ଟିକଟକ୍ ଭଳି ସର୍ଟ ଭିଡିଓ ଲଞ୍ଚ କଲା ୟୁଟ୍ୟୁବ୍, କ’ଣ ମିଳିପାରିବ ଟିକଟକ ଭଳି ଲୋକପ୍ରିୟତା!
15/09/2020 at 4:25 PM

ନୂଆଦିଲ୍ଲୀ ୧୫/୦୯: ଟିକଟକ ଭାରତରେ ବନ୍ଦ ହେବା ପରେ ଏକାଧିକ ସର୍ଟ ଭିଡିଓ ମେକିଂ ଆପ୍ ଲଞ୍ଚ ହେଉଛି। ମାତ୍ର ଯେଉଁ ସର୍ଟ ଭିଡିଓ ଟ୍ରେଣ୍ଡ ଟିକଟକ ଆରମ୍ଭ କରିଥିଲା ତାହା ଏବେ ସୁଦ୍ଧା ବଳବତ୍ତର ରହିଛି। ଟିକଟକ ବନ୍ଦ ହେବା ପରେ ଫେସବୁକ, ଇନଷ୍ଟାଠାରୁ ଆରମ୍ଭ କରି ଅନେକ ଆପ୍ ସର୍ଟ ଭିଡିଓ ଦିଗରେ କାମ ଆରମ୍ଭ କରିଛି। ଏବେ ୟୁଟ୍ୟୁବ ଏ ଦିଗରେ ଆଗକୁ ବଢ଼ିଛି।
ୟୁଟ୍ୟୁବ ଟିକଟକ ଭଳି ସର୍ଟ ଭିଡିଓ ଫିଚର୍ସ ଘୋଷଣା କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ସେ ଭାରତରେ ଲଞ୍ଚ କରିବ। ଏହାର ଟେଷ୍ଟିଂ ଭାରତରେ କରାଯାଉଛି। ସର୍ଟ ଫିଚର୍ସ ୟୁଟ୍ୟୁବର ମୁଖ୍ୟ ଆପରେ ମିଳିବ। ସେଥିରେ ଲାଇକ, ଡିଜଲାଇକ, କମେଣ୍ଟ ଓ ସେମୟାର ଅପସନ୍ ରହିଛି । ଏହି ଫିଚର୍ସରେ ୧୫ ସେକେଣ୍ଡର ସର୍ଟ ଭିଡିଓ ପ୍ରସ୍ତୁତ କରାଯାଇପାରିବ। ଏଥିରେ ଲାଇସେନଡ ମ୍ୟୁଜିକ୍ ଲାଇବ୍ରେରୀ ଅଛି। ଏହାର ଫାଇଦା କମ୍ପାନିକୁ ମିଳିବ। ରେକର୍ଡ କରିବା ପାଇଁ ୟୁଜରଙ୍କୁ କାଉଣ୍ଟଡାଉନ୍ ଟାଇମର ଦେଖାଇବ। ଏହା ସହ ରେକର୍ଡିଂ ସ୍ପିଡକୁ ନିୟନ୍ତ୍ରଣ କରାଯାଇପାରିବ।
ତେବେ ଫିଚରରେ ଏମିତି କିଛି ନୂଆ ନାହିଁ ଯାହାକୁ ନୂଆ ବୋଲି କୁହାଯିବ। ଯେଉଁ ପ୍ରକାର ସର୍ଟ ଭିଡିଓ ଫିଚର ଟିକଟକରେ ଥିଲା ସେଭଳି ଇନଷ୍ଟାଗ୍ରାମ Reels ନାଁରେ ଲଞ୍ଚ କରିଥିଲା। ଠିକ୍ ଏହି ପ୍ରକାର ହେଉଛି ୟୁଟ୍ୟୁବ ସର୍ଟସ। ତେବେ ରିଲସ୍ କିନ୍ତୁ ଭାରତରେ ଲୋକପ୍ରିୟ ହୋଇପାରିଲା ନାହିଁ। ଏହି ଫିଚର ଉଭୟ ଆଣ୍ଡ୍ରଏଡ ଓ ଆଇଏଏସରେ ୟୁଟ୍ୟୁବ ଆପରେ ଦିଆଯିବ। ଭାରତରେ ଟିକଟକର ବଡ଼ ମାର୍କେଟ ଥିଲା ଯାହା ଏବେ ବ୍ୟାନ ହୋଇଛି। ସେଥିପାଇଁ କମ୍ପାନି ୟୁଟ୍ୟୁବ ସର୍ଟ ଭିଡିଓ ଲଞ୍ଚ କରୁଛି।