ଆଜିଠୁ ଦେଶବ୍ୟାପୀ ଟିକା ଉତ୍ସବ: ରାଜ୍ୟରେ ଟିକା ଅଭାବ, କେନ୍ଦ୍ର ସରକାରଙ୍କ ଟିକା ବଣ୍ଟନ ନୀତିକୁ ଦାୟୀ କଲେ ରାଜ୍ୟ ସରକାର

Published By : Prameya-News7 Bureau | April 11, 2021 IST

ଭୁବନେଶ୍ୱର ୧୧/୦୪ : ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକା ଉତ୍ସବ । ୧୪ ତାରିଖ ଯାଏ ଚାଲିବାକୁ ଥିବା ଏହି କୋଭିଡ ଟିକା ଉତ୍ସବ କିନ୍ତୁ ଓଡ଼ିଶାରେ ଧିମା ପଡିଛି । ଟିକା ଅଭାବରୁ ରାଜ୍ୟରେ ୯୦୦ ଟିକା କରଣ  କେନ୍ଦ୍ର  ବନ୍ଦ ହୋଇଯାଇଛି । ଅନେକ ଜିଲ୍ଲାରେ ବି ଟିକା ଦାନ ହୋଇ ପାରିନି ।  ଟିକା ନଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ ଓ ଟିକା କରଣ ବାଧାପ୍ରାପ୍ତ ହେବ । ସେପଟେ ଏହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି

ଯେଉଁଠି ଥିଲା ସେଠି ଟିକା ଉତ୍ସବ ହେଲା । ଯେଉଁଠି ନାହିଁ ସେଠି ତାଲା।  ଆଜିଠୁ ଦେଶବ୍ୟାପୀ ଟିକା ଉତ୍ସବ ଆରମ୍ଭ ହୋଇଛି । ଭୁବନେଶ୍ୱରରେ କୋ-ଭ୍ୟାକସିନ୍ ଟିକା ଦିଆଯଉଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ କୋଭିସିଲ୍ଡ ଟିକା ଦିଆଯଉଛି। ୧୧ରୁ ୧୪ ତାରିଖ ଯାଏ ସାରା ଦେଶରେ ଚାଲିବ କୋଭିଡ ଟିକା ଉତ୍ସବ । ରବିବାର ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୩୩ ହଜାର ଡୋଜ କୋଭିସିଲ୍ଡ ଟିକା ଏବଂ ୭୭ ହଜାର ୯୬୦ ଡୋଜ କୋଭାକ୍ସିନ୍ ଟିକା ମହଜୁଦ୍ ରହିଛି । ଯାହାକୁ ନେଇ ୫୭୯ କେନ୍ଦ୍ରରେ ଟିକା କରଣ ହୋଇଛି । ଗତକାଲି କେନ୍ଦ୍ରରୁ ଆସିଥିବା  ଅଢ଼େଇ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ରାଜ୍ୟର ଅଧିକ ସଂକ୍ରମଣ ବଢୁଥିବା ଜିଲ୍ଲା ଖୋର୍ଦ୍ଧା, କଲାହାଣ୍ଡି, ନୂଆପଡା , ସୁନ୍ଦରଗଡ, ବରଗଡ  ଆଦି ଜିଲ୍ଲାକୁ ପଠାଯାଇଛି । ତେବେ ଟିକା ଅଭାବରୁ  ରାଜ୍ୟର  ୯୦୦ ଟିକାକରଣ  କେନ୍ଦ୍ର  ବନ୍ଦ ରହିଥିଲା। କେନ୍ଦ୍ରରୁ ଆଉ ଅଧିକ ଟିକା ନଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ତେଣୁ ଟିକା ଉତ୍ସବ ଗୁରୁତର ପ୍ରଭାବିତ ହେବ।

ସେପଟେ ରାଜ୍ୟରେ ଟିକା ଉତ୍ସବ ଫିକା ପଡିବାକୁ ନେଇ କେନ୍ଦ୍ର ସରକାରଙ୍କ ଟିକା ବଣ୍ଟନ ନୀତିକୁ ଦାୟୀ କରିଛନ୍ତି ଶାସକ ଦଳ ।  ବିଜେପି ଶାସିତ ରାଜ୍ୟକୁ ଅଧିକ ଟୀକା ଦିଆଯାଉଛି ବୋଲି ଅଭିଯୋଗ କରିଛି । ବିଜେପି କହିଛି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିଶ୍ବର ସବୁଠୁ ବଡ ଟୀକା କରଣ କାର୍ଯ୍ୟକ୍ରମ ଭାରତରେ ଚାଲିଛି।  

ଓଡ଼ିଶାରେ ୪୨ ଲକ୍ଷ ଲୋକଙ୍କୁ କୋଭିଡ ଟିକାକରଣ କରାଯାଇସାରିଲାଣି। ସେପଟେ ଦେଶରେ  ଦିନକୁ ୩୫ ଲକ୍ଷ ଟିକା ଦିଆଯାଇଥିବା ବେଳେ ମୋଟ ୧୦ କୋଟି ଲୋକ ଟିକା ନେଇସାରିଲେଣି। କେବଳ ୮ଟି ରାଜ୍ୟରେ ୬୦ ପ୍ରତିଶତ ଟିକା ଦିଆଯଇଛି ଯେଉଁଠାରେ କରୋନା ଅଧିକ ପ୍ରଭାବ ପକାଇଛି।

ଟିକ ଉତ୍ପାଦନରେ ଭାରତ ଆଗୁଆ ରହିଛି । କେବଳ ନିଜ ଦେଶରେ ନୁହେଁ ପୋଡଶୀ ଦେଶକୁ ବି ଟିକା ଯୋଗାଇବାରେ ଏବେ ପ୍ରମ୍ମୁଖ ଭୂମିକା ନେଇଚି ଭାରତ । ଭାରତରେ ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ  ଭାରତରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.