଣ୍ଟଉଛନ୍ତି।  

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଭାରତରେ ମୋଟ ୮୭୩ଜଣ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.