Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ପୋଲିସକୁ ସାମ୍ନାରେ ଦେଖି ନିଜ ପିସ୍ତଲରୁ ନିଜକୁ ଗୁଳିମାରି ଆତ୍ମହତ୍ୟା କଲା ଟିକ୍ ଟକ୍ ଭିଲିଆନ ଜନି ଦାଦା, ଜାଣନ୍ତୁ କାରଣ

6/10/2019 at 4:38 PM

ବିଜନୈର : ଉତ୍ତରପ୍ରଦେଶ ବିଜନୌରରେ ଜଣେ ଟିକ୍ ଟକ୍ କଳାକାର ରୋଡ ୱେଜ୍ ବସ୍ ରେ ଆତ୍ମହତ୍ୟା କରିଛନ୍ତି। ମୃତ ଟିକ୍ ଟକ୍ କଳାକାରକୁ ୩୦ ବର୍ଷ ବୟସ୍କ ଅଶ୍ୱିନୀ କୁମାର ଓରଫ ଜନି ଦାଦା ଭାବେ ଚିହ୍ନଟ କରାଯାଇଛି। ତିନି ୩ଟା ହତ୍ୟା ମାମଲାରେ ପୋଲିସ ଅଶ୍ୱିନୀର ଅନୁସନ୍ଧାନ କରୁଥିବା ବେଳେ ଶନିବାର ରାତିରେ ତାକୁ ରୋଡୱେଜ ବସ୍ ରେ ଠାବ କରାଯାଇଥିଲା। ପୋଲିସକୁ ଦେଖି ଅଶ୍ୱିନୀ ମୁହଁରେ ରୁମାଲ ପକାଇ ଶୋଇବାର ଅଭିନୟ କରୁଥିଲା। ତେବେ ପୋଲିସ ମୁହଁରୁ ରୁମାଲ ହଟାଇବା ମାତ୍ରେ ଉଠିପଡି ନିଜ ପକେଟରୁ ପିସ୍ତଲ କାଢିବା ସହ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଛି।

ତଦନ୍ତକାରୀ ଅଧିକାରୀ ବିଶ୍ୱଜିତ୍ ଶ୍ରୀବାସ୍ତବଙ୍କ ସୂଚନା ଅନୁସାରେ ଅଶ୍ୱିନୀ ସୋସାଲ ମିଡିଆରେ ହିଂସା ପ୍ରସାର କରୁଥିଲା। ସେ ନିଜକୁ ଜଣେ ଖଳନାୟକ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରିବା ସହ ଫେସବୁକ୍ ରେ ‘ମୁଁ ସବୁ କିଛି ନଷ୍ଟ କରିଦେବି’, ‘ସୈତାନ ଏବେ ପ୍ରସ୍ତୁତ’ ଓ ‘ମୋ ପ୍ରାଦୁର୍ଭାବ ଦେଖ’ ଆଦି ନାଁରେ ପୋଷ୍ଟ କରୁଥିଲା। ଗତ ୨୭ ତାରିଖ ଦିନ ଏକ ବିବାଦକୁ ନେଇ ସ୍ଥାନୀୟ ବିଜେପି ନେତାଙ୍କ ୨୫ ବର୍ଷ ବୟସ୍କ ପୁଅ ଓ ପୁତୁରାଙ୍କୁ ଅଶ୍ୱିନୀ ଗୁଳିକରି ହତ୍ୟା କରିଥିଲା। ଏହା ଛଡା ତାକୁ ବିବାହ କରିବାକୁ ରାଜି ହୋଇ ନଥିବା ଜନୈକା ଯୁବତୀଙ୍କୁ ମଧ୍ୟ ସେ ପୂର୍ବରୁ ହତ୍ୟା କରିଥିଲା। ଉପରୋକ୍ତ ମାମଲାରେ ପୋଲିସ ତାର ସନ୍ଧାନ କରୁଥିବା ବେଳେ ସେ ବାରମ୍ବାର ସ୍ଥାନ ବଦଳାଉଥିବାରୁ ପୋଲିସ ତାକୁ ଧରିପାରୁନଥିଲା। ତାକୁ ଧରିବା ଲାଗି ପୋଲିସ ୧୫ଟି ଟିମ ଗଠନ କରିଥିବା ବେଳେ ତା ସମ୍ପର୍କରେ କେହି ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। 

ଶୁକ୍ରବାର ସେ ନଗିନା ଅଞ୍ଚଳରେ ଥିବାର ପୋଲିସକୁ ଠୋସ ସୂଚନା ମିଳିଥିଲା। ତେବେ ପୋଲିସ ତାକୁ ଧରିବା ପୂର୍ବରୁ ଦିଲ୍ଲୀ ଖସିଯିବା ଲାଗି ରୋଡୱେଜ୍ ବସ୍ ରେ ଉଠିଥିଲା। ରାତି ପ୍ରାୟ ଗୋଟାଏ ବେଳେ ପୋଲିସ ରାସ୍ତାରେ ରୋଡୱେଜ ବସ୍ ରେ ତଲାସି ନେବା ବେଳେ ଅଶ୍ୱନୀ ମୁହଁରେ ରୁମାଲ ପକାଇ ଶୋଇବାର ଅଭିନୟ କରୁଥିଲା। ତେବେ ପୋଲିସକୁ ସମ୍ମୁଖରେ ଦେଖି ଅଶ୍ୱିନି ନିଜ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିବା ବେଳେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି।  

   Related Posts