ଟିକଟକ କ୍ବିନଙ୍କୁ ବିଜେପି ଟିକଟ : ହରିୟାଣାରେ କଂଗ୍ରେସକୁ ଦେବେ ଟକ୍କର

Published By : Prameya-News7 Bureau | October 04, 2019 IST

ଚଣ୍ଡିଗଡ଼ ୪/୧୦: ଟିକଟକ କ୍ବିନଙ୍କୁ ବିଜେପି ଟିକଟ ମିଳିଛି। ଟିକଟକ ଷ୍ଟାର ସୋନାଲି ଫୋଗତଙ୍କୁ ହରିଆଣା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ବିଜେପି ଟିକେଟରେ ଆଦମପୁର ଆସନରୁ ସୋନାଲି ଠିଆ ହୋଇଛନ୍ତି । ଟିକଟକରେ ସୋନାଲିଙ୍କର ଲକ୍ଷାଧିକ ଫ୍ୟାନ ଅଛନ୍ତି । ଖୁବଶୀଘ୍ର ସେ ପ୍ରାର୍ଥୀପତ୍ର ଦାଖଲ କରିବେ । ନାମାଙ୍କନ ଶୋଭଯାତ୍ରାରେ ହଜାର ହଜାର ଫ୍ୟାନ ସାମିଲ ହେବେ । ତାଙ୍କ ପ୍ରତି ଦଳ ଆସ୍ଥା ପ୍ରକଟ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ସମର୍ଥନ ଥିବାରୁ ସେ ନିଶ୍ଚିତ ବିଜୟୀ ହେବେ ବୋଲି ଆଶା କରିଛନ୍ତି ।

{"id":166144}

ଏହି ଆସନରେ ତାଙ୍କ ମୁକାବଲା କୁଲଦୀପ ବିଶ୍ରୋଇଙ୍କ ସହ ହେବ। ସୋନାଲି ସୋଶିଆଲ ମିଡିଆର ଷ୍ଟାର ହେବା ସହ ଜଣେ ଅଭିନେତ୍ରୀ ମଧ୍ୟ।

{"id":166146}

ସୋଶିଆଲ ମିଡିଆ ପ୍ଲାଟଫର୍ମରେ ସୋନାଲି ଏବେ ବହୁତ ଭାଇରାଲ ହେଉଛନ୍ତି। ଟିକଟକରେ ତାଙ୍କର ଲକ୍ଷ ଲକ୍ଷ ଲୋକ ପଲୋଅର୍ସ ଅଛନ୍ତି। ଲୋକେ ତାଙ୍କ ଭିଡିଓକୁ ବହୁତ ପସନ୍ଦ କରନ୍ତି।

{"id":166147}

ସୋନାଲିଙ୍କ ସ୍ବାମୀ ସଞ୍ଜୟ ଫୋଗତ ବିଜେପି ନେତା ଥିଲେ। ତାଙ୍କ ଦେହାନ୍ତ ପରେ ସୋନାଲି ବିଜେପିରେ ସାମିଲ ହୋଇଥିଲେ।

{"id":166149}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.