ବ୍ୟାନ୍ ସତ୍ତ୍ୱେ ଭାରତରେ ୟୁଜର କରୁଛନ୍ତି Tik Tok! ଜାଣନ୍ତୁ କିପରି ?
20/01/2021 at 5:25 PM

ନୂଆଦିଲ୍ଲୀ ୨୦।୧: ସର୍ଟ ଭିଡିଓ ସେୟାରିଂ ପ୍ଲାଟପର୍ମ ଟିକ୍ଟକ୍କୁ ଭାରତରେ ୨୯ ଜୁନ ୨୦୨୦ରୁ ନିଷିଦ୍ଧ କରିଦିଆଯାଇଛି। ଏହା ସତ୍ତ୍ୱେ ଭାରତରେ ଅନେକ ୟୁଜର ଏହି ଆପ୍ ଏକ୍ସେସସ୍ କରିପାରୁଛନ୍ତି। ସିମିଲାର ୱେବ ପକ୍ଷରୁ ସେୟାର ତଥ୍ୟରୁ ପ୍ରଥମଥର ଏହି ସୂଚନା ମିଳିଥିବା ବେଳେ ରିପୋର୍ଟ ସମସ୍ତଙ୍କୁ ବିସ୍ମିତ କରିଛି।

ଡିଜିଟାଲ ଟ୍ରେଣ୍ଡସ୍ ଶୀର୍ଷକ ରିପୋର୍ଟରେ ୱେବ୍ ଭାରତରେ ଟିକଟକ୍ ନିଷିଧ ସତ୍ତ୍ୱେ ଡିସେମ୍ବର ୨୦୨୦ରେ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଇଂଷ୍ଟାଗ୍ରାମ ତୁଳନାରେ ଟିକଟକ୍ରେ ଅଧିକ ୟୁଜର ଥିବା ଉଲ୍ଲେଖ କରିଛି। ଗତବର୍ଷ କରୋନା ଲକଡାଉନ କାଳରେ ଟିକଟକ୍ ଭାରତରେ ବେଶ୍ ଗ୍ରୋ କରିଥିଲା। ତେବେ ଜୁନରେ ସରକାର ଏପ୍ ବ୍ୟାନ କରିବା ଯୋଗୁ ଜୁଲାଇରେ ୟୁଜର ସଂଖ୍ୟା ହ୍ରାସ ହୋଇଥିଲା।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଦେଶରେ ବ୍ୟାନ ସତ୍ତ୍ୱେ ଅଗଷ୍ଟରୁ ଅକ୍ଟୋବର ମାସରେ ଏପ୍ର ୟୁଜର ସଂଖ୍ୟା ପୁଣି ବଢିଲା କିପରି? ସରକାରଙ୍କ ବ୍ୟାନ୍ ନୂଆ ଇନଷ୍ଟଲ ଉପରେ ଥିଲା। ହେଲେ ଯେଉଁମାନଙ୍କ ଫୋନରେ ଏପ୍ ଆକ୍ଟିଭ ଥିଲା ସେମାନେ କିନ୍ତୁ ଏହାର ଭରପୁର ଫାଇଦା ଉଠାଇଚାଲିଥିଲେ। ଏଣୁ ଯେଉଁମାନଙ୍କ ଫୋନରେ ଏବେବି ଏପ୍ ଉପଲବ୍ଧ ଅଛି ସେମାନେ ଟିକଟକ୍ କରିଚାଲିଛନ୍ତି।